୨୦୨୦ର ପ୍ରକୃତ ହିରୋ, ଦାନ କରିଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ:୨୦୨୦ ମସିହା ସମସ୍ତଙ୍କ ଜୀବନରେ ଆଣିଛି କିଛି ନା କିଛି ପରିବର୍ତ୍ତନ । ଏହାସହ ଯୋଡି ହୋଇ ଯାଇଥିବା ମହାମାରୀ କରୋନା ଅନେକଙ୍କ ଜୀବନ ଜୀବିକାକୁ ଛଡାଇ ନେଇଥିବା ବଳେ ଲୋକେ ବିଷମ ପରିସ୍ଥିତିର ସାମ୍ନା କରିଛନ୍ତି । ହେଲେ ଏହି ସମୟରେ ‘ରିଲ୍ ଲାଇଫ’ର କେତେଜଣ ହିରୋ ପାଲଟି ଯାଇଛନ୍ତି ‘ରିୟଲ ଲାଇଫ’ର ହିରୋ । ଏମିତି ଜଣେ ରିଲ୍ ଲାଇଫର ନାୟକ ହେଉଛନ୍ତି ସୋନୁ ସୁଦ । କରୋନା ମହାମାରୀ ସମୟରେ ଯେତେବେଳେ ସାରା ଦେଶରେ ଲକଡାଉନ୍ ଚାଲିଥିଲା ସେତେବେଳେ ସେ ଗରିବ ଓ ପ୍ରବାସୀଙ୍କ ପାଇଁ ସାଜିଥିଲେ ଦେବଦୂତ । ଆଗରୁ ସୋସିଆଲ ମିଡିହାରେ ସୋନୁ ଏତେଟା ଆକ୍ଟିଭ ନ ଥିବା ବେଳେ ଏହି ମହାମାରୀ ସମୟରେ ସେ କିନ୍ତୁ ସୋସିଆଲ ମିଡିଆ ସାହାଯ୍ୟରେ ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥିଲେ । କାହାକୁ ଯାନବାହାନର ସୁବିଧା ତ ଆଉ କାହାକୁ ରୋଜଗାରର ସୁବିଧା ପୁଣି କାହାକୁ ପରିବହନ ସୁବିଧା । ଯାହା ପାଇଁ ଆଜି ସୋନୁ ସୁଦ ଖୁବ୍ ଚର୍ଚ୍ଚାରେ ।
ହ୍ରିତିକ ରୋଶନ: କରୋନା ମହାମାରୀ ସମୟରେ ମଧ୍ୟ ଏହି ନାୟକଙ୍କ ବଦାନ୍ୟତା ଦେଖିବାକୁ ମିଳିଥିଲା । ସେ ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମୋଟା ଅଙ୍କର ଅର୍ଥ ଦାନ କରିଥିଲେ । ଏହାସହ ଫ୍ରଣ୍ଟ ଲାଇନ୍ ୱାରିୟର୍ସଙ୍କ ସୁରକ୍ଷା ପାଇର୍ ଭିନ୍ନ ଭିନ୍ନ ସୁରକ୍ଷା ସରଞ୍ଜାମ ଯୋଗାଇ ଆସିଥିଲେ ଚର୍ଚ୍ଚାକୁ । ଏହାସହ ରୋଜଗାର ହରାଇଥିବା କେତେଜଣ ନୃତ୍ୟ ଶିଳ୍ପୀଙ୍କୁ ବି ସେ ବଢାଇଥିଲେ ସହଯୋଗର ହାତ ।
ଅକ୍ଷୟ କୁମାର: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର କରୋନା ମହାମାରୀ ସମୟରେ ଆସିଥିଲେ ଚର୍ଚ୍ଚାକୁ । ଏହି ସମୟରେ ସେ କରୋନା ପୀଡ଼ିତଙ୍କ ସହାୟତା ପାଇର୍ ପିଏମ୍ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ ଦେଇଥିବା କୁହାଯାଏ ।
ସଲମାନ ଖାଁ: ବଲିଉଡ୍ ଦବଙ୍ଗ ନାୟକ ସଲମାନଙ୍କ ଖାଁଙ୍କ ହୃଦୟ ବି ଛୋଟ ନୁହେଁ । କରୋନା ମହାମାରୀ ସମୟରେ ସେ ନିଜ ଆୟରୁ ୨୫ ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବା ଓ ଅର୍ଥରାଶି ମଧ୍ୟ ପ୍ରଦାନ କରିଥିଲେ । ଏହି ସମୟରେ ସେ ‘ବିଙ୍ଗ ହଙ୍ଗ୍‌ରି’ ନାମକ ଫୁଡ୍ ଟ୍ରକ୍ ବାହାର କରିଛନ୍ତି ।
ପ୍ରଭାସ: କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗ କରିବା ତାଲିକାରେ ରହିଛନ୍ତି ସାଉଥ୍ ଷ୍ଟାର ପ୍ରଭାସ । କରୋନା ମହାମାରୀ ସହ ଲଢିବାକୁ ପ୍ରଭାସ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏମାନଙ୍କ ବଦାନ୍ୟତା ଏବେ ଏମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା

ଛୋଟ ପରଦା ଓ ବଲିଉଡ୍‌ ମଧ୍ୟରେ ଅନେକ ଫରକ୍‌ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ...

କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ଉପାୟ ଆପଣାଇଲେ ଶାହରୁଖ

ମୁମ୍ବାଇ: ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଧିରେ ଧିରେ ଉଦ୍‌ବେଗଜନକ ହେବାରେ ଲାଗିଛି। ବଲିଉଡ୍‌ର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହା...

ଭାଇ ସୁଶାନ୍ତଙ୍କ ମୃତ୍ୟୁକୁ ଆଜିବି ଗ୍ରହଣ କରି ପାରୁନାହାନ୍ତି ଭଉଣୀ ଶ୍ୱେତା: ଭାବପ୍ରବଣ ହୋଇ ଲେଖିଲେ ଏମିତି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଅନେକ ଦିନ ବିତିଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ଆତ୍ମହତ୍ୟାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁ...

ସୁସ୍ମିତାଙ୍କ ସହ ବ୍ରେକ୍‌ଅପ୍‌ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକ୍ରମ

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁଠାରୁ ନିଆରା। ଏଠାରେ ନାୟିକାମାନଙ୍କର ନାଁ ସହ କେତେବେଳେ କାହା ନାଁକୁ ଯୋଡି ଦିଆଯାଇଥାଏ ତାହା ଅନୁମାନ କରିବା ମୁସ୍କିଲ।...

ଜହିର ଇକବାଲଙ୍କୁ ଡେଟ୍‌ କରୁଛନ୍ତି ସୋନାକ୍ଷି !

ମୁମ୍ବାଇ: ବଲିଉଡ୍‌ ଦୁନିଆରୁ ଅଧିକାଂଶ ସମୟରେ ଏମିତି ଖବର ଆସିଥାଏ ଯେ କିଏ କାହାକୁ ଡେଟ୍‌ କରୁଛି ବୋଲି। ପୁଣି କାହାର କାହା ସହ ଆଫେୟର୍ସ...

୩୭ରେ କରିଶ୍ମା

ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ...

‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ...

ମାଳତୀଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ପିସି

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପରିବାର ସଦସ୍ୟ ଓ ସାଙ୍ଗସାଥିଙ୍କ...

Advertisement
Archives

Model This Week