ମୋଦିଙ୍କ ଆଜାଦ

କଂଗ୍ରେସ ଦଳ ଛାଡ଼ିବାର ୩ ଦିନ ପରେ ଅଗଷ୍ଟ ୨୯ରେ ଗୁଲାମ ନବୀ ଆଜାଦ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କୁ ଗାଳି କରିଥିବା ବେଳେ ଭାଜପା ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଯେହେତୁ ରମେଶ କହିଥିଲେ, ଗୁଲାମ ନବୀ ଆଜାଦ(ଜିଏନ୍‌ଏ)ଙ୍କ ଡିଏନ୍‌ଏ ମୋଦିଫାଏଡ୍‌ ହୋଇଯାଇଛି, ତାଙ୍କୁ ଉପଲକ୍ଷ୍ୟ କରି ନିଜ ଡିଏନ୍‌ଏ ଦେଖିବାକୁ ରମେଶଙ୍କୁ ଆଜାଦ କହିଛନ୍ତି। ଏଥିସହିତ ମୋଦି ଦେଖାଉଥିବା ମାନବିକତାକୁ ସେ ପ୍ରଶଂସା କରିଛନ୍ତି। ଆଜାଦ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେତେବେଳେ କଶ୍ମୀରରେ ଗୁଜରାଟୀ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେତେବେଳେ ସେ ମୋଦିଙ୍କୁ ଫୋନ୍‌ କରି ଏ ବିଷୟ ଜଣାଇଥିଲେ। ଏହି ଘଟଣାକୁ ମନେପକାଇ ତାଙ୍କ ବିଦାୟକାଳୀନ ଭାଷଣ ବେଳେ ମୋଦି ପାର୍ଲାମେଣ୍ଟରେ ଉକ୍ତ ବିଷୟ ଉପସ୍ଥାପନ କରିଥିଲେ। ଆଜାଦ ଆହୁରି କହିଛନ୍ତି ଯେ, ମୋଦିଙ୍କ ସ୍ତ୍ରୀ କି ପିଲା ନାହାନ୍ତି। କିନ୍ତୁ ସେ ନିଜର ମାନବିକତା ପ୍ରଦର୍ଶନ କରିଥାନ୍ତି। ଅବଶ୍ୟ ଆଜାଦ ଜାଣିନାହାନ୍ତି ଯେ, ମୋଦି ବିବାହିତ ଓ ତାଙ୍କ ପତ୍ନୀଙ୍କୁ ତ୍ୟାଗ କରିଛନ୍ତି। ତେବେ ଏଠାରେ ମୋଦିଙ୍କ କେଉଁଭଳି ମାନବିକତା ଗୁଣକୁ ଆଜାଦ ଦେଖିପାରିଥିଲେ ତାହା ତାଙ୍କୁ ଜଣା। କାରଣ ବିମୁଦ୍ରୀକରଣଠାରୁ ଆଜି ପର୍ଯ୍ୟନ୍ତ ମୋଦିଙ୍କ ପ୍ରତିଟି ପଦକ୍ଷେପ ଗରିବ ଓ ଅସହାୟଙ୍କୁ ମାଡ଼ କରିଚାଲିଛି। ଅପରପକ୍ଷରେ କଂଗ୍ରେସ ନେତାଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖି ଆଜାଦ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିବା କୁହାଯାଇପାରେ।
ଯଦି ଆଜାଦଙ୍କ ରାଜନୈତିକ କ୍ୟାରିୟର ଦେଖାଯାଏ, ତେବେ ସେ ବହୁବାର କେନ୍ଦ୍ରମନ୍ତ୍ରୀ, ୫ ଥର ରାଜ୍ୟ ସଭା ସଦସ୍ୟ ଏବଂ ଥରେ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ। ଏହାବ୍ୟତୀତ ଜଣେ ବ୍ୟକ୍ତି କେତେ ଅଧିକ ରାଜନୈତିକ ପଦପଦବୀ ହାତେଇପାରନ୍ତେ! ଏହା କେବଳ କଂଗ୍ରେସ ଦଳର ନେତା ଭାବେ ସମ୍ଭବ ହୋଇଥିଲା। ସେ ଯେତେବେଳେ କ୍ଷମତା ଉପଭୋଗ କରୁଥିଲେ ସେତେବେଳେ ଗାନ୍ଧୀ ପରିବାରର ଗୋଡ଼ ଚାଟିବାକୁ ପଛାଇ ନ ଥିଲେ। ସଚେତନ ଦେଶବାସୀ ତାଙ୍କ ଇତିହାସକୁ ଭଲ ଭାବେ ଜାଣନ୍ତି। ଏବେ କଂଗ୍ରେସ ଦୁର୍ବଳ ହୋଇପଡ଼ିଥିବାରୁ ତାହା କୋଟେରି ବା ସ୍ବତନ୍ତ୍ର ପରିଚିତ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି ବୋଲି ଆଜାଦ ଅଭିଯୋଗ ଆଣିଛନ୍ତି। ବାରମ୍ବାର କ୍ଷମତା ଚାଖୁଥିବା ଆଜାଦ ଯୁବବର୍ଗ କେବେ କଂଗ୍ରେସର ଉଚ୍ଚସ୍ଥାନକୁ ଉଠୁ ବୋଲି ଚାହିଁ ନ ଥିଲେ। ଏଭଳି ମାନସିକତା ପୋଷଣ କରୁଥିବା ବ୍ୟକ୍ତିମାନେ ସାଧାରଣ ଲୋକଙ୍କ ପାଇଁ କିଭଳି ଚିନ୍ତା କରୁଥିବେ ବୁଝାପଡ଼ିଯାଉଛି। ଦୀର୍ଘଦିନ କ୍ଷମତାରୁ ଅପସରିଯିବା ପରେ ଓ କଂଗ୍ରେସ ଦିନକୁ ଦିନ ଭାଙ୍ଗି ପଡ଼ୁଥିବାରୁ ସେଥିରେ ଆଉ ଭବିଷ୍ୟତ ନ ଦେଖି ଆଜାଦ ତାଙ୍କର ‘ଅପ୍ରାପ୍ତ’ ୭୩ ବର୍ଷ ବୟସରେ ମଧ୍ୟ କ୍ଷମତା ଲୋଭକୁ ଛାଡ଼ିପାରୁନାହାନ୍ତି। କ୍ଷମତା ରାଜନୀତିରେ ମତ୍ତ ଥିବା ଏଭଳି ନେତାମାନେ ‘ବର୍ଷା ଯୁଆଡ଼େ ଛତା ସିଆଡ଼େ’ ନ୍ୟାୟରେ ବଞ୍ଚତ୍ବାକୁ ଚାହାନ୍ତି। ଆଜିର ସ୍ଥିତି ଦେଖିଲେ ଯୁବପିଢ଼ିଙ୍କୁ ଆଗକୁ ଯିବାକୁ ବାଟ ଛାଡ଼ୁ ନ ଥିବା ବୟସ୍କ ଆଜାଦମାନେ କଦାପି ଭାରତୀୟ ରାଜନୀତିରେ ବିସ୍ମୟ ସୃଷ୍ଟି କରିପାରିବେ ବୋଲି ବିଶ୍ୱାସ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri