ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ‘ସ୍ବରାଜ’

ଭୁବନେଶ୍ୱର,୧୩ା୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ସ୍ବାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଦୂରଦର୍ଶନ (ଡିଡି-୧)ରେ ପ୍ରସାରିତ ହେବାକୁ ଯାଉଛି ଏକ ଭିନ୍ନ ଧରଣର ମେଗା ଧାରାବାହିକ ‘ସ୍ବରାଜ’। ଏହି ଧାରାବାହିକଟି ସମ୍ପୂର୍ଣ୍ଣ ଭାବେ ଭାରତର ବୀର ସଂଗ୍ରାମୀଙ୍କ ଅବଦାନ ଓ ବଳିଦାନକୁ ପ୍ରସାରଣ କରିବ। ଚଳିତ ମାସ ୧୪ରୁ ଏହି ୭୫ ଅଧ୍ୟାୟ ବିଶିଷ୍ଟ ଧାରାବାହିକ ପ୍ରତି ରବିବାର ରାତି ୯ରୁ ୧୦ଟା ପର୍ଯ୍ୟନ୍ତ ଡିଡି ନ୍ୟାଶନାଲ (ଡିଡି-୧)ରେ ପ୍ରସାରଣ ହେବାକୁ ଯାଉଛି।
ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର କେନ୍ଦ୍ରର ଡିଡିଜେ ନରସିଂହ ଜେଠୀ, ସମାଚାର ନିର୍ଦ୍ଦେଶକ ବଦ୍ରିନାରାୟଣ ଅଧିକାରୀ ଏବଂ ପ୍ରୋଗ୍ରାମ୍‌ ମୁଖ୍ୟ ଦୀପ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ବରାଜ ସମେତ ଦୂରଦର୍ଶନର ଆଗାମୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବିଶେଷକରି ସ୍ବରାଜ ଜରିଆରେ ଡିଡି ତା’ର ପୂର୍ବ ଗୌରବର ପୁନରାବୃତ୍ତି ସହ ପୁଣି ଥରେ ଦର୍ଶକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛି। ସେହିଭଳି ସ୍ବରାଜ ୯ଟି ପ୍ରମୁଖ ଆଞ୍ଚଳିକ ଭାଷା ସମେତ ଇଂରାଜୀରେ ମଧ୍ୟ ଡବିଂ କରାଯାଇଛି। ଉକ୍ତ ୯ଟି ଭାଷା ମଧ୍ୟରେ ରହିଛି ତାମିଲ, ତେଲୁଗୁ, କନ୍ନଡ, ମାଲୟାଲମ, ମରାଠୀ, ଗୁଜରାଟୀ, ବଙ୍ଗଳା, ଅହମିଆ ଏବଂ ଓଡ଼ିଆ। ଏପରିକି ଅଗଷ୍ଟ ୧୪ ପରେ ସ୍ବରାଜ ଉପରୋକ୍ତ ଆଞ୍ଚଳିକ ଭାଷାରେ ଅଗଷ୍ଟ ୨୦ ଠାରୁ ଦୂରଦର୍ଶନ ଚ୍ୟାନେଲରେ ରାତି ୮ଟାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ସେହିପରି ଓଡ଼ିଆରେ ମଧ୍ୟ ଶନିବାର ଓ ସୋମବାର ରାତି ୯ରୁ ୧୦ ଘଟିକା ପର୍ଯ୍ୟନ୍ତ ଏବଂ ବୁଧବାର ଓ ଶୁକ୍ରବାର ଅପରାହ୍ନ ୨ଟାରୁ ୩ ଘଟିକା ପର୍ଯ୍ୟନ୍ତ ପ୍ରସାରଣ ହେବ ବୋଲି ଜଣାପଡ଼ିଛି। ଅନୁରୂପ ଭାବେ ଉକ୍ତ ଧାରାବାହିକଟି ଆକାଶବାଣୀର ବିଭିନ୍ନ କେନ୍ଦ୍ର ଜରିଆରେ ଅଗଷ୍ଟ ୨୦ଠାରୁ ଶନିବାର ପୂର୍ବାହ୍ନ ୧୧ ଘଟିକାରେ ପ୍ରସାରଣ କରାଯିବ। ସ୍ବାଧୀନତାର ଏହି ସ୍ବତନ୍ତ୍ର ଧାରାବାହିକ ୧୪୯୮ ଭାସ୍କୋଡାଗାମାଙ୍କଠାରୁ ଆରମ୍ଭକରି ୧୯୪୭ ଅଗଷ୍ଟ ୧୫ ମଧ୍ୟରେ କେତେକ ପ୍ରମୁଖ ମହାନାୟକଙ୍କ ମହାନ ଗାଥାକୁ ଅଭିଜ୍ଞ ଭାରତୀୟ କଳାକାରଙ୍କ ଜରିଆରେ ଅତ୍ୟାଧୁନିକ ଜ୍ଞାନକୌଶଳ ସାଙ୍ଗକୁ ଉଚ୍ଚମାନର କ୍ୟାମେରାଗୁଡ଼ିକରେ ରେକର୍ଡିଂ କରାଯାଇ ଭାରତବାସୀଙ୍କୁ ପ୍ରତ୍ୟକ୍ଷ କାହାଣୀ ଦେଖାଇବାର ଶତ ପ୍ରୟାସ ଦୂରଦର୍ଶନ ପକ୍ଷରୁ କରାଯାଇଛି। ସେହିପରି ଖୁବ୍‌ଶୀଘ୍ର ଡିଡି ନ୍ୟାଶନାଲରେ ୪ଟି ଧାରାବାହିକ ସାଙ୍ଗକୁ ଏକ ରିଆଲିଟି ଶୋ’ର ମଧ୍ୟ ପ୍ରସାରଣ ହେବାକୁ ଯାଉଛି। ସାରା ଦେଶର ଦର୍ଶକଙ୍କୁ ପୁଣିଥରେ ବାନ୍ଧି ରଖିବା ପାଇଁ ଡିଡି-୧ରେ ସବୁ ବର୍ଗର କାର୍ଯ୍ୟକ୍ରମ ଫିଲ୍ମ, ଧାରାବାହିକ, ଖବର ପ୍ରସାରଣ ସାଙ୍ଗକୁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ମଧ୍ୟ ପ୍ରସାରଣ କରାଯିବ ବୋଲି ଦୂରଦର୍ଶନ କର୍ତ୍ତୃପକ୍ଷ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?