Posted inଖେଳ

‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’

ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ପରେ ଭାରତୀୟ ପେସରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଇନିଂସରେ ୪୪ ରନ୍‌ ବିନିମୟରେ ୫ ଉଇକେଟ ନେଇଥିବା ଶାମି ଦ୍ୱିତୀୟ ପାଳିରେ ୩ ଉଇକେଟ ହାତେଇଥିଲେ। ତାଙ୍କ ପ୍ରଦର୍ଶନ କାରଣରୁ ଟିମ୍‌ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି।

“ଶାମି ଜଣେ ବିଶ୍ୱ ସ୍ତରୀୟ ବୋଲର। ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ସେ ଜଣେ। ତାଙ୍କର ପ୍ରଭାବୀ ପ୍ରଦର୍ଶନ ଏବଂ ୨୦୦ ଉଇକେଟ ମାଇଲଷ୍ଟୋନ ଲାଗି ମୁଁ ଅତ୍ୟନ୍ତ ଆନନ୍ଦିତ। ଆମେ ଯେଉଁଭଳି ଆରମ୍ଭ ଚାହୁଁଥିଲୁ, ତାହା ଆମକୁ ମିଳିଛି। ୪ ଦିନ ମଧ୍ୟରେ ଏଭଳି ଫଳାଫଳ ଆମ ପ୍ରଦର୍ଶନକୁ ଦର୍ଶାଉଛି। ଦକ୍ଷିଣ ଆଫ୍ରିକା ସର୍ବଦା ଏକ କଷ୍ଟକର ସ୍ଥାନ। କିନ୍ତୁ ଆମେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରତ୍ୟେକ ବିଭାଗରେ ଭଲ ପ୍ରଦର୍ଶନ କରିଥିଲୁ। ଦଳକୁ ପୋଲ ପୋଜିଶନରେ ପହଞ୍ଚାଇବା ପାଇଁ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ଅନେକ ଶ୍ରେୟ ଦେବାକୁ ପଡ଼ିବ” ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବି ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ,୨୫।୮ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଆଇପିଏଲର ୟୁଏଇ ଲେଗ୍‌ ପାଇଁ ଦଳରେ ଜର୍ଜ ଗାର୍ଟନଙ୍କୁ ସାମିଲ କରିଛି। ଆରସିବି ଦଳରେ ସ୍ଥାନ ପାଇବାରେ...

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗୋମତୀ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-ଗତମାସରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ ୮୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିବା ଗୋମତୀ ମାରିମୁଥୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁୁ ମଙ୍ଗଳବାର ତୁରନ୍ତ...

ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍‌...

ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା

ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା।...

ମହିଳା ହକି ସିରିଜ୍‌: ବୃହତ୍‌ ବିଜୟ ସହ ଭାରତୀୟ ଦଳର ଅଭିଯାନ ଆରମ୍ଭ

ଅକ୍‌ଲାଣ୍ଡ,୨୫।୧(ପି.ଟି.)- ଅଧିନାୟିକା ରାଣୀ ରାମ୍‌ପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୪-୦ ଗୋଲର ବୃହତ୍‌ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ...

ସାଧାରଣତନ୍ତ୍ର ଦିବସରେ ଭାରତର ପ୍ରଥମ ବିଜୟ, କୋହଲିଙ୍କ ଯୋଗୁ ମିଳିଥିଲା ଐତିହାସିକ ଉପଲବ୍ଧି

ନୂଆଦିଲ୍ଲୀ,୨୬।୧: ଭାରତ ପାଇଁ ୨୬ ଜାନୁୟାରୀ ଏକ ଐତିହାସିକ ଦିନ। ଏହି ଦିନ ମଇଦାନରେ ମିଳିଥିବା ସଫଳତା ବେଶ ଗୁରୁତ୍ୱ ରଖିଥାଏ। ସେଭଳି ଗୋଟିଏ ହେଉଛି...

୭୦୦ତମ ମ୍ୟାଚ୍‌ରେ ମେସିଙ୍କ ଗୋଲ

ବାର୍ସିଲୋନା,୨୮।୧୧- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସି ନିଜର କ୍ଲବ ସ୍ତରୀୟ କ୍ୟାରିୟରର ୭୦୦ତମ ମ୍ୟାଚ୍‌ରେ ଗୋଲ ସ୍କୋର କରିଛନ୍ତି। ତାଙ୍କ ସହ...

ସମାଲୋଚନା ପରେ ଶ୍ରୀଜେଶଙ୍କ ପାଇଁ ୨ କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୮: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେଉଛନ୍ତି ପି ଆର ଶ୍ରୀଜେଶ। ଗତ ୧୦ ତାରିଖରେ ହକି ଦଳର...

Advertisement
Archives

Model This Week