ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା କାମରେ ହରିଲୁଟ

ଯାଜପୁର,୮ା୪(ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅନ୍ତର୍ଗତ ମଧୁସୂଦନପୁର ଭାୟା ରଘୁନାଥପୁର ହୋଇଥିବା ରାସ୍ତା କାର୍ଯ୍ୟରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯିବା ସହ କିଛି ଅଂଶ ଭାଙ୍ଗି ଖାଲ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ପରେ ବି ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କ ପରୋକ୍ଷ ସହଯୋଗରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରାଯାଇ ଦୁର୍ନୀତିକୁ ସୁରକ୍ଷା ଦିଆଯାଇଛି। ଏନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ୩ା୪ା୨୦୨୪ରେ ଯୁଗ୍ମ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏସ୍‌କ୍ୟୁଏମ୍‌ ସରୋଜ କୁମାର ପାଢ଼ୀ ଓ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ସୋମନାଥ ପରିଡାଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ବାଚନ ସମୟରେ ଖୋଲାଖୋଲି ଏଭଳି ଦୁର୍ନୀତି ଉପରେ ଅଞ୍ଚଳବାସୀ ବିଭାଗୀୟ ତଦନ୍ତକାରୀ ଅଧୀକ୍ଷଣ ଯନ୍ତ୍ରୀ ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହାବାଦ୍‌ ଏଥିରେ ବ୍ୟାପକ ପିସି କାରବାର ଅନ୍ୟତମ ପ୍ରମୁଖ କାରଣ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।
ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ପିଏମ୍‌ଜିଏସ୍‌ୱାଇ ପ୍ରଣିତ ହୋଇଛି। ଏଠାକାର ଅଧିବାସୀଙ୍କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ସଡ଼କ ପଥ। ଏହି ଯୋଜନାରେ ଅଧିକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଉଛି ସତ, ହେଲେ ଠିକାକାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଯାଜପୁର ଜିଲାର ଯେ କୌଣସି ପିଏମ୍‌ଜିଏସ୍‌ୱାଇ କାର୍ଯ୍ୟକୁ ଦେଖିଲେ ସ୍ବାଭାବିକ ଭାବେ ଏହି ଯୋଜନା କେତେ ସଫଳ, ତାହା ଜଣାପଡ଼ିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ବ୍ୟତୀତ କେବଳ ପିଏମ୍‌ଜିଏସ୍‌ୱାଇରେ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କେତେକାଂଶରେ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଠିକାଦାର ଓ ଯନ୍ତ୍ରୀଙ୍କ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଭାବେ ଏନ୍‌ଏଚ୍‌-୧୬ଠାରୁ ମଧୁସୂଦନପୁର ଭାୟା ରଘୁରାଜପୁର ରାସ୍ତାକୁ ନିଆଯାଇପାରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ୨୦୨୧-୨୨ ବର୍ଷରେ ୭.୩୪୦ କିଲୋମିଟରର ଏହି ରାସ୍ତା କାମ ପାଇଁ ୫ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା ଅଟକଳ ପ୍ରସ୍ତୁତ ହୋଇଥିଲା। କିନ୍ତୁ ନିର୍ମାଣର ୨ ମାସ ପରେ ରାସ୍ତାର କଂକ୍ରିଟ ଉଠିଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ୧୫ା୧୨ା୨୦୨୩ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲେ ହେଁ ଅଦ୍ୟାବଧି ମାତ୍ର ୪୦ ଭାଗ କାର୍ଯ୍ୟ ଶେଷ ହୋଇଛି। ଏଥିନେଇ ବିଭାଗ ପକ୍ଷରୁ ଠିକାଦାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇନାହିଁ। ଦୀର୍ଘଦିନ ହେଲା ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତା ନିର୍ମାଣର ବିଭିନ୍ନ ସ୍ତରରେ ଆବଶ୍ୟକ ପରିମାଣର ରୋଲିଂ କରାଯାଇ ନାହିଁ। ଠିକ୍‌ ପରିମାଣର ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ହୋଇ ନଥିବାରୁ ରାସ୍ତାର ପୂର୍ବ ଉଚ୍ଚତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ପୁରୁଣା ପିଚୁକୁ କଢ଼ାଯାଇ ରାସ୍ତାରୁ ବାହାର କରାଯାଇନାହିଁ। ଅନେକ ସ୍ଥାନରେ ଆଦୌ ରାସ୍ତା ଖୋଳା ନ ଯାଇ ପୁରୁଣା ପିଚୁ ଉପରେ ରାସ୍ତା ନିର୍ମାଣ କରାଯାଇଛି। ତେଣୁ ରାସ୍ତାର ମରାମତି ବଦଳରେ ପୁନଃ ନିର୍ମାଣ କରାଯାଇ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ଅବିନାଶ ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାର ଆବଶ୍ୟକ ମରାମତି କରାଯିବ। ସେହିପରି ଉଚ୍ଚପଦସ୍ଥ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଉପରେ ଉପଯୁକ୍ତ ସହଯୋଗ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?