Posted inଖେଳ

‘ଟେବୁଲ୍‌ ଟପ୍ପର’ ହେବା ପରେ ଏପରି କହିଲେ ମିଥାଲି

ହାମିଲଟନ,୧୨।୩: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନକୁ ଯୋଗୁ ଆଇସିସି ମହିଳା ବିଶ୍ୱକପ୍‌ର ଦ୍ୱିତୀୟ ମୁକାବିଲାରେ ବିଜେତା ହୋଇଛି ଭାରତ। ନିର୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୧୭ ରନ୍‌ କରିଥିଲା ଦଳ। ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୬୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ସହ ଟୁର୍ନାମେଣ୍ଟ ଅଙ୍କ ତାଲିକାର ଶୀର୍ଷସ୍ଥାନରେ ପହଞ୍ଚିଛି ଭାରତ।

ମ୍ୟାଚ୍‌ ପରେ ଭାରତୀୟ ଅଧିନାୟକ ମିଥାଲି ରାଜ ଦଳର ଖେଳାଳିଙ୍କ ପ୍ରଶଂସା କରି କହିଛନ୍ତି, ଆଜିର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ଏହି ବିଜୟ ଯୋଗୁ ଆମେ ନକ୍‌ଆଉଟ୍‌ ଲାଗି ଟୁର୍ନାମେଣ୍ଟରେ ସ୍ଥାନ ପାଇଛୁ। ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଭଲ ଥିଲା। ଏହାର ପ୍ରଭାବ ଆଗାମୀ ପ୍ରଦର୍ଶନ ଉପରେ ପଡ଼ିବ। କାରଣ ଏହା ସ୍ବତନ୍ତ୍ର ମ୍ୟାଚ୍‌ ଥିଲା। ଓ୍ବେଷ୍ଟଇଣ୍ଡିଜ ଦଳ ଦୁଇଟି ମୁକାବିଲା ଜିତି ଏହି ମ୍ୟାଚ୍‌ ଖେଳୁଥିଲା। ଏଣୁ ବିଜୟ ନଚେତ ପରାଜୟ କିଛି ବି ହୋଇପାରିଥାନ୍ତା। ସ୍ମୃତି ଏବଂ ହରମନ ବହୁତ ସହଜ ଭାବେ ଖେଳି ସ୍କୋରକୁ ଆଗକୁ ବଢ଼ାଇଥିଲେ। କହିବାକୁ ଗଲେ ଯୁବ ଖେଳାଳି ଆଖ ପାଖରେ ରହିବା ଭଲ। ସେ ଏବଂ ଝୁଲଣ ଦୀର୍ଘଦିନରୁ ଖେଳୁଛନ୍ତି। ଚାପ ବଢ଼ିବା ବେଳେ ଯୁବ ଖେଳାଳିମାନଙ୍କ ମଜାଳିଆ ସ୍ବଭାବ ଖୁସି ଦେଇଥାଏ। ଆମକୁ ଆଗକୁ ମଧ୍ୟ ଜିତିବାକୁ ପଡ଼ିବ। ସେଥିଲାଗି ଭିନ୍ନ ଯୋଜନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri