ନିର୍ବାଚନୀ ପ୍ରଚାରରେ ଆସି କଂଗ୍ରେସକୁ କଟାକ୍ଷ କଲେ ଜୟନାରାୟଣ

ଝାରସୁଗଡ଼ା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏପରିକି ବିଭିନ୍ନ ଦଳର ରାଜନେତା ପ୍ରଚାର ଲାଗି ବ୍ରଜରାଜନଗରରେ ପହଞ୍ଚତ୍ବା ଆରମ୍ଭ କଲେଣି। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିରୋଧୀ ଦଳକୁ ଆକ୍ଷେପ କରି କଟାକ୍ଷ କରିବାକୁ ଆଉ ପଛାଉ ନାହାନ୍ତି। ଇତିମଧ୍ୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିର୍ବାଚନ ପ୍ରଚାର ଲାଗି ବ୍ରଜରାଜନଗରରେ ପହଞ୍ଚତ୍ ପ୍ରତିଦ୍ବନ୍ଦ୍ୱୀ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରିଛନ୍ତି। ସେ କଂଗ୍ରେସ ଦଳକୁ କଟାକ୍ଷ କରି ଅସରପା ଗୋଟାଏ ଚଢ଼େଇ, ଓଡ଼ିଶାରେ କଂଗ୍ରେସ ଗୋଟାଏ ପାର୍ଟି, ଓଡ଼ିଶାରେ କିଏ କଂଗ୍ରେସକୁ ଗ୍ରହଣ କରୁଛି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତାରେ ରହିବ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ଏପରିକି ଭାଜପା ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସକୁ ଗଣତିରେ ନେଉନାହିଁ ବୋଲି ସେ କହିଛନ୍ତି। ସେହିପରି ବିଜେଡିକୁ ମଧ୍ୟ ଜୟନାରାୟଣ ଛାଡିନାହାନ୍ତି। ସେ କହିଛନ୍ତି, ଝାରସୁଗୁଡା ଜିଲାରେ ଅନେକ ସମସ୍ୟା ରହିଛି । ଏଥିମଧ୍ୟରେ ସମଗ୍ର ଜିଲା ଆଶ୍‌ପଣ୍ଡରେ ପରିଣତ ହୋଇଛି। ବିଜେଡିବାଲା ଆଶ୍‌ ଟ୍ରାନ୍ସପୋର୍ଟିଂ କାମରେ ଲାଗିଛନ୍ତି । ଚାଷଜମିକୁ ପୋତି ଜିଲାକୁ ମରୁଭୂମିରେ ପରିଣତ କରିବାରେ ଲାଗିଛନ୍ତି ବୋଲି ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଚାଷୀନେତା ବିଜୟ କୁମାର ଜେନାଙ୍କ ମଙ୍ଗଳବାର ରାତିରେ ପରଲୋକ ଘଟିଛି। ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ...

କେନ୍ଦ୍ରାପଡ଼ାରେ ଭୋଟ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୨୩ା୫ : କେନ୍ଦ୍ରାପଡ଼ା ଲୋକସଭା ଓ ଏହାର ୪ଟି ବିଧାନସଭା (କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା) ନିର୍ବାଚନମଣ୍ଡଳୀର ଭୋଟ ଗଣତି ଗୁରୁବାର ସକାଳ...

ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା

ବାଲେଶ୍ୱର ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ ରହିଛି। ଏହି ସମୟକୁ କିପରି ସଦୁପଯୋଗ କରାଯାଇପାରିବ ତାହାକୁ ନେଇ...

ଜାତୀୟ ପତାକାକୁ ଅସମ୍ମାନ କରି ଶିକ୍ଷକ ନିଲମ୍ବିତ

ବାଲିଆପାଳ, ୧୯ା୮(ଡି.ଏନ.ଏ.)-ଜାତୀୟ ପତାକାକୁ ଅସମ୍ମାନ କରି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ କୁମାର ଦଲାଇ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ା...

ଆମ୍ବୁଲାନ୍ସ ସେବା ନ ପାଇ ରୋଗୀ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୧ ମାସ ହେଲା ଆମ୍ବୁଲାନ୍ସ ନ ଥିବା ଯୋଗୁଁ ରୋଗୀମାନେ ହନ୍ତସନ୍ତ ହୋଇ ଅଯଥା...

‘ଫନୀ’କୁ ବର୍ଷେ: ଉଜାଡ଼ି ଦେଇଥିଲା ୧୪ ଜିଲା

ଭୁବନେଶ୍ୱର,୩।୫(ବ୍ୟୁରୋ): ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ...

୫ ଘଣ୍ଟା ଅବରୋଧ କଲେ ଦୁଇ ବ୍ଲକ ବାସିନ୍ଦା

ଜଳେଶ୍ୱର, ୨୪।୫ (ଡି.ଏନ.ଏ.) ଦୀର୍ଘବର୍ଷ ଧରି ଜଳେଶ୍ୱର ଓ ବାଲିଆପାଳ ବ୍ଳକର ଜୀବନରେଖା ଭାବେ ପରିଚିତ କପାସିଆ ରାସ୍ତା ଦୁରବସ୍ଥା ବଦଳୁ ନ ଥିବାରୁ ୨ବ୍ଲକର...

ରେଳମନ୍ତ୍ରୀଙ୍କ ଇସ୍ତଫା, ଏସ୍‌ଆଇଟି ତଦନ୍ତ ଦାବିରେ ୧୨ ଦଳର ପ୍ରତିବାଦ

ଭୁବନେଶ୍ୱର,୮ା୬(ବ୍ୟୁରୋ): ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରାଯାଉ। କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଲୋକଙ୍କ...

Advertisement
Archives

Model This Week