ପାରଳାଖେମୁଣ୍ଡିର ବିକାଶ ପାଇଁ ସ୍ବର ଉଠାଇଲେ ବିଧାୟକ ରୂପେଶ: ବୃନ୍ଦାବନ ପ୍ୟାଲେସ ଉନ୍ନତି, ୩ ବସ୍‌ଷ୍ଟାଣ୍ଡ ପାଇଁ…

ପାରଳାଖେମୁଣ୍ଡି, ୧୮।୮(ଗିରିଧାରୀ ପରିଛା):  ପାରଳାଖେମୁଣ୍ଡିର ପର୍ଯ୍ୟଟନ ଓ ଯାତାୟାତ ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେବା ପାଇଁ ବିଧାନସଭାରେ ଦାବି ଉଠାଇଛନ୍ତି ସ୍ଥାନୀୟ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନରେ ଅନୁଷ୍ଠିତ ‘Committee on Papers Laid on the Table’ର ୨୦୨୬-୨୭ ବର୍ଷର ଚତୁର୍ଥ ବୈଠକରେ ସେ ପାରଳା ଓ ଗଜପତି ଜିଲାର ସର୍ବାଙ୍ଗୀନ ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି।

ପାରଳାଖେମୁଣ୍ଡିର ଐତିହ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରମୁଖ ଆକର୍ଷଣ ବୃନ୍ଦାବନ ପ୍ୟାଲେସର ଉନ୍ନତିକରଣ ଏବଂ ଆଧୁନିକୀକରଣ କରିବାକୁ ବିଧାୟକ ଦୃଢ଼ ଦାବି ଜଣାଇଛନ୍ତି। ଏହି ପ୍ୟାଲେସର ବିକାଶ ହେଲେ ଅଞ୍ଚଳରେ ପର୍ଯ୍ୟଟନ ସମ୍ଭାବନା ଆହୁରି ବହୁଗୁଣିତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଜିଲାରେ ଯାତାୟାତ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ବଡ଼ଧରଣର ଆର୍ଥିକ ଅନୁଦାନ ମାଗିଛନ୍ତି। ପାରଳାଖେମୁଣ୍ଡିରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୪୦ କୋଟି ଟଙ୍କା, କାଶୀନଗର ପାଇଁ ୨୦ କୋଟି ଏବଂ ଗୋଷାଣୀ ପାଇଁ ୨୦ କୋଟି ଟଙ୍କା—ଏହିପରି ମୋଟ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇଦେବାକୁ ସେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ପରିବହନ ବିଭାଗ ଏବଂ ଓଏସଆରଟିସି (OSRTC) ସମ୍ପର୍କିତ ଆଲୋଚନା କାଳରେ ବିଧାୟକ ପାରଳାଖେମୁଣ୍ଡିରୁ ରାଜଧାନୀ ପୁରୀ, କଟକ ଏବଂ ଧାର୍ମିକ ପୀଠ ତିରୁପତିକୁ ନୂତନ ବସ୍‌ ସେବା ଆରମ୍ଭ କରିବାକୁ ଦାବି ରଖିଛନ୍ତି। ଏହି ସେବା ଆରମ୍ଭ ହେଲେ ଗଜପତି ଜିଲାବାସୀଙ୍କ ସମେତ ସମଗ୍ର ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ ଯାତାୟାତ ଅଧିକ ସହଜ ହେବ ଏବଂ ପ୍ରମୁଖ ସହରଗୁଡ଼ିକ ସହିତ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ।

ସୂଚନାଯୋଗ୍ୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କମିଟି ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?