ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀ ହେଲେ ବ୍ରାଜିଲର ଜୁଲିଆ ଗାମା ଏବଂ ପେରୁର ଜାନିକ୍‌ ମାକେଟା। ପୂର୍ବତନ ମିସ ୟୁନିଭର୍ସ ଜୋଜିବିନି ତୁଞ୍ଜିଙ୍କଠାରୁ ଆଣ୍ଡ୍ରିଆ ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଏଥି ସହିତ ଭାରତ ପକ୍ଷରୁ ଏଥର ଭାଗ ନେଇଥିବା ୨୨ ବର୍ଷୀୟା ଏଡଲିନ କାଷ୍ଟାଲିନୋ ଶ୍ରେଷ୍ଠ ୫ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଥିଲେ। ସେ ଏହି ୪ର୍ଥ ସ୍ଥାନରେ ରହି ଫାଇନାଲ ଦୌଡରୁ ବାଦ୍‌ ପଡିଥିଲେ। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ଗ୍ରାଣ୍ଡ ଫାଇନାଲ ସମାରୋହ ଅନୁଷ୍ଠିତ ହୋଇଥିଲା।

https://twitter.com/MissUniverse/status/139412526020372889


Enter your email to get our daily news in your inbox.

All Right Reserved By Dharitri.Com

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

ବିଶ୍ୱ ଜନସଂଖ୍ୟା ଦିବସ: ଏଥର ମିହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ରଖାଯାଇଛି ଥିମ୍‌

ଓ୍ବାଶିଂଟନ,୧୧।୭: ବିଶ୍ୱର ଅଧିକାଂଶ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧୧ରେ ପାଳନ...

ପାର୍କରେ କୁକୁର ବୁଲାଉ ଥିବାରୁ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଗିଦ୍‌ କଲେ ପୋଲିସ…

ଲଣ୍ଡନ,୧୫।୩ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପୋଷା କୁକୁର କାରଣରୁ ହଟହଟା ହୋଇଛନ୍ତି। ଋଷି ସୁନାକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି...

ପ୍ରଥମ ଦେଶ ଭାବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ତୃତୀୟ ଡୋଜ କରୋନା ଟିକା ଦେବ ଇସ୍ରାଏଲ

ଜେରୁଜେଲମ,୩୦ ।୭: କରୋନା ଭାଇରସକୁ ହରାଇବା ପାଇଁ ଏସ୍ରାଏଲ ଏବେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଗାୟକ: ୧୦ ବର୍ଷ ହେବ ପକ୍ଷାଘାତରେ ଥିଲେ ଆକ୍ରାନ୍ତ

ପ୍ରସିଦ୍ଧ ଗାୟକ ଏମ୍‌ଏସ୍‌ ନସିମଙ୍କର ବୁଧବାର ଥିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ।...

ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା...

କରୋନା ମହାମାରୀ ଯୋଗୁ ସନ୍ତାନ ଚାହୁଁ ନାହାନ୍ତି ଚାଇନା ଦମ୍ପତି, ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ସରକାର…

ବେଜିଂ, ୬।୬ : ଚାଇନାର ଜନସଂଖ୍ୟା ହ୍ରାସ ପାଇବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ଚାଇନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ବେଜିଂ...

Advertisement
Archives

Model This Week