Posted inଫୁରସତ

ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍‌ ପାଇଁ ଦେଲେ ଏତିକି ଟଙ୍କା

ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା ପୂରଣ ପାଇଁ କିଛି ବି ଅସମ୍ଭବ କଥାକୁ ସମ୍ଭବ କରିଦିଅନ୍ତି। କେହି କେହି ସମୁଦ୍ର କୂଳରେ ଭୋଜି କରିବାକୁ ଭଲ ପାଆନ୍ତି ତ ଆଉ କିଏ ଆକାଶରେ ଉଡ଼ିବାକୁ ଇଚ୍ଛା ରଖିଥାନ୍ତି। ଏମିତି ଇଚ୍ଛା ରଖୁଥିବା ଲୋକ ଯେତେ ବି ଟଙ୍କା ଖର୍ଚ୍ଚ ହେଉ ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି। ସେହିପରି ଦାମୀ ଅଳଙ୍କାର, ପୋଷାକ, ଜୋତା ଆଦି ପିନ୍ଧିବାକୁ ଅନେକ ଲୋକ ଭଲ ପାଆନ୍ତି। କିନ୍ତୁ ଏବେ ଜଣେ ମଡେଲଙ୍କ ଏକ ଅଜବ ଇଚ୍ଛା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ମଡେଲ ଜଣଙ୍କ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଏକ ବିମାନ ବୁକ୍‌ କରିଛନ୍ତି। ଯାହା ଦ୍ୱାରା ସେ ନିଜ ସାଥୀଙ୍କ ସହ ଆକାଶରେ ହଜାରେ ଫୁଟ ଉଚ୍ଚରେ ରୋମାନ୍ସ କରିଛନ୍ତି।

ଆମେରିକାର ଫ୍ଲୋରିଡା ସହରର ୨୪ ବର୍ଷୀୟା ମଡେଲ କାଜୁମି ସ୍କ୍ବିଟର୍ସ ତାଙ୍କ ସାଥୀଙ୍କ ସହ ରୋମାନ୍ସ କରିବା ପାଇଁ ଏକ ବିମାନ ବୁକ୍‌ କରିଥିଲେ। କାଜୁମିଙ୍କ କହିବା ଅନୁଯାୟୀ, ସେ ଆମେରିକାର ଲସ ଭେଗାସ ଉପରେ ଉଡ଼ିବା ସମୟରେ ନିଜ ସାଥୀଙ୍କ ସହ ରୋମାନ୍ସ କରିଥିଲେ। ଏହା କରି କାଜୁମି ବର୍ତ୍ତମାନ ମାଇଲ ହାଇ କ୍ଲବ କ୍ଲବର ସଦସ୍ୟ ହୋଇପାରିଛନ୍ତି। ପ୍ରକୃତିରେ ଯେଉଁମାନେ ଉଡ଼ାଣ ସମୟରେ ସାଥୀଙ୍କ ସହିତ ରୋମାନ୍ସ କରନ୍ତି, ସେମାନଙ୍କୁ ମାଇଲ ହାଇ କ୍ଲବର ସଦସ୍ୟ ଭାବରେ ବିବେଚନା କରାଯାଏ।

ସେ କହିଛନ୍ତି, ବିମାନରେ ରୋମାନ୍ସ କରିବାକୁ ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଭଡ଼ା ଦେବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ସେ ବିମାନକୁ ବହୁ କଷ୍ଟରେ ଏଜେନ୍ସିରୁ ଭଡ଼ାରେ ନେଇଥିଲେ। କାଜୁମି ତାଙ୍କ ଅଭିଜ୍ଞତାକୁ ଅତ୍ୟନ୍ତ ରୋମାଞ୍ଚକର ବୋଲି ବର୍ଣ୍ଣନା କରିଥିଲେ। ସେମାନେ ବିମାନରେ ରୋମାନ୍ସ କରିବାକୁ ୧ ଘଣ୍ଟା ପାଇଁ ବିମାନ ବୁକ୍‌ କରିଥିଲେ। ସେହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ ମଧ୍ୟ କଏଦ କରିଥିଲେ। ଏହି ଇଚ୍ଛା ପୂରଣ ପାଇଁ କାଜୁମୀଙ୍କୁ ଭଡ଼ା ପାଇଁ ବହୁ ପରିମାଣର ଅର୍ଥ ଦେବାକୁ ପଡ଼ିଥିଲା।

ଆମେରିକାରେ ଏପରି ଅନେକ କମ୍ପାନୀ ରହିଛି, ଯାହା ଉଡ଼ାଣରେ ରୋମାନ୍ସ ପାଇଁ ବିମାନ ଯୋଗାଇଥାଏ। ଏହିପରି ଏକ କମ୍ପାନୀ ହେଉଛି ଲଭ୍‌ କ୍ଲାଉଡ। ଯାହା ଆକାଶରେ ରୋମାନ୍ସ କରିବା ପାଇଁ ଲୋକଙ୍କୁ ବିମାନ ସେବା ଯୋଗାଇଥାଏ। ଏହି କମ୍ପାନୀ ଆଣ୍ଡି ଜନସନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ବୃତ୍ତିରେ ଆଣ୍ଡି ମଧ୍ୟ ନିଜେ ଜଣେ ପାଇଲଟ। ଏହି ସେବା ଯୋଗାଇବା ପାଇଁ, ଏହି କମ୍ପାନୀ ୪୫ ମିନିଟ୍‌ ପାଇଁ ପ୍ରାୟ ୭୪ ହଜାର ଟଙ୍କା ଭଡ଼ା ନେଇଥାଏ।

ଯଦି ଏକ ଯୋଡ଼ି ବିମାନରେ ବିବାହ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରାୟ ୮୯ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏଥିସହିତ ଖାଦ୍ୟ ପାଇଁ ୭୪୦୦ ଟଙ୍କା ଅଲଗା ଦେବାକୁ ପଡ଼ିଥାଏ। ଏକାସାଙ୍ଗରେ ବିମାନରେ ଡବଲ ବେଡର ସୁବିଧା ମଧ୍ୟ ଉପଲବ୍ଧ ଅଛି, ଯାହାଦ୍ୱାରା କପଲ ବିମାନରେ ନିଜ ଘର ପରି ଅନୁଭବ କରିବେ। ଆଣ୍ଡିଙ୍କ କହିବା ଅନୁଯାୟୀ, ଗ୍ରାହକମାନେ ଆମଠାରେ ଅଜବ ଦାବି କରିଥାନ୍ତି। ଥରେ ଏକ କପଲ ପାଇଲଟ ଏବଂ ଏୟାରହୋଷ୍ଟେସ ପୋଷାକ ପିନ୍ଧି ରୋମାନ୍ସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri