Posted inଜାତୀୟ

୨୦୨୪ରେ ପୁଣି ମୋଦି

ନୂଆଦିଲ୍ଲୀ,୧୩ା୮: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୁନର୍ବାର ବିଜୟୀ ହେବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।
ସାଧାରଣ ନିର୍ବାଚନକୁ ଦୁଇବର୍ଷରୁ କମ୍‌ ସମୟ ବାକି ଥିବାବେଳେ ଏହାର ସମ୍ଭାବ୍ୟ ପରିଣାମକୁ ନେଇ ପତ୍ରିକା ‘ଇଣ୍ଡିଆ ଟୁଡେ’ ସହ ପୁଲିଂ ଏଜେନ୍ସି ‘ସି ଭୋଟର’ ପକ୍ଷରୁ ମିଳିତ ଭାବେ ସର୍ବେକ୍ଷଣ କରାଯାଇଥିଲା। ଗତ ଫେବୃୟାରୀରୁ ଅଗଷ୍ଟ ମଧ୍ୟରେ କରାଯାଇଥିବା ମୁଡ୍‌ ଅଫ୍‌ ଦି ନେଶନ୍‌ ସର୍ଭେରେ ୧,୨୨,୦୧୬ ଜଣଙ୍କ ମତାମତ ନିଆଯାଇଥିଲା। ସେତେବେଳେ ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ଶାସକ ମେଣ୍ଟ ୩୦୭ ଆସନ ଦଖଲ କରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏନ୍‌ଡିଏରୁ ଓହରିଯିବା ପରେ ମେଣ୍ଟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏନ୍‌ଡିଏକୁ ୨୮୬ ଆସନରେ ସଫଳତା ମିଳିବ ବୋଲି ଏଥିରେ କୁହାଯାଇଛି। ପ୍ରାୟ ୫୩% ମତଦାତା ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିବା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ୯% ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସପକ୍ଷରେ ମାତ୍ର ୭% ସମର୍ଥନ ରହିଥିବା ଉକ୍ତ ସର୍ଭେରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା...

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ମୋଦିଙ୍କ ବିରୋଧରେ ଲଢିବେ ମୁସଲମାନ ପ୍ରାର୍ଥୀ

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ମାୟାବତୀ ମୈନପୁରୀ ଲୋକ ସଭା ଟିକେଟ...

ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା: ନଦୀରେ ବୁଡିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରୀନଗର,୧୬।୪: ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀ ଏବଂ ସ୍କୁଲ ପିଲାଙ୍କୁ ନେଇଯାଉଥିବା ଏକ ଡଙ୍ଗା ଶ୍ରୀନଗରର ବଟୱାରର ଝେଲମରେ ଭାରସାମ୍ୟ ହରାଇ ଓଲଟି ପଡିଛି।...

ଶତ୍ରୁତା ଯୋଗୁ ସ୍ବାହା ହେଲା ୧ କୋଟି ଟଙ୍କାର ମହଙ୍ଗା ଗାଡ଼ି: ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ,୧୬।୪: ଲମ୍ବୋର୍ଗିନି ବିଶ୍ୱର ଦ୍ରୁତତମ ଏବଂ ମହଙ୍ଗା କାର ଭାବରେ ଜଣାଶୁଣା । ଅବଶ୍ୟ, ନିକଟରେ ଲମ୍ବୋର୍ଗିନି ଏହାର ଗତି ବ୍ୟତୀତ ଅନ୍ୟ କୌଣସି କାରଣରୁ...

୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ...

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri