ପ୍ରେମିକ ମା’ଙ୍କ କଟୁ କଥା ସହି ନ ପାରି ଘରୁ ଚାଲିଯାଇଥିଲେ ଯୁବତୀ, କୂଅରୁ ଉଦ୍ଧାର ହେଲା ମୃତଦେହ

ଖୋର୍ଦ୍ଧା ଅଫିସ,୨୫।୬: ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଜରିପୁଟ ସ୍କୁଲ କ୍ୟାମ୍ପସରେ ଥିବା କୂଅରୁ ପୋଲିସ ଗୁରୁବାର ଜଣେ ଯୁବତୀ ଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ସେହି ଗ୍ରାମର ନିତୁ ମହାପାତ୍ର(୧୯)। ସେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଏସ୍‌ପି କେ.ପି. ଜେନା, ଏସ୍‌ଡିପିଓ ସୁଶିଲ ମିଶ୍ର, ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବେଚ୍ଛଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଅପରପକ୍ଷେ ମୃତା ଯୁବତୀଙ୍କ ପ୍ରେମିକ ଓ ମା’ଙ୍କ ବିରୋଧରେ ସମ୍ପର୍କିୟ ଦାଦା ବସନ୍ତ ରଣା ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ୨୧୩।୨୦ରେ ମାମଲା ରୁଜୁ କରି ପ୍ରେମିକଙ୍କୁ ଥାନାରେ ଅଟକ ରଖିଛି।

ଅଭିଯୋଗରେ ଦର୍ଶାଯାଇଛି, ପ୍ରେମିକଙ୍କ ମା ମଙ୍ଗଳବାର ଝିଅ ଘରକୁ ଆସି କଟୁ ଭାଷାରେ ଗାଳିଗୁଲଜ କରିଥିଲେ। ସେହିଦିନ ରାତିରେ ନିତୁ ଘର ଛାଡି କେଉଁ ଆଡେ ଚାଲି ଯାଇଥିଲେ। ପରିବାରଲୋକେ ତାଙ୍କୁ ନ ପାଇ ବୁଧବାର ଥାନାରେ ସେହି ଗ୍ରାମର ଯୁବକ(ପ୍ରେମିକ)ଙ୍କ ବିରୋଧରେ ଅପହରଣ ଅଭିଯୋଗ କରିଥିଲେ। ଗୁରୁବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରି କୂଅରେ ଫୋପାଡି ଦେଇଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ଭାସୁଛି ଧାନ ଫସଲ

ନିରାକାରପୁର,୧୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଅମଳକ୍ଷମ ଧାନ ଫସଲ ବିଲରେ କଟା ହୋଇପଡ଼ିଛି। ଅଦିନଆ ବର୍ଷା ଯୋଗୁ ବିଲରେ...

ରଥ ନିର୍ମାଣକାରୀଙ୍କ ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୧୫।୩: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି ସାମାନ୍ୟତମ ସମସ୍ୟା ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିଲାଗି...

ହୋଟେଲ ଶିଳ୍ପ ସ୍ଥାଣୁ

ଢେଙ୍କାନାଳ ଅଫିସ, ( ରତନ ନାୟାର ) ୨୪।୮: ପର୍ଯ୍ୟଟନରେ ପୁଞ୍ଜି ପ୍ରବାହର ଆଶା ବଢ଼ାଏ ହୋଟେଲ ଶିଳ୍ପ। ହୋଟେଲ ଶିଳ୍ପର ବିକାଶ ଟୁରିଜମ୍‌ ଭବିଷ୍ୟତକୁ ଦେଇଥାଏ...

ମୂର୍ତ୍ତି ଉଚ୍ଚତା ବିବାଦ:ହାଇକୋର୍ଟରେ ମାମଲା

କଟକ ଅଫିସ,୧୫ା୯:୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କଟକ ବାଲୁବଜାର ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ବେହେରା ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର...

ବିଏମ୍‌ସିକୁ ‘ବେଷ୍ଟ ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୨।୧୦(ବ୍ୟୁରୋ): କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଘୋଷଣା ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ସିଟିଜେନ୍‌ ଫିଡ୍‌ବ୍ୟାକ୍‌ କାଟେଗୋରିରେ...

ଆଜି ରାଜ୍ୟରେ ୩୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...

ପରୀ ହତ୍ୟାକାଣ୍ଡ: ଏଲ୍‌ଭିଏ ଟେଷ୍ଟ ଆବେଦନ ପ୍ରତ୍ୟାହାର କଲା ଏସ୍‌ଆଇଟି

ନୟାଗଡ ଅଫିସ,୨୦।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ ବା...

ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା

ଗୋପାଳପୁର,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ,...

Advertisement
Archives

Model This Week