୨୦୨୦ର ପ୍ରକୃତ ହିରୋ, ଦାନ କରିଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ:୨୦୨୦ ମସିହା ସମସ୍ତଙ୍କ ଜୀବନରେ ଆଣିଛି କିଛି ନା କିଛି ପରିବର୍ତ୍ତନ । ଏହାସହ ଯୋଡି ହୋଇ ଯାଇଥିବା ମହାମାରୀ କରୋନା ଅନେକଙ୍କ ଜୀବନ ଜୀବିକାକୁ ଛଡାଇ ନେଇଥିବା ବଳେ ଲୋକେ ବିଷମ ପରିସ୍ଥିତିର ସାମ୍ନା କରିଛନ୍ତି । ହେଲେ ଏହି ସମୟରେ ‘ରିଲ୍ ଲାଇଫ’ର କେତେଜଣ ହିରୋ ପାଲଟି ଯାଇଛନ୍ତି ‘ରିୟଲ ଲାଇଫ’ର ହିରୋ । ଏମିତି ଜଣେ ରିଲ୍ ଲାଇଫର ନାୟକ ହେଉଛନ୍ତି ସୋନୁ ସୁଦ । କରୋନା ମହାମାରୀ ସମୟରେ ଯେତେବେଳେ ସାରା ଦେଶରେ ଲକଡାଉନ୍ ଚାଲିଥିଲା ସେତେବେଳେ ସେ ଗରିବ ଓ ପ୍ରବାସୀଙ୍କ ପାଇଁ ସାଜିଥିଲେ ଦେବଦୂତ । ଆଗରୁ ସୋସିଆଲ ମିଡିହାରେ ସୋନୁ ଏତେଟା ଆକ୍ଟିଭ ନ ଥିବା ବେଳେ ଏହି ମହାମାରୀ ସମୟରେ ସେ କିନ୍ତୁ ସୋସିଆଲ ମିଡିଆ ସାହାଯ୍ୟରେ ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥିଲେ । କାହାକୁ ଯାନବାହାନର ସୁବିଧା ତ ଆଉ କାହାକୁ ରୋଜଗାରର ସୁବିଧା ପୁଣି କାହାକୁ ପରିବହନ ସୁବିଧା । ଯାହା ପାଇଁ ଆଜି ସୋନୁ ସୁଦ ଖୁବ୍ ଚର୍ଚ୍ଚାରେ ।
ହ୍ରିତିକ ରୋଶନ: କରୋନା ମହାମାରୀ ସମୟରେ ମଧ୍ୟ ଏହି ନାୟକଙ୍କ ବଦାନ୍ୟତା ଦେଖିବାକୁ ମିଳିଥିଲା । ସେ ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମୋଟା ଅଙ୍କର ଅର୍ଥ ଦାନ କରିଥିଲେ । ଏହାସହ ଫ୍ରଣ୍ଟ ଲାଇନ୍ ୱାରିୟର୍ସଙ୍କ ସୁରକ୍ଷା ପାଇର୍ ଭିନ୍ନ ଭିନ୍ନ ସୁରକ୍ଷା ସରଞ୍ଜାମ ଯୋଗାଇ ଆସିଥିଲେ ଚର୍ଚ୍ଚାକୁ । ଏହାସହ ରୋଜଗାର ହରାଇଥିବା କେତେଜଣ ନୃତ୍ୟ ଶିଳ୍ପୀଙ୍କୁ ବି ସେ ବଢାଇଥିଲେ ସହଯୋଗର ହାତ ।
ଅକ୍ଷୟ କୁମାର: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର କରୋନା ମହାମାରୀ ସମୟରେ ଆସିଥିଲେ ଚର୍ଚ୍ଚାକୁ । ଏହି ସମୟରେ ସେ କରୋନା ପୀଡ଼ିତଙ୍କ ସହାୟତା ପାଇର୍ ପିଏମ୍ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ ଦେଇଥିବା କୁହାଯାଏ ।
ସଲମାନ ଖାଁ: ବଲିଉଡ୍ ଦବଙ୍ଗ ନାୟକ ସଲମାନଙ୍କ ଖାଁଙ୍କ ହୃଦୟ ବି ଛୋଟ ନୁହେଁ । କରୋନା ମହାମାରୀ ସମୟରେ ସେ ନିଜ ଆୟରୁ ୨୫ ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବା ଓ ଅର୍ଥରାଶି ମଧ୍ୟ ପ୍ରଦାନ କରିଥିଲେ । ଏହି ସମୟରେ ସେ ‘ବିଙ୍ଗ ହଙ୍ଗ୍‌ରି’ ନାମକ ଫୁଡ୍ ଟ୍ରକ୍ ବାହାର କରିଛନ୍ତି ।
ପ୍ରଭାସ: କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗ କରିବା ତାଲିକାରେ ରହିଛନ୍ତି ସାଉଥ୍ ଷ୍ଟାର ପ୍ରଭାସ । କରୋନା ମହାମାରୀ ସହ ଲଢିବାକୁ ପ୍ରଭାସ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏମାନଙ୍କ ବଦାନ୍ୟତା ଏବେ ଏମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri