Posted inଖେଳ

ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା ମାତ୍ରେ ଏହାର ପ୍ରଥମ ସ୍ମୃତି ହେଉଛି ଲର୍ଡସ ପଡିଆରେ ଖେଲାଯାଇଥିବା ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ କଥା ମନେପଡେ। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୈଫ୍‌ଙ୍କ ଯୋଗୁ ସୌରଭ ଗାଙ୍ଗୁଳି ନିଜ ଶର୍ଟ ଖୋଲି ଉତ୍ସବ ପାଳିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ନାଟୱେଷ୍ଟ ଟ୍ରଫିର ଫାଇନାଲରେ କୈଫଙ୍କ ଇନିଂସ ଭାରତୀୟ କ୍ରିକେଟର ସ୍ମରଣୀୟ ଇନିଂସ ମଧ୍ୟରେ ଗଣାଯାଏ। ଲଡ୍‌ସଙ୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ କୈଫ ଅପରାଜିତ ୮୭ ରନ ଖେଳି ଭାରତକୁ ଏକ ଐତିହାସିକ ବିଜୟ ପ୍ରଦାନ କରିଥିଲେ। ନାଟୱେଷ୍ଟ ଟ୍ରଫିର ଅନ୍ତିମ ମ୍ୟାଚରେ ୩୨୫ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ପକ୍ଷରୁ କୈଫ ଯୁବରାଜ ସିଂଙ୍କ ଷଷ୍ଠ ଉଇକେଟ ପାଇଁ ୧୨୧ ରନ ଭାଗିଦାରୀ କରିଥିଲେ। ଯାହା ଭାରତକୁ ଜିତିବାରେ ସାହାଯ୍ୟ କରିଥିଲେ। ଏହି ବିଜୟ ପରେ ଅଦତ୍ନାୟକ ସୌରଭ ଗାଙ୍ଗୁଲି ଲର୍ଡସ ବାଲକୋନୀରେ ଶର୍ଟ ଖୋଲିଦେଇଥିଲେ।
ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିବା କୈଫ ମେୱାଲାଲ ଅଯୋଧ୍ୟା ପ୍ରସାଦ ଇଣ୍ଡରମିଡିୟଡ କଲେଜ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ ସେ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ। ପିଲାଦିନରୁ ତାଙ୍କ ମନ କ୍ରିକେଟରେ ଥିଲା ଏବଂ ସେ ପ୍ରୟାଗରାଜରୁ କାନପୁରକୁ ଚାଲିଗଲେ। ଏଠାରେ ସେ ଗ୍ରୀନ ପାର୍କ ଷ୍ଟାଡିୟମର ହଷ୍ଟେଲରେ ରହିବାକୁ ଲାଗିଲେ। ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇ ଭାରତୀୟ କ୍ରିକେଟ ଦଳରେ ପହଞ୍ଚିଥିଲା। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଅଣ୍ଡର -୧୯ କ୍ରିକେଟ ଦଳରେ ସ୍ଥାନ ମିଳିିଥିଲା। ୨୦୦୦ରେ ଶ୍ରୀଲଙ୍କାରେ ଅଣ୍ଡର -୧୯ ବିଶ୍ୱକପ୍‌ରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ଏଥିରେ ରେ ଟିମ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ଚଳିତ ବର୍ଷ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ମାତ୍ର ଦୁଇ ବର୍ଷ ପରେ ଏକଦିବସୀୟ ଦଳର ଅଂଶ ହୋଇଥିଲେ ଏବଂ ୨୦୦୩ ବିଶ୍ୱକପରେ ସେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ସେ ଯୁବରାଜ ସିଂଙ୍କ ସହ ଭାରତୀୟ ଦଳର ମଧ୍ୟକ୍ରମର ମେରୁଦଣ୍ଡ ଥିଲେ। କୈଫ ଭାରତ ପାଇଁ ୧୨୫ଟି ଏକଦିବସୀୟ ଖେଳି ହାରାହାରି ୩୨.୦୧ରେ ୨୭୫୩ ରନ ସ୍କୋର କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୧୧୧ ଥିଲ। କୈଫ ଭାରତ ପାଇଁ ୧୩ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳି ୬୨୪ ରନ ସଂଗ୍ରହ କରିଥିଲେ। ୨୦୦୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କୈଫ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କୋଚିଂ ଦଳର ଅଂଶବିଶେଷ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରୋ-କବାଡ଼ି ଲିଗ୍‌ ଆରମ୍ଭ

ବେଙ୍ଗାଲୁରୁ, ୮ା୧୦: ପ୍ରୋ-କବାଡି ଲିଗ୍‌ର ସିଜନ-୯ ଆରମ୍ଭ ହୋଇଛି। ଶୁକ୍ରବାର ସ୍ଥାନୀୟ କାନ୍ତିରାଭା ଇନ୍‌ଡୋର ଷ୍ଟାଡିୟମରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଦବଙ୍ଗ ଦିଲ୍ଲୀ କେସି ୪୧-୨୭ରେ...

ଆଇସିସି ନିଷ୍ପତ୍ତି ଦୁଃଖଦାୟକ: ଅଶ୍ୱିନ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଆଇସିସି ଜିମ୍ବାଓ୍ବେକୁ ବାସନ୍ଦ କରିବା ପରେ ଏହାର ପ୍ରଭାବ କ୍ରିକେଟ ପାଓ୍ବାର ହାଉସ୍‌ କୁହାଯାଉଥିବା ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଅଭିଜ୍ଞ ଅଫ୍‌ ସ୍ପିନର...

କୋହଲିଙ୍କ ବିପକ୍ଷରେ ସୌଦିଙ୍କ ପରଫେକ୍ଟ ୧୦

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ବିରାଟ କୋହଲି ପୁଣି ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ମାତ୍ର ୨୪୨ ରନ୍‌ରେ ଅଲଆଉଟ୍‌...

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି...

ନଟରାଜନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ, ୨୮ା୪ (ପି.ଟି.)- ଭାରତର ୟର୍କର ସେନ୍‌ସେସନ ଟି. ନଟରାଜନଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଚଳିତବର୍ଷ ପ୍ରଥମ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ ବେଳେ...

ହାମିଲଟନଙ୍କୁ ୧୦୦ତମ ପୋଲ୍‌ ପୋଜିଶନ

ମଣ୍ଟମେଲୋ, ୯ା୫: ସ୍ପାନିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍‌ରେ ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ଙ୍କୁ ପଛରେ ପକାଇ ମର୍ସିଡିଜ୍‌ର ଲୁଇସ୍‌...

ସିରିଜ୍‌ ଜିତିବା ପାଇଁ ଦରକାର ୫ ଉଇକେଟ

ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବା ପାଇଁ ଭାରତୀୟ ଦଳକୁ ଆଉ ୫ ଉଇକେଟ ଦରକାର। ପ୍ରଥମ ଟେଷ୍ଟ ଅମୀମାଂଶିତ ଭାବେ ଶେଷ ହୋଇଥିବା...

ଏହି ରେକର୍ଡ କହୁଛି ଭାରତ ହାରିବା କଷ୍ଟକର

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ ହେଡିଙ୍ଗଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ...

Advertisement
Archives

Model This Week