Posted inଖେଳ

ଟି୧୦ ଲିଗ୍‌ରେ ୨୩ ବଲରେ ଖେଳିଲେ ୭୭ ରନ୍‌ର ବିସ୍ଫୋରକ ପାଳି

ଆବୁଧାବି,୨୮।୧୧: ଚଳିତ ଆବୁଧାବି ଟି୧୦ ଲିଗ୍‌ରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ନର୍ଦନ ଓ୍ବାରିଅର୍ସ ପାଇଁ ଖେଳୁଥିବା ମୋଇନ ଅଲି ମାତ୍ର ୨୩ ବଲରେ ଖେଳିଥିଲେ ୭୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୩ ଚୌକା ଓ ୯ ବିଶାଳ ଛକା। ଏହି ପାଳିରେ ୩୩୪ ଷ୍ଟ୍ରାଇକରେଟ୍‌ରେ ଖେଳିଥିଲେ ଇଂଲଣ୍ଡ ଅଲରାଉଣ୍ଡର। ଏଥିଯୋଗୁ ନର୍ଦନ ଓ୍ବାରିଅର୍ସ ୧୦ ଉଇକେଟରେ ଆବୁଧାବିକୁ ହରାଇ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆବୁଧାବି ୧୦ ଓଭରରେ ୬ ଉଇକେଟ ହରାଇ ୧୪୫ ରନ୍‌ କରିଥିଲା। ଦଳ ପକ୍ଷରୁ କଲିନ ଇନଗ୍ରାମ ୨୫ ବଲରେ ୬୧ (୫ ଲେଖାଏ ଚୌକା ଓ ଛକା) ରନ୍‌ର ଇନିଂସ ଖେଳିଥିଲେ। ନର୍ଦନ ଓ୍ବାରିଅର୍ସ ଲାଗି ୨ ଲେଖାଏ ଉଇକେଟ ହାତେଇଥିଲେ ରିୟାଦ ଏମରିଟ ଓ ଇମ୍ରାନ ତାହିର। ଏତେ ବଡ଼ ଟାର୍ଗେଟ ସତ୍ତ୍ୱେ ମୋଇନ ଓ କେନାର ଲୁଇସଙ୍କ ଓପନିଂ ଯୋଡ଼ି ନର୍ଦନ ଓ୍ବାରିଅର୍ସକୁ ୫ ବଲ ପୂର୍ବରୁ ମ୍ୟାଚ୍‌ ଜିତାଇ ଦେଇଥିଲେ। ମୋଇନ ୭୭ ରନ୍‌ର ପାଳି ଖେଳିଥିବା ବେଳେ ଲୁଇସ ୩୨ ବଲରେ ୬୫ (୪ ଚୌକା ଓ ୬ ଛକା) ରନ୍‌ କରି ଅପରାଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର...

ଖାସ୍‌ ତାରିଖକୁ ନେଇ ହାତରେ ଟାଟୁ କଲେ ପାଣ୍ଡ୍ୟା

ମୁମ୍ବାଇ,୪।୧୨: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଦାମୀ ଘଣ୍ଟା ଏବଂ କାରଠାରୁ ଆରମ୍ଭ କରି ତାଙ୍କ ହେୟାର ଷ୍ଟାଇଲ ଏବଂ...

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ...

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି...

ଏହି କାରଣରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ମନା କଲେ ଡି’ଭିଲର୍ସ

ଜୋହାନ୍ସବର୍ଗ,୧୯।୫: ଭଲ ଫର୍ମରେ ଥିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକାର ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ମନା...

‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଚେନ୍ନାଇନ୍‌ ମ୍ୟାଚ୍‌ ଡ୍ର

ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି।...

ପ୍ରତିଶ୍ରୁତି ଦେଇ ରଖିଲେ ଏହି କ୍ରିକେଟର୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କ ‘ନାଗିନ ଡ୍ୟାନ୍ସ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ନାଗିନ ଡ୍ୟାନ୍ସର...

Advertisement
Archives

Model This Week