Posted inଖେଳ

୭୦୦ ଗୋଲ ସ୍କୋର କଲେ ମେସି

ବାର୍ସିଲୋନା,୧।୭: ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ନିଜ ଦେଶ ଓ କ୍ଲବ ପାଇଁ ୭୦୦ ଗୋଲ ସ୍କୋର କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବାର୍ସିଲୋନା ଓ ଆଟ୍‌ଲେଟିକୋ ମାଡ୍ରିଡ୍‌ ପରସ୍ପରକୁ ଭେଟିଥିଲେ। ତେବେ ଏହି ମ୍ୟାଚ୍‌ ୨-୨ ଗୋଲରେ ଡ୍ର ରହିଥିଲା। ମେସି ୫୦ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଗୋଲ ଦେଇ ଏହି ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ତେବେ ବାର୍ସିଲୋନ ପାଇଁ ମେସି ୭୨୪ଟି ମ୍ୟାଚ୍‌ ଖେଳି ୬୩୦ତମ ଗୋଲ ସ୍କୋର କରିଛନ୍ତି। ସେହିପରି ସେ ଆର୍ଜେଣ୍ଟିନା ପାଇଁ ମେସି ୧୩୮ଟି ମ୍ୟାଚ୍‌ ଖେଳି ୭୦ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି। ମେସିଙ୍କ ପୂର୍ବରୁ ତାଙ୍କ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋ ୨୦୧୯ ଅନ୍ତିମ ଭାଗରେ ୭୦୦ ଗୋଲ ସ୍କୋର କରି ରେକର୍ଡ କରିଥିଲେ। ରୋନାଲ୍ଡୋ ଏପର୍ଯ୍ୟନ୍ତ ୧,୦୦୫ ମ୍ୟାଚ୍‌ ଖେଳି ୭୨୮ ଗୋଲ ସ୍କୋର କରିଛନ୍ତି। ମେସି ୮୬୨ ମ୍ୟାଚ୍‌ ଖେଳି ୭୦୦ ଗୋଲ ସ୍କୋର କରିଛନ୍ତି।
ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର ରଖିଥିବାରୁ ବାର୍ସିଲୋନାର ଟାଇଟଲ ଆଶାକୁ ଜବରଦସ୍ତ ଧକ୍କା ଲାଗିଛି। ଗତ ୪ଟି ରାଉଣ୍ଡ ମ୍ୟାଚ୍‌ରେ ବାର୍ସିଲୋନାର ଏଡା ତୃତୀୟ ଡ୍ର। ଫଳରେ ବାର୍ସିଲୋନା ଗୋଟିଏ ପଏଣ୍ଟ କମ୍‌ ପାଇଁ ରିୟଲ ମାଡ୍ରିଡ୍‌ ପଛରେ ରହିଛି। ମାଡ୍ରିଡ୍‌ ୩୨ଟି ମ୍ୟାଚ୍‌ ଖେଳି ୨୧ ବିଜୟ, ୮ ଡ୍ର, ୩ ପରାଜୟ ସହ ୭୧ ପଏଣ୍ଟ ପାଇ ତାଲିକାରେ ଶୀର୍ଷରେ ରହିଛି। ଅନ୍ୟପଟେ ବାର୍ସିଲୋନ ୩୩ ମ୍ୟାଚ୍‌ ଖେଳି ୨୧ ବିଜୟ, ୭ ଡ୍ର ଓ ୫ ପରାଜୟ ସହ ୭୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ନ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କୁ ବିଶ୍ୱକପ୍‌ ଦଳରେ କାହିଁକି ମିଳିଲା ସ୍ଥାନ, ଜାଣନ୍ତୁ

ବର୍ମିଂହମ୍‌, ୨।୭: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ କର୍ନାଟକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ...

ର଼୍ୟାକେଟ ବାଡ଼େଇ ଭାଙ୍ଗିଲେ ଟେନିସ ଖେଳାଳି

ସିନସିନାଟି,୧୫।୮(ଏଏଫ୍‌ପି)- ଟେନିସ କୋର୍ଟରେ କ୍ୱଚିତ ଖେଳାଳିମାନଙ୍କ ନିରାଶା ଦେଖିବାକୁ ମିଳେ। କୌଣସି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଖେଳାଳି ଦର୍ଶକଙ୍କୁ ଗାଳି ଦେବା ସହ ସେମାନଙ୍କ ଉପରକୁ...

ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ବିଜୟୀ

ରାଉରକେଲା ଅଫିସ,୧୧ା୫: ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସପ୍ତମ ଦିନରେ ବୁଧବାର ହରିୟାଣା,...

ତୃତୀୟ ଟେଷ୍ଟ: ଲାବୁସେନଙ୍କ ଦ୍ୱିଶତକ ପରେ ନ୍ୟୁଜିଲାଣ୍ଡର ଭଲ ଆରମ୍ଭ

ସିଡନୀ,୪।୧(ଏଏଫ୍‌ପି):  ସ୍ଥାନୀୟ ସିଡନୀ କ୍ରକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ...

ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବାକୁ ଏହି ମଡେଲଙ୍କୁ ୫୦ ଲକ୍ଷ ଟଙ୍କାର ଅଫର!

ସର୍ବିୟାର ମଡେଲ ନତାଲିଜା ସ୍କେକିକ୍‌ ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ସହ...

ଦିନେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ଏହି କ୍ରିକେଟର ଏବେ ଶ୍ରମିକ

ଅହମ୍ମଦାବାଦ,୯।୮: ୨୦୧୮ ମସିହାରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଶ୍ୱକପ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ବିଜୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଫାଇନାଲରେ...

ପ୍ରକାଶ ପାଇଲା ଓସିଏ ନିର୍ବାଚନୀ ପ୍ରୋଟୋକଲ୍‌

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ସୋମବାର ନିର୍ବାଚନୀ ପ୍ରୋଟୋକଲ ପ୍ରକାଶ କରାଯାଇଛି । ୨୭ ତାରିଖ ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା...

୬୦ବର୍ଷ ହେଲେ ଖେଳ ଛାଡ଼ିବେ ମିଉରା

ଟୋକିଓ, ୧୪ା୧ (ଏଏଫ୍‌ପି)- ଜାପାନର ପୂର୍ବତନ ଷ୍ଟ୍ରାଇକର କାଜୁୟୋଶି ମିଉରା ଆସନ୍ତା ମାସରେ ୫୩ ବର୍ଷରେ ପଦାର୍ପଣ କରିବେ। ବିଶ୍ୱର ଏହି ସବୁଠାରୁ ବୟସ୍କ ପ୍ରଫେସନାଲ...

Advertisement
Archives

Model This Week