Posted inଜାତୀୟ

ଦୁଇଟି ଭାରତ ସୃଷ୍ଟି କରିଛନ୍ତି ମୋଦି

ଦାହୋଡ୍‌ (ଗୁଜରାଟ),୧୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଦୁଇଟି ଭାରତ ସୃଷ୍ଟି କରିଛନ୍ତି, ଗୋଟିଏ ଧନୀଙ୍କ ପାଇଁ ଓ ଅନ୍ୟଟି ଗରିବଙ୍କ ପାଇଁ। ଦେଶର ସମ୍ବଳକୁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଅଳ୍ପ କେତେଜଣ ଧନୀ ଲୋକଙ୍କ ହାତରେ ଟେକି ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାହୁଲ ମଙ୍ଗଳବାର ଆଦିବାସୀ ବହୁଳ ଦାହୋଡ ଜିଲାରେ ଦଳର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସେଠାରେ ‘ଆଦିବାସୀ ସତ୍ୟାଗ୍ରହ ରାଲି’କୁ ଉଦ୍‌ବୋଧନ ଦେଇ ରାହୁଲ କହିଥିଲେ, ଏଥର ଗୁଜରାଟରେ କଂଗ୍ରେସ ନିଶ୍ଚୟ କ୍ଷମତାକୁ ଆସିବ। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ। ସେ ଗୁଜରାଟ ମଡେଲ ନାମରେ ଉକ୍ତ ରାଜ୍ୟର କାର୍ଯ୍ୟଶୈଳୀକୁ ଦେଶରେ ପ୍ରୟୋଗ କରୁଛନ୍ତି। ଫଳରେ ଆଜି ଦେଶରେ ଦୁଇଟି ଭାରତ ସୃଷ୍ଟି ହୋଇଛି। ଗୋଟିଏ କ୍ଷମତା ଓ ପ୍ରତିପତ୍ତି ଥିବା କୋଟିପତି ଓ ବ୍ୟୁରୋକ୍ରାଟମାନଙ୍କ ପାଇଁ ଏବଂ ଅନ୍ୟଟି ସାଧାରଣ ଲୋକଙ୍କ ପାଇଁ ବୋଲି କଂଗ୍ରେସ ନେତା କହିଥିଲେ। ଭାଜପା ମଡେଲରେ ଜଳ, ଜଙ୍ଗଲ, ଜମି ଭଳି ଲୋକଙ୍କ ସମ୍ପତ୍ତିକୁ ଅଳ୍ପ କେତେଜଣ ଧନୀଙ୍କୁ ଦିଆଯାଇଛି। ରାଜ୍ୟରେ ଭାଜପା ସରକାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ କରିଥିବା ରାହୁଲ ଅଭିଯୋଗ କରିଥିଲେ। ଭାଜପା ସରକାର ଆଦିବାସୀମାନଙ୍କୁ କିଛି ଦେଇନାହିଁ କିନ୍ତୁ ସବୁକିଛି ଛଡ଼ାଇନେଇଛି। ଆଦିବାସୀମାନେ ସେମାନଙ୍କ ଅଧିକାର ଛଡ଼ାଇ ଆଣିବାକୁ ହେବ। ତା’ହେଲେ ସେମାନେ ସବୁକିଛି ଫେରିପାଇବେ ବୋଲି ରାହୁଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିମନ୍ତ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ, ୧୦।୫: ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରବିବାର ଗୁଆହାଟୀରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ତାଙ୍କୁ...

ସାଧାରଣତନ୍ତ୍ର ପରେଡ : ଅଯୋଧ୍ୟାର ରାମ ମନ୍ଦିରର ମଡେଲ ଦେଖି ଛିଡ଼ା ହେଲେ ଭକ୍ତ

ନୂଆଦିଲ୍ଲୀ,୨୬ା୧- ଦେଶର ୭୨ତମ ସାଧାରଣତନ୍ତ୍ର ପରେଡରେ ଦେଖିବାକୁ ମିଳିଛି ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ମଡେଲ। ଏହା ଦେଖି ମଙ୍ଗଳବାର ସକାଳେ ରାଜପଥରେ...

ଯୋଗୀ ସରକାରଙ୍କ ବଜେଟ: ଜଳ ଜୀବନ ମିଶନ ପାଇଁ ୩୦୦୦ କୋଟି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଇଛି। ମୋଟ ୫,୧୨, ୮୬୦ କୋଟି...

ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ...

ଓକିଲଙ୍କ କ୍ରମାଗତ ଧର୍ମଘଟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୨୨ା୨(ପି.ଟି.): ପାକିସ୍ତାନ ସ୍କୁଲ୍‌ରେ ବୋମା ଫୁଟିବା, ନେପାଳରେ ଭୂମିକମ୍ପ ହେବା ଭଳି କାରଣକୁ ନେଇ ଓକିଲମାନେ ବାରମ୍ବାର ଧର୍ମଘଟ କରୁଥିବାରୁ ସୁପ୍ରିମକୋର୍ଟ ଏଥିରେ କ୍ଷୁବ୍ଧ ହୋଇଛନ୍ତି।...

ଶିବଭକ୍ତ ପୋଲିସକର୍ମୀ

ଭୋପାଳ,୨୧।୨: ମଧ୍ୟପ୍ରଦେଶ ଭୋପାଳର ଜଣେ ସିଂଘମଙ୍କୁ ଶିବଭକ୍ତ ଅବତାରରେ ଦେଖିବାକୁ ମିଳିଛି। ମହାଶିବରାତ୍ରୀର ପୂର୍ବ ସନ୍ଧ୍ୟାରେ ଭୋପାଳରେ ଆଇପିଏସ୍‌ ମିଟ୍‌ର ଆୟୋଜନ ହୋଇଥିଲା। ଏହି ଅବସରରେ...

ଅତ୍ୟଧିକ ଖୁସି ନୁହେଁ ଆଶା ଦେବୀ

ନୂଆଦିଲ୍ଲୀ,୧୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା...

ଢୋକଲା, ସମୋସା, ମସଲା ଚା’ର ମଜା ନେବେ ଟ୍ରମ୍ପ

ନୂଆଦିଲ୍ଲୀ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ, ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ ଓ କେତେଜଣ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ ସହ...

Advertisement
Archives

Model This Week