Posted inଫୁରସତ

ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍‌ ପାଇଁ ଦେଲେ ଏତିକି ଟଙ୍କା

ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା ପୂରଣ ପାଇଁ କିଛି ବି ଅସମ୍ଭବ କଥାକୁ ସମ୍ଭବ କରିଦିଅନ୍ତି। କେହି କେହି ସମୁଦ୍ର କୂଳରେ ଭୋଜି କରିବାକୁ ଭଲ ପାଆନ୍ତି ତ ଆଉ କିଏ ଆକାଶରେ ଉଡ଼ିବାକୁ ଇଚ୍ଛା ରଖିଥାନ୍ତି। ଏମିତି ଇଚ୍ଛା ରଖୁଥିବା ଲୋକ ଯେତେ ବି ଟଙ୍କା ଖର୍ଚ୍ଚ ହେଉ ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି। ସେହିପରି ଦାମୀ ଅଳଙ୍କାର, ପୋଷାକ, ଜୋତା ଆଦି ପିନ୍ଧିବାକୁ ଅନେକ ଲୋକ ଭଲ ପାଆନ୍ତି। କିନ୍ତୁ ଏବେ ଜଣେ ମଡେଲଙ୍କ ଏକ ଅଜବ ଇଚ୍ଛା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ମଡେଲ ଜଣଙ୍କ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଏକ ବିମାନ ବୁକ୍‌ କରିଛନ୍ତି। ଯାହା ଦ୍ୱାରା ସେ ନିଜ ସାଥୀଙ୍କ ସହ ଆକାଶରେ ହଜାରେ ଫୁଟ ଉଚ୍ଚରେ ରୋମାନ୍ସ କରିଛନ୍ତି।

ଆମେରିକାର ଫ୍ଲୋରିଡା ସହରର ୨୪ ବର୍ଷୀୟା ମଡେଲ କାଜୁମି ସ୍କ୍ବିଟର୍ସ ତାଙ୍କ ସାଥୀଙ୍କ ସହ ରୋମାନ୍ସ କରିବା ପାଇଁ ଏକ ବିମାନ ବୁକ୍‌ କରିଥିଲେ। କାଜୁମିଙ୍କ କହିବା ଅନୁଯାୟୀ, ସେ ଆମେରିକାର ଲସ ଭେଗାସ ଉପରେ ଉଡ଼ିବା ସମୟରେ ନିଜ ସାଥୀଙ୍କ ସହ ରୋମାନ୍ସ କରିଥିଲେ। ଏହା କରି କାଜୁମି ବର୍ତ୍ତମାନ ମାଇଲ ହାଇ କ୍ଲବ କ୍ଲବର ସଦସ୍ୟ ହୋଇପାରିଛନ୍ତି। ପ୍ରକୃତିରେ ଯେଉଁମାନେ ଉଡ଼ାଣ ସମୟରେ ସାଥୀଙ୍କ ସହିତ ରୋମାନ୍ସ କରନ୍ତି, ସେମାନଙ୍କୁ ମାଇଲ ହାଇ କ୍ଲବର ସଦସ୍ୟ ଭାବରେ ବିବେଚନା କରାଯାଏ।

ସେ କହିଛନ୍ତି, ବିମାନରେ ରୋମାନ୍ସ କରିବାକୁ ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଭଡ଼ା ଦେବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ସେ ବିମାନକୁ ବହୁ କଷ୍ଟରେ ଏଜେନ୍ସିରୁ ଭଡ଼ାରେ ନେଇଥିଲେ। କାଜୁମି ତାଙ୍କ ଅଭିଜ୍ଞତାକୁ ଅତ୍ୟନ୍ତ ରୋମାଞ୍ଚକର ବୋଲି ବର୍ଣ୍ଣନା କରିଥିଲେ। ସେମାନେ ବିମାନରେ ରୋମାନ୍ସ କରିବାକୁ ୧ ଘଣ୍ଟା ପାଇଁ ବିମାନ ବୁକ୍‌ କରିଥିଲେ। ସେହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ ମଧ୍ୟ କଏଦ କରିଥିଲେ। ଏହି ଇଚ୍ଛା ପୂରଣ ପାଇଁ କାଜୁମୀଙ୍କୁ ଭଡ଼ା ପାଇଁ ବହୁ ପରିମାଣର ଅର୍ଥ ଦେବାକୁ ପଡ଼ିଥିଲା।

ଆମେରିକାରେ ଏପରି ଅନେକ କମ୍ପାନୀ ରହିଛି, ଯାହା ଉଡ଼ାଣରେ ରୋମାନ୍ସ ପାଇଁ ବିମାନ ଯୋଗାଇଥାଏ। ଏହିପରି ଏକ କମ୍ପାନୀ ହେଉଛି ଲଭ୍‌ କ୍ଲାଉଡ। ଯାହା ଆକାଶରେ ରୋମାନ୍ସ କରିବା ପାଇଁ ଲୋକଙ୍କୁ ବିମାନ ସେବା ଯୋଗାଇଥାଏ। ଏହି କମ୍ପାନୀ ଆଣ୍ଡି ଜନସନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ବୃତ୍ତିରେ ଆଣ୍ଡି ମଧ୍ୟ ନିଜେ ଜଣେ ପାଇଲଟ। ଏହି ସେବା ଯୋଗାଇବା ପାଇଁ, ଏହି କମ୍ପାନୀ ୪୫ ମିନିଟ୍‌ ପାଇଁ ପ୍ରାୟ ୭୪ ହଜାର ଟଙ୍କା ଭଡ଼ା ନେଇଥାଏ।

ଯଦି ଏକ ଯୋଡ଼ି ବିମାନରେ ବିବାହ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରାୟ ୮୯ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏଥିସହିତ ଖାଦ୍ୟ ପାଇଁ ୭୪୦୦ ଟଙ୍କା ଅଲଗା ଦେବାକୁ ପଡ଼ିଥାଏ। ଏକାସାଙ୍ଗରେ ବିମାନରେ ଡବଲ ବେଡର ସୁବିଧା ମଧ୍ୟ ଉପଲବ୍ଧ ଅଛି, ଯାହାଦ୍ୱାରା କପଲ ବିମାନରେ ନିଜ ଘର ପରି ଅନୁଭବ କରିବେ। ଆଣ୍ଡିଙ୍କ କହିବା ଅନୁଯାୟୀ, ଗ୍ରାହକମାନେ ଆମଠାରେ ଅଜବ ଦାବି କରିଥାନ୍ତି। ଥରେ ଏକ କପଲ ପାଇଲଟ ଏବଂ ଏୟାରହୋଷ୍ଟେସ ପୋଷାକ ପିନ୍ଧି ରୋମାନ୍ସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri