Posted inଜାତୀୟ

ଏନ୍‌ଆଇଏ ନାଁରେ ଅସଦାଚରଣ ମାମଲା

କୋଲକାତା,୮ା୪:୨୦୨୨ ଡିସେମ୍ବରରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନରୁଆବିଲ୍ଲା ଗ୍ରାମରେ ଘଟିଥିବା ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଅଫିସରମାନେ ଏହି ମାମଲାର ତଦନ୍ତ କରିବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଭୂପତିନଗରକୁ ଯାଇଥିବାବେଳେ ଜନାକ୍ରୋଶର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଟେକାମାଡ଼ରେ ୨ ତଦନ୍ତକାରୀ ଅଧିକାରୀ ଆହତ ହୋଇଥିବାବେଳେ ସେମାନଙ୍କ କାର୍‌ର କିଛି ଅଂଶ ଭାଙ୍ଗିଯାଇଛି। ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବଲାଇ ଚରଣ ମୈତି ଓ ମୋନୋବ୍ରତ ଜନାଙ୍କୁ ଏନ୍‌ଆଇଏ ଗିରଫ କରିଥିବା କହିଛି। ଇତିମଧ୍ୟରେ ଜନାଙ୍କ ସ୍ତ୍ରୀ ମୋନି ଜନା ଭୂପତିନଗର ଥାନାରେ ତଦନ୍ତକାରୀ ଅଧିକାରୀମାନଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏନ୍‌ଆଇଏ ଅଧିକାରୀମାନେ କବାଟ ଭାଙ୍ଗି ବଳପୂର୍ବକ ତାଙ୍କ ଘରେ ପ୍ରବେଶ କରି ସମ୍ପତ୍ତି ନଷ୍ଟ କରିଥିଲେ। ଏପରି କି ତାଙ୍କୁ ଅସଦାଚରଣ କରି ମର୍ଯ୍ୟାଦାହାନି କରିଥିଲେ ବୋଲି ମୋନି ଅଭିଯୋଗ କରିଛନ୍ତି। ମୋନିଙ୍କ ଏତଲା କ୍ରମେ ଏନ୍‌ଆଇଏ ଅଫିସରଙ୍କ ବିରୋଧରେ ଜିଲା ପୋଲିସ ଅସଦାଚରଣ ମାମଲା ରୁଜୁ କରିଛି। ଆଇପିସିର ଦଫା ୩୫୪ (ଅସଦାଚରଣ) ଏବଂ ୪୪୧ (ଅନଧିକାର ପ୍ରବେଶ) ବଳରେ ଏହି ମାମଲା ହୋଇଛି।
ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ବିରୋଧୀ ନେତାମାନେ ଭୂପତିନଗର ଆକ୍ରମଣକୁ ଜାନୁଆରୀ ୫ର ସନ୍ଦେଶଖାଲିରେ ଇଡି ଅଫିସରଙ୍କ ଉପରେ ହୋଇଥିବା ଆକ୍ରମଣ ସହ ତୁଳନା କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଉପରେ ଆକ୍ରମଣ ଅର୍ଥ ଭାରତୀୟ ସମ୍ବିଧାନ ଉପରେ ଆକ୍ରମଣ। ଡ୍ୟୁଟିରେ ଥିବା ଅଫିସରଙ୍କ ବିରୋଧରେ ଅସଦାଚରଣ ମାମଲା ଲଗାଯିବା ସାମ୍ବିଧାନିକ ସଂସ୍ଥା ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳୁଛି। ସେମାନେ ସମ୍ବିଧାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଭାଜପା ଏମ୍‌ପି ସମିକ୍‌ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଏବଂ ଏନ୍‌ଆଇଏ ମଧ୍ୟରେ ଅସାଧୁ ମେଣ୍ଟ ଚାଲିଥିବା ଟିଏମ୍‌ସି ସମାଲୋଚନା କରିଛି। ଏହି ପ୍ରସଙ୍ଗରେ ନିର୍ବାଚନ କମିଶନ ନୀରବ ରହିଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏକ୍ସ’ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାମାନଙ୍କୁ ଗିରଫ କରିବା ଲାଗି ପଶ୍ଚିମ ବର୍ଦ୍ଧମାନ ଜିଲାର ବରିଷ୍ଠ ଭାଜପା ନେତା ଏନ୍‌ଆଇଏ ଏସ୍‌ପିଙ୍କୁ ଗତ ମାସ
୨୬ ତାରିଖରେ ସାକ୍ଷାତ କରି ଏକ ତାଲିକା ଦେଇଥିଲେ ବୋଲି ଟିଏମ୍‌ସି ନେତା କୁନାଲ ଘୋଷ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଥିଲେ। ସାହସ ଥିଲେ ଭାଜପା ନେତାମାନେ ପ୍ରମାଣ ସହ ଏହି ଅଭିଯୋଗର ଖଣ୍ଡନ କରିବାକୁ କୁନାଲ ଆହ୍ବାନ ଦେଇଛନ୍ତି। ନଚେତ୍‌ ଆମେ ଭାଜପା ନେତାଙ୍କ କଲ୍‌ ରେକର୍ଡ ଏବଂ ସିସିଟିଭି ଫୁଟେଜ୍‌ ସହ ୪୮ ଘଣ୍ଟା ମଧ୍ୟରେ ପ୍ରମାଣ ଉପସ୍ଥାପନ କରିବୁ ବୋଲି କୁନାଲ କହିଛନ୍ତି। ୨୦୨୨ର ଏକ ବାଣ ବିସ୍ଫୋରଣ ମାମଲାର ତଦନ୍ତ କଥା ଦେଢ଼ବର୍ଷ ପରେ ନିର୍ବାଚନର ଠିକ୍‌ ପୂର୍ବରୁ ଏନ୍‌ଆଇଏର ମନେ ପଡ଼ିଲା କିପରି ବୋଲି ଟିଏମ୍‌ସି ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଜରିଆରେ ଟିଏମ୍‌ସି ନେତାମାନଙ୍କୁ ଗିରଫ କରିବା ଲାଗି ଭାଜପାର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜଲପାଇଗୁଡ଼ିରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଟିଏମ୍‌ସି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧ କରୁଛି। ଏଥିଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି ବୋଲି ମମତାଙ୍କୁ ସେ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?