ବିଧାୟକଙ୍କ ଗାଡ଼ିକୁ ଢେଲା, ଅଣ୍ଡାମାଡ଼

ତିଗିରିଆ, ୧୩ା୨( ଜାଫର ଖଁା ): କଟକ ଜିଲା ତିଗିରିଆ ପଞ୍ଚାୟତ ସମିତିର ସାଧାରଣ ବୈଠକ ବୁଧବାର ଶେଷ କରି ଫେରିଲା ବେଳେ ଶତାଧିକ ଭାଜପା କର୍ମୀ ପୋଲିସ ଉପସ୍ଥିତିରେ ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡାମାଡ଼ କରିଛନ୍ତି। ସେହିପରି ସମିତି ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଭାଜପା କର୍ମୀମାନେ ମଦ ପିଇ ମହିଳା ପ୍ରତିନିଧିଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବେକରୁ ୨୦ ଗ୍ରାମ ଓଜନର ସୁନାଚେନ ନେଇ ଯାଇଥିବା ତିଗିରିଆ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଭାଜପା କର୍ମୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ତିଗିରିଆ ସମିତି ବୈଠକ ବୁଧବାର ମଧ୍ୟାହ୍ନ ୧୨ ଟାରେ ଶେଷ ହୋଇଥିଲା। ପରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସଭାଗୃହରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ଥିବା ଗାଡ଼ି ପାଖକୁ ଯାଉଥିଲେ। ଭାଜପା କର୍ମୀମାନେ ପୂର୍ବରୁ ବ୍ଲକ ଫାଟକ ପାଖରେ ଜଗି ରହିଥିଲେ। ବିଧାୟକ ଗାଡ଼ିରେ ବସିବା ପୂର୍ବରୁ ପୋଲିସ ଫାଟକ ଖୋଲି ଦେବାରୁ କର୍ମୀମାନେ ଧସେଇ ପଶି ବିଧାୟକ ଓ ମହିଳାଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରି ବିଧାୟକଙ୍କୁ ଗାଡ଼ିରେ ବସିବାକୁ ଦେଇ ନ ଥିଲେ। ଗାଡ଼ିରେ ବିଧାୟକ ବସିଯିବାରୁ ଭାଜପା କର୍ମୀ ଗାଳିଗୁଲଜ କରି ତାଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡା ମାଡ଼ କରିଥିଲେ। ପରେ ଭାଜପା କର୍ମୀମାନେ ବାରମ୍ବାର ବ୍ଲକ ଫାଟକ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବାରୁ ପୋଲିସ ସହାୟତାରେ ଯାଇ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ। ଭାଜପା କର୍ମୀଙ୍କ ଉତ୍ପାତ ଏତେ ବଢ଼ି ଯାଇଥିଲା ଯେ, ବ୍ଲକ ଭିତରକୁ କାହାକୁ ନ ଛାଡ଼ି ଆତଙ୍କ ରାଜ ଚଳାଇ ଥିଲେ। ଏ ନେଇ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସାରାଣୀ ନାୟକ ଥାନାରେ ଏତଲା ଦେବାରୁ ନଂ. ୨୪/୨୫ରେ ମାମଲା ରୁଜୁ କରାଯାଇଛି। ନୂଆପାଟଣାର ପ୍ରହଲ୍ଲାଦ ତୋଷ ଓ ପାଞ୍ଚଗଁାର କୁମର ଧଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି।
ନେଇ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପଚାରିବାରେ ସମିତି ବୈଠକ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଯଦି ବିରୋଧ କରିବାର ଥିଲା ସମିତି ବୈଠକରେ କଲେ ନାହିଁ। ବାହାରେ ଭାଜପା କର୍ମୀ ମଦ ପିଇ ମାତାଲ ହୋଇ ଏଭଳି କରିବା ନିନ୍ଦନୀୟ କଥା ବୋଲି ସେ କହିଥିଲେ। ଅଧ୍ୟକ୍ଷା ସାରାଣୀ ନାୟକ ଗାଳିଗୁଲଜ କରିବା ଓ ପୋଲିସ ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶି ସୁନା ଚେନ ଲୁଟିବା ଇଏ କୋଉ ପ୍ରକାର ସରକାରଙ୍କ ମା’ଙ୍କୁ ସମ୍ମାନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?