Posted inଖେଳ

ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିଲେ ମିସ୍‌ବା

କରାଚୀ,୧୫।୧୦(ପି.ଟି.): ମିସ୍‌ବା-ଉଲ- ହକ୍‌ ପାକିସ୍ତାନ ଜାତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଜାତୀୟ ଦଳର ହେଡ କୋଚ୍‌ ଭୂମିକା ଉପରେ ଅଧିକ ଫୋକସ କରିବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଅବଗତ କରାଇଛନ୍ତି ବୋଲି ମିସ୍‌ବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନଭେମ୍ବର ୩୦ ତାରିଖରେ ସେ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେବେ।
ମିସ୍‌ବା ଉଭୟ ଚୟନକର୍ତ୍ତା ଓ ହେଡ୍‌ କୋଚ୍‌ ପଦରେ ରହି ଦୁଇଟି ଗୁରୁଦାୟିତ୍ୱ ତୁଲାଉଥିଲେ। ଗତବର୍ଷ ସେପ୍ଟେମ୍ବରରେ ସେ ଦୁଇଟି ଦାୟିତ୍ୱ ଗ୍ରହଣ କରିଥିଲେ। ଅଗାମୀ ଜିମ୍ବାଓ୍ବେ ଗସ୍ତ ପାଇଁ ଦଳ ଚୟନ କରିବି। କିନ୍ତୁ ଏହା ପରେ କେବଳ ମୁଖ୍ୟ କୋଚ୍‌ ଭାବେ ମୋ କାମରେ ମନୋନିବେଶ କରିବି ବୋଲି ସେ କହିଛନ୍ତି। ପିସିବି ପକ୍ଷରୁ ଚାପ ପଡୁଥିବାରୁ ଚୟନକର୍ତ୍ତା ପଦ ଛାଡି ନ ଥିଲି। ଦୁଇଟି ହାଇପ୍ରୋଫାଇଲ ପଦରେ ରହି କାର୍ଯ୍ୟ କରିବା ନିଶ୍ଚିତ ଭାବେ କଷ୍ଟକର। ହେଡ୍‌ କୋଚ୍‌ ହିସାବରେ ଶ୍ରେଷ୍ଠ କାର୍ଯ୍ୟ କରିବାକୁ ଚାହେଁ ବୋଲି ସେ କହିଛନ୍ତି। ଯିଏ ବି ମୁଖ୍ୟ ଚୟନକର୍ତ୍ତା ହେବେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବି। ଗତ ବିଶ୍ୱକପ୍‌ରେ ପାକିସ୍ତାନ ବିଫଳ ହେବା ପରେ ପିସିବି କୋଚ୍‌ ମିକି ଆର୍ଥର ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ଙ୍କୁ ପଦ ଛାଡିବାକୁ କହିଥିଲା। ଏହାପରେ ମିସ୍‌ବାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ନର୍ଥଇଷ୍ଟ ୟୁନାଇଟେଡ୍‌ର ବିଜୟ ଅଭିଯାନ

ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଟେଡ୍‌ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ...

ଜିମ୍ବାଓ୍ବେ ବ୍ୟାନ୍‌: ଅକ୍ଟୋବର ପରେ ବିସିସିଆଇ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଜିମ୍ବାଓ୍ବେକୁ ଆଇସିସି ବାସନ୍ଦ କରିବା ପରେ ଆସନ୍ତା ଜାନୁୟାରୀରେ ଖେଳାଯିବାକୁ ଥିବା ଭାରତ- ଜିମ୍ବାଓ୍ବେ ସୀମିତ ଓଭର ସିରିଜ ନେଇ ଆଶଙ୍କା ପ୍ରକାଶ ପାଇଛି।...

କେପିଏଲ ଫିକ୍ସିଂ: ଚାର୍ଜ ସିଟି ଦାଖଲ କଲା ସିସିବି

ବେଙ୍ଗାଲୁରୁ,୭।୨(ପି.ଟି.)- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଶୁକ୍ରବାର ୩ଟି ମାମଲାର ଚାର୍ଜ ଶିଟ୍‌...

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ଶାରଜା,୪।୧୦: ଜମ୍ମୁ-କଶ୍ମୀର ପେସର ଉମ୍ରାନ ମଲିକ ଆଇପିଏଲରେ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ରବିବାର କୋଲକାତା ନାଇଟ ରାଇଡର୍ସ...

କାହିଁକି ବ୍ୟାଟ୍‌ କାମୁଡନ୍ତି ଧୋନୀ

ମୁମ୍ବାଇ,୧୦।୭: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ୟତମ ଶ୍ରେଷ୍ଠ ଫିନିସର। ଧୋନୀଙ୍କ ବ୍ୟାଟ ଆଇପିଏଲ ୨୦୨୨ରେ ମଧ୍ୟ ଚାଲିଛି। ଦିଲ୍ଲୀ...

ଟି୨୦ ବିଶ୍ୱକପ୍‌: ଆଇସିସିକୁ ଏକ ମାସ ସମୟ ମାଗିବ ବିସିସିଆଇ

ନୂଆଦିଲ୍ଲୀ, ୩୧।୫: ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ପାଇଁ ଆଇସିସିକୁ ଅଧିକ ଏକ ମାସ ସମୟ ମାଗିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ସଚିନ ଅବସର ନେବାପରେ ଆଇପିଏଲ୍‌ ଦେଖିବା ଛାଡ଼ିଦେଲେ ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ସୁଷମା ବର୍ମା ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ପ୍ରଶଂସିକା। କିନ୍ତୁ କିମ୍ବଦନ୍ତୀ ଭାରତୀୟ...

ଆଇଏସ୍‌ଏଲ୍‌ ଫାଇନାଲ ଆଜି

ମାର୍ଗାଓ, ୧୮ା୩ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ଶନିବାର ଏଠାରେ ଅନୁଷ୍ଠିତ ହେବ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ମୋହନ ବାଗାନ (ଏଟିକେଏମ୍‌ବି)...

Advertisement
Archives

Model This Week