Posted inଖେଳ

ମୋତେ ନିର୍ଯ୍ୟାତନା ଦେଉଥିଲା ପାକିସ୍ତାନ ମ୍ୟାନେଜମେଣ୍ଟ : ଅମିର

ଇସଲାମାବାଦ, ୧୭।୧୨- ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଅମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ କ୍ରିକେଟ ବୋର୍ଡ ପିସିବି ମ୍ୟାନଜମେଣ୍ଟ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ହଠାତ୍‌ ଅବସର ନିଷ୍ପତ୍ତି ନେଇ ସଭିଙ୍କୁ ଚକିତ କରିଦେଇଛନ୍ତି ଅମିର।

୨୮ ବର୍ଷୀୟ ବାମହାତୀ ଷ୍ଟାର ପେସର ପାକିସ୍ତାନୀ ଓ୍ବେବସାଇଟ୍‌ ‘ଖେଳ-ଶେଲ’କୁ ଏକ ଭିଡିଓ ସାକ୍ଷାତ୍‌କାର ଜରିଆରେ କହିଛନ୍ତି, ଜାତୀୟ ଦଳ ପାଇଁ ଆଉ ଖେଳିବେ ନାହିଁ। ମୁଁ ଅନ୍ତର୍ଜାତୀୟ ବର୍ତ୍ତମାନ କ୍ରିକେଟ ଛାଡ଼ୁଛି। କାରଣ ମୋତେ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ମୁଁ ଏହା ସହ୍ୟ କରିପାରୁନାହିଁ। ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ମୋତେ ଖୁବ୍‌ ନିର୍ଯ୍ୟାତନା ଦିଆଯାଇଥିଲା। ମୁଁ ଯାହା କରିଥିଲି, ସେଥି ପାଇଁ ଦଣ୍ଡ ମଧ୍ୟ ଭୋଗିଛି । ବାସନ୍ଦାଦେଶରୁ ଫେରିବା ପରେ କ୍ରିକେଟକୁ ଫେରିବା ଅତ୍ୟଧିକ କଷ୍ଟକର ଥିଲା। ସେତେବେଳେ ପୂର୍ବତନ ପିସିବି ମୁଖ୍ୟ ନଜାମ ସେଠି ଓ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ମୋତେ ସମର୍ଥନ କରିଥିଲେ। ସେହି ଦୁଇ ଜଣଙ୍କ ଲାଗି ହିଁ ମୁଁ ପୁଣି ଥରେ ଆରମ୍ଭ କରିପାରଥିଲି ଅନ୍ତର୍ଜାତୀୟ କ୍ୟାରିୟର।

ଉଲ୍ଲେଖଥାଉ କି, ସ୍ପଟ୍‌ ଫିକ୍ସିଂ ଯୋଗୁ ଅମିରଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ସେ ଗତବର୍ଷ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ୨୦୦୯ରେ ଟେଷ୍ଟ ପଦାର୍ପଣ କରିଥିବା ଅମିରଙ୍କ ନାମରେ ୩୬ ମ୍ୟାଚ୍‌ରେ ୧୧୯ ଉଇକେଟ ରହିଛି। ତାଙ୍କ ପ୍ରତିନିଧିତ୍ୱରେ ପାକିସ୍ତାନ ୨୦୦୯ ଟି୨୦ ବିଶ୍ୱକପ୍‌ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଯାତ୍ରା କରିବେ ନୀତିନ ଗଡକରୀ, ମୋଦିଙ୍କ ଅପିଲ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ଼୍ବାନ ପରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ସଂରକ୍ଷଣ ପାଇଁ, ଗଡକରୀ ତାଙ୍କର ସରକାରୀ…

ରାଜଧାନୀରେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ରୁମକୁ ଡାକି ପୁରୁଷ ବନ୍ଧୁ…..

ଭୁବନେଶ୍ବର,୧୩ା୫ : ରାଜଧାନୀ ଭୁବନେଶ୍ବରରୁ ପୁଣି ଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଘରୋଇ ଇଞ୍ଜେନିୟରିଂ କଲେଜ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ…

ସରକାରୀ ଓଜନ କଣ୍ଟାରେ ଲାଗିଲା ନିଆଁ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟିତଠାରେ ଥିବା ସରକାରୀ ଓଜନ କଣ୍ଟାରେ ବୁଧବାର ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ବହୁ କାଗଜପତ୍ର ଓ…

ଭାରତର କେଉଁ ରାଜ୍ୟରେ ବେଶୀ ଖର୍ଚ୍ଚ ହୁଏ ପେଟ୍ରୋଲ? ଲିଷ୍ଟରେ ଓଡ଼ିଶାର ନାଁ ଜାଣିଲେ ହୋଇଯିବେ ତାଜୁବ!

ନୂଆଦିଲ୍ଲୀ,୧୩।୫: ବିଶ୍ୱ ସ୍ତରରେ ଚାଲିଥିବା ଦ୍ୱନ୍ଦ୍ୱ ଏବଂ ଯୋଗାଣ ଶୃଙ୍ଖଳରେ ବାଧା ମଧ୍ୟରେ, ଭାରତରେ ଏକ ସମ୍ଭାବ୍ୟ ଇନ୍ଧନ ସଙ୍କଟ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ…

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

କେନ୍ଦ୍ରାପଡ଼ା,୧୩ା୫(ଜଗନ୍ନାଥ ଧଳ): କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା…

ବୃଦ୍ଧ କାଳେ ଯୌନ ପୀପାସୁ ହେଲା କାଳ, ନାବାଳିକାଙ୍କୁ ବଳାତ୍କାର କରି…

କଟକ,୧୩ା୫(ପ୍ରଭୁକଲ୍ୟାଣ ପାଲ୍‌): ବୃଦ୍ଧ କାଳେ ଯୌନ ପୀପାସୁ ହେବା କାଳ। ଚକୋଲେଟ୍‌ ଦେଇ କରିଥିଲେ ନୃଶଂସତା। ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬୧ ବର୍ଷୀୟ ଆସମୀକୁ ସଜା ଶୁଣାଇଲେ…

ଭୁବନେଶ୍ୱରରେ ଶେଷ ହେଉଛି ପେଟ୍ରୋଲ! ମନ୍ତ୍ରୀ କହିଲେ କାଲିଠୁ…

ଭୁବନେଶ୍ୱର,୧୩।୫: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି । ଓଡ଼ିଶାର…

ଆରଡି ଛକରୁ ହଟିଲା ଜବରଦଖଲ: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ…

ଭଦ୍ରକ, ୧୩।୫(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ସର୍ଭିସ ରୋଡ଼ର ଭଦ୍ରକ ଆରଡ଼ି ଛକରୁ ହଟିଲା ଜବରଦଖଲ। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri