ଠିକାଦାରଙ୍କ ଗାଡ଼ି ଚଢୁଥିଲେ ବିଧାୟକ ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୨୪।୩: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକ ଏବଂ ପୋଲିସ ଉପରେ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ ଅଭିଯୋଗ। ଘଟଣାଦିନ ବିଧାୟକ ଯେଉଁ କାର୍‌ ଚଳାଇ ଲୋକଙ୍କ ଉପରେ ମଡ଼ାଇଥିଲେ ସେଥିରେ ନକଲି ନମ୍ବର ପ୍ଲେଟ ଲାଗିଥିବା ସ୍ପଷ୍ଟ ହୋଇଛି। କାରଣ ଘଟଣା ବେଳେ ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଥିବା ନମ୍ବର ଏବଂ ଏବେ ପୋଲିସ ଦ୍ୱାରା ଦିଆଯାଇଥିବା ଏତଲାରେ ଭିନ୍ନ ନମ୍ବର ରହିଛି। ଏପରି କି ଘଟଣା ବେଳେ ଯେଉଁ ଗାଡ଼ି(ଓଡି୨୫-କେ-୫୭୭୫)କୁ ବିଧାୟକ ଚଳାଉଥିଲେ ତାହା ନୟାଗଡ଼ ଅଞ୍ଚଳର ଜଣେ ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ଆଉ ବାଣପୁର ଥାନା ଏସ୍‌ଆଇ ଦେବସ୍ମିତା ବେହେରା ଦେଇଥିବା ଏତଲାରେ ବିଧାୟକ ଘଟଣା ସମୟରେ ଓଡି ୦୨-ଏୱାଇ-୫୭୭୫ ନମ୍ବର ବିଶିଷ୍ଟ କାର୍‌ ଚଳାଉଥିଲେ ବୋଲି ଦର୍ଶାଇଛନ୍ତି, ଯାହାକି ଏକ ହୁଣ୍ଡାଇ କ୍ରେଟା କାର୍‌ର ନମ୍ବର। ଉକ୍ତ କ୍ରେଟା କାର୍‌ଟି ନୟାଗଡ଼ ଜିଲା ସୁନାଖଳାର ଶିବାନୀ ଫୁଡ୍ସ ପ୍ରଡକ୍ଟ କମ୍ପାନୀ ମାଲିକଙ୍କ ନାମରେ ରହିଛି, ଯାହାକୁ ଠାବ କରାଯାଇଥିବା ଜଣାପଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛି ଗତ ୧୨ତାରିଖରେ ବିଧାୟକ ଚଳାଉଥିବା ଗାଡ଼ିକୁ ଲୋକମାନେ ଭଙ୍ଗାରୁଜା କରିଥିଲେ। ସେ ସମୟରେ ଗାଡ଼ିରେ ଓଡି୨୫-କେ-୫୭୭୫ ନମ୍ବର ପ୍ଲେଟ ଲାଗିଥିଲା। ପରେ ପୋଲିସ ଉକ୍ତ ଗାଡ଼ିକୁ ନେିଜ ହେପାଜତକୁ ନେଇଥିଲା। ହେଲେ କିଏ ଏବଂ କିପରି ଏହି ନମ୍ବରକୁ ବଦଳାଇ ଦେଲା, କି ପୋଲିସ ନମ୍ବର ବଦଳାଇ ମାମଲାକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛି ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଠିଛି। ଆଲୋଚନା ହେଉଛି ଯେ, ଯଦି ବିଧାୟକ ନକଲି ନମ୍ବର ପ୍ଲେଟ ଲଗାଇ କାର ଚଢୁଥିଲେ, ତେବେ ତାହା ପୋଲିସ ଅଥବା ପରିବହନ ବିଭାଗ ନଜରକୁ ଆସିଲାନି କେମିତି ? ଅନ୍ୟ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ବିଧାୟକ ଚଢୁଥିବା ଦାମୀ କାର ନୟାଗଡ଼ ଅଞ୍ଚଳର ଠିକାଦାର ଦେବଦତ୍ତଙ୍କ ନାମରେ ରହିଛି। ପ୍ରାୟ କୋଟିଏ ଟଙ୍କାର କାରକୁ ଠିକାଦାର କାହିଁକି ବିଧାୟକଙ୍କୁ ବ୍ୟବହାର କରିବାକୁ ଦେଇଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ନୟାଗଡ଼ ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାୟକ ଓ ଠିକାଦାର ଲିଙ୍କ୍‌ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବିଧାନସଭା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଦାଶ ଚେତାବନୀ ଦେଇଛନ୍ତି।

ଏନେଇ ତଦନ୍ତ ଅଧିକାରୀ ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କୁହନ୍ତି ଘଟଣା ଦିନ ସମସ୍ତଙ୍କ ଆଗରେ ସବୁକିଛି ଘଟିଛି। କାର୍‌କୁ ଜବତ କରି ପୋଲିସ ଥାନାକୁ ଆଣିଥିଲା। ସେଥିରେ ଥିବା ନମ୍ବର ଏତଲାରେ ଦର୍ଶାଯାଇଛି। କାରର ପଞ୍ଜୀକୃତ ନମ୍ବର ପରିବର୍ତ୍ତନ ହୋଇଯାଇପାରେ, ଇଞ୍ଜିନ ଓ ଚେସିସ୍‌ ନମ୍ବର ନୁହେଁ। ଏନେଇ ଶୋ’ରୁମ ମାଲିକ, ଡିଲର ଏବଂ ଆର୍‌ଟିଓଙ୍କୁ ରିପୋର୍ଟ ମଗାଯାଇଛି। କାର୍‌ ନମ୍ବର ଅସଲି କି ନକଲି ତାହା ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡ଼ିବ।

ଏସ୍‌ପି ଅଲେଖ ଚନ୍ଦ୍ର ପହି କୁହନ୍ତି କାରରେ ଯେଉଁ ନମ୍ବର ରହିଥିଲା ତାହାକୁ ନେଇ ଏତଲାରେ ଦର୍ଶାଯାଇଛି। ପରେ ଉକ୍ତ ନମ୍ବର ସେହି କାର୍‌ର ନୁହଁ ବୋଲି ଜଣାପଡିଥିଲା। ବିଧାୟକ ଚଢୁଥିବା କାର୍‌ ନକଲି ବୋଲି ଜଣାପଡ଼ିବା ପରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଜାଲିଆତି ଅଭିଯୋଗରେ ଆଉ ଏକ ଦଫା ଯୋଡ଼ା ଯିବ ବୋଲି ପହି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri