ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା।
ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ। ଆଇନା ସାମ୍ନାରେ ଠିଆ ହୋଇ ନିଜକୁ ନିଜେ ଦେଖେ। ମୋ ଭଳି ଆପଣମାନେ ବି କରୁଥିବେ ନିଶ୍ଚିତ। ସବୁବେଳେ ଲାଗୁଥିବ ଆଇନା କେତେ ଖାଣ୍ଟି ସତ କହେ। ମଣିଷ ତା’ର ପ୍ରତିଛବି ଜରିଆରେ ଅନେକ ସତକୁ ଆବିଷ୍କାର କରେ। ତେବେ ଏଇ ସାନ ଘଟଣାକୁ ପରଖିଲା ପରେ ସତ ପଛର ସତକୁ ଜାଣି ହେଲା ସହଜରେ।
ଗତ କିଛି ଦିନ ଧରି ସକାଳୁ ସକାଳୁ ଗୋଟେ ମଇନା ଘରର ବାଲ୍‌କୋନି ଭିତରକୁ ପଶି ଆସୁଛି। ବାଲ୍‌କୋନିର ଗୋଟେ କୋଣକୁ ଲାଗିଥିବା ଦର୍ପଣ ସାମ୍‌ନାରେ କିଛି ସମୟ ବସୁଛି। ହଠାତ୍‌ ଉଠିଯାଇ ନିଜ ଚଂଚୁରେ ଦର୍ପଣକୁ ଆଘାତ କରୁଛି। ଦର୍ପଣର ତଳୁ ଉପର ଘୂରି ଘୂରି ଏଭଳି କରି ଚାଲୁଛି। ପରେ କିଛି ସମୟ ନୀରବରେ ବସି ରହୁଛି ଦର୍ପଣ ସାମ୍ନାରେ। ପୁଣି ଥରେ ଚଂଚୁରେ ଆଘାତ ଦେବାକୁ ଲାଗି ପଡୁଛି।
ସକାଳୁ ସକାଳୁ ଏଇ ଦୃଶ୍ୟ ମୋତେ ବିଚଳିତ କରିଦେଉଛି। ପ୍ରଥମେ ଏହା ମୋତେ ଆମୋଦ ଦେଉଥିଲା। କିନ୍ତୁ ନିୟମିତ ଆସି ଦର୍ପଣକୁ ଚଂଚୁରେ ଆଘାତ ଦେବା ମୋତେ ଅଧିକ ବିସ୍ମିତ କଲା। ଏହାକୁ ଟିକେ ଗଭୀର ଦୃଷ୍ଟିଭଙ୍ଗୀରେ ଚିନ୍ତା କରିବାକୁ ମଇନାଟି ମୋତେ ବାଧ୍ୟ କଲା।
ମଇନା ଆସି ଦର୍ପଣକୁ ନିଜ ଚଂଚୁରେ ଖୁମ୍ପି ଚାଲିଥିବା ଦୃଶ୍ୟ ସାଧାରଣ ଲାଗୁଥିଲେ ମଧ୍ୟ ଏହା ମନୁଷ୍ୟ ଜୀବନର ଗଭୀର ଦାର୍ଶନିକ ଅର୍ଥକୁ ପ୍ରକାଶ କରେ। ମଇନା ଦର୍ପଣରେ ନିଜ ପ୍ରତିବିମ୍ବକୁ ଅନ୍ୟ ପକ୍ଷୀ ବୋଲି ଭାବି ହୁଏତ ତାକୁ ଆକ୍ରମଣ କରି ଚାଲିଥିବ। ଅଥଚ ସେ ଜାଣି ନ ଥାଇପାରେ ଯେ ଯାହାକୁ ସେ ଆକ୍ରମଣ କରୁଛି, ସେ ତା’ର ନିଜ ଅସ୍ତିତ୍ୱର ପ୍ରତିଛାୟା କେବଳ। ଦର୍ପଣକୁ ଯଦି କୁହାଯାଇପାରେ ମାୟା, ପ୍ରତିବିମ୍ବ ହୋଇପାରେ ସାରା ଜଗତ। ଆଉ ମଇନା ଭଳି ମଣିଷ କେବଳ ଏକ ଛୋଟିଆ ଜୀବ ମାତ୍ର।
ଜଗତ ସବୁବେଳେ ଏକ ପ୍ରତିବିମ୍ବମୟ ଅନୁଭୂତି ଦିଏ। ଯେଉଁଠାରେ ଜୀବ ବ୍ରହ୍ମ ସ୍ବରୂପ ହୋଇଥିଲେ ମଧ୍ୟ ଅଜ୍ଞାନ ଯୋଗୁ ନିଜକୁ ପୃଥକ୍‌ ସତ୍ତା ଭାବେ ଅନୁଭବ କରେ। ମଇନାର ପ୍ରତିବିମ୍ବ ସହ ସଂଘର୍ଷ ଏହି ଅଜ୍ଞାନର ପ୍ରାୟୋଗିକ ଚିତ୍ରଣ ମାତ୍ର। ଏଠାରେ ବାସ୍ତବ ଶତ୍ରୁ କେହି ନୁହେଁ। ଶତ୍ରୁ ହେଉଛି ସେ ନିଜେ।
ଏକ ଭ୍ରମଜନିତ ଧାରଣାରେ ସେ ଖାଲି ଛଟପଟ। ସେମିତି ମନୁଷ୍ୟ ନିଜ ଅହଂକାର ଓ ପରିଚୟକୁ ବାହ୍ୟ ପ୍ରତିଛବିରେ ଖୋଜିଥାଏ। ପରିଚୟର ଭ୍ରମରୁ ଅହଂର ଉଦ୍ଭବ ହୋଇଥାଏ। ଏହା ସୂଚାଏ ଯେ, ଅହଂକାର ଅନେକ ସମୟରେ ଭ୍ରମଜନିତ ପ୍ରତିବିମ୍ବ ଉପରେ ନିର୍ଭର କରେ। ଏଥିରୁ ମୁଖ୍ୟତଃ ସଂଘର୍ଷ ଓ ଅସନ୍ତୋଷ ଜନ୍ମ ନେଇଥାଏ। ମଇନାର ଆଚରଣ ଏହି ମାନସିକ ସତ୍ୟର ପ୍ରାକୃତିକ ଉଦାହରଣ ହୋଇପାରେ। ଯେଉଁଠାରେ ଅଜ୍ଞାନ ଆତ୍ମ-ସଂଘର୍ଷକୁ ସୃଷ୍ଟି କରେ। ଜୀବନର ଅଧିକାଂଶ ସଂଘର୍ଷ ବାହ୍ୟ ନୁହେଁ। ଆତ୍ମ-ଭ୍ରମର ଫଳ। ଯେତେବେଳେ ଜୀବ ନିଜ ସ୍ବରୂପକୁ ଉପଲବ୍ଧି କରେ, ମାୟାର ପ୍ରଭାବ ଶିଥିଳ ହୋଇଯାଏ। ସେଇଠୁ ସଂଘର୍ଷ ଶାନ୍ତିରେ ପରିଣତ ହୁଏ। କେବେକେବେ ଅନୁଭୂତିକୁ ସତ୍ୟ ଭାବିବା ଦୁଃଖର କାରଣ ହୋଇପାରେ।
ଜ୍ଞାନ କାଳେ ହେଉଛି ମୁକ୍ତିର ମାର୍ଗ। ମଇନା ଯଦି ବୁଝିପାରନ୍ତା ଏହା ମୋର ପ୍ରତିବିମ୍ବ ମାତ୍ର, ତେବେ ସଂଘର୍ଷ ତୁରନ୍ତ ଶେଷ ହୋଇଯାଆନ୍ତା। ସବୁଦିନ ନିତି ଆସି ଚଂଚୁରେ ନିଜ ପ୍ରତିଛବିକୁ ଆଘାତ କରନ୍ତାନି। କିନ୍ତୁ ସତ୍ୟ ବାହ୍ୟଶକ୍ତିରେ ନିହିତ ନୁହଁ। ସଦାକାଳେ ଜ୍ଞାନରେ ରହିଛି। ଏହା ଉପନିଷଦୀୟ ସିଦ୍ଧାନ୍ତ ସହ ସମ୍ମତ। ଆଧୁନିକ ସମାଜରେ ମନୁଷ୍ୟ ସବୁବେଳେ ସାମାଜିକ ପ୍ରତିଛବି, ପ୍ରତିଷ୍ଠା, ପରିଚୟ ଓ ଅହଂକାରର ଦର୍ପଣରେ ବନ୍ଧା। ଆଜିକାର ସାମାଜିକ ଗଣମାଧ୍ୟମ ଗୋଟିଏ ତୁଚ୍ଛା ଅହଂ ଭିତରେ ଆମକୁ ଏକ କୃତ୍ରିମ ପ୍ରତିବିମ୍ବ ସହିତ ସଂଘର୍ଷ କରାଏ। ପରସ୍ପର ଭିତରେ ବିଦ୍ୱେଷ ଜାତ କରାଏ। କେବେକେବେ ନିଜ ଅଜାଣତରେ ସେ ନିଜକୁ ମହାଜ୍ଞାନୀ ବୋଲି ବିବେଚନା କରାଏ। ଏଣୁତେଣୁ ଲେଖି ନିଜର ମାନସିକ ପିପାସାକୁ ପୂର୍ଣ୍ଣ କରେ। ମଣିଷ ନିଜର ଅହମିକା, ସ୍ବାର୍ଥ ଭିତରେ ବୁଡି ରହି ଅନ୍ୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାଏ।
ଯିଏ ପ୍ରଭାବିତ ହେଲା ତାକୁ କୋଳେଇ ଧରେ। ଅନ୍ୟଥା ତାକୁ କଟୁ ଶବ୍ଦରେ ଭର୍ତ୍ସନା କରିବାକୁ ପଛାଏନି।
ଆଇନା ଓ ମଇନା କେବଳ ପକ୍ଷୀର ଆଚରଣ ନୁହେଁ ବୋଲି ମୁଁ ଭାବେ। ଏହା ମନୁଷ୍ୟ ଚେତନାର ଏକ ଦାର୍ଶନିକ ରୂପ। ଏହି ଘଟଣାକୁ ମଣିଷ ସହ ଯୋଡ଼ିଲେ ଏତିକି କୁହାଯାଇପାରେ ଯେ, ଏହା ମନୁଷ୍ୟର ଆତ୍ମ-ଅଜ୍ଞାନର ପ୍ରତୀକ। ମନୁଷ୍ୟ ମଧ୍ୟ ବହୁ ସମୟରେ ନିଜର ଦୁର୍ବଳତା, ଭୟ ଓ ଅହଂକାରକୁ ଚିହ୍ନିପାରେନି। ଅନ୍ୟ ଉପରେ ଦୋଷ ଲଦି ଅଯଥାରେ ନିଜ ଭିତରେ କୃତ୍ରିମ ଆବରଣ ତିଆରି କରେ।
ସେଇ ଆବରଣ ନିଜ ଭିତରେ ଈର୍ଷା, ଘୃଣା, ପରଶ୍ରୀକାତରତା ସୃଷ୍ଟି କରାଏ ଓ ଅଯଥା ପୀଡ଼ା ଦିଏ। ଏକଥା ସତ ଯେ ଯାହା ଦେଖାଯାଏ ସେ ସବୁବେଳେ ସତ୍ୟ ନୁହେଁ। ଯାହା ଦେଖାଯାଏନି ତା’ ଭିତରେ ଅନେକ ସତ୍ୟ ଲୁଚି ରହିଥାଏ। ଆମେ ଅନେକ ସମୟରେ ପ୍ରତିବିମ୍ବକୁ ବାସ୍ତବ ଭାବି ଭ୍ରମରେ ପଡ଼ିଥାଉ। ସେଥିପାଇଁ ଧୋକା ଖାଉ। ଅନେକ ଲୋକ ମିଛ ନାଟକ କରନ୍ତି। ନିଜକୁ ଶହେ ପ୍ରତିଶତ ଠିକ୍‌ ବୋଲି ବାହାରେ ଦେଖାଇ ହୁଅନ୍ତି। କିନ୍ତୁ ବାସ୍ତବରେ ସେମାନଙ୍କ ଭିତରେ ହଳାହଳ ବିଷ ଭରି ରହିଥାଏ। ଘରକୁ ବେଘର କରିବା କିମ୍ବା ଆପଣାର ଲୋକଙ୍କୁ ନିଜର କାର୍ଯ୍ୟ ହାସଲ ପରେ ଶତ୍ରୁ ସଜେଇବାରେ ଖୁବ୍‌ ଓସ୍ତାଦ ସେମାନେ। ଅଥଚ ସେ ସମାଜ ନଜରରେ ଅତି ଭଲ ମଣିଷଟିଏ ପରି ଅଭିନୟ କରେ। ଆତ୍ମଜ୍ଞାନ ହେଉଛି ସତ୍ୟ ମୁକ୍ତିର ପଥ। ଶୁଦ୍ଧ ଆତ୍ମଜ୍ଞାନ ପର ମଣିଷର ଆଚରଣ ଓ ଉଚ୍ଚାରଣକୁ ଭିନ୍ନ ଭିନ୍ନ ମାର୍ଗରେ ସୂଚାଇଦିଏ ଏବଂ ସର୍ତକ କରାଏ। ତା’ ସତ୍ତ୍ୱେ ଯିଏ ଭ୍ରମରେ ଚିହ୍ନିପାରେନି ସେ ଦୁଃଖ ପାଏ।
ଏଇ ଅର୍ଜିତ ଦୁଃଖକୁ ଆମେ ସହଜରେ ଅନ୍ୟ ଉପରେ ଲଦିଦେବାକୁ ଚେଷ୍ଟା କରୁ। କିନ୍ତୁ ଏତିକି ମନେରଖିବାକୁ ହେବ ନିଜକୁ ଜାଣିଲେ ଜଗତ ସହିତ ଯୁଦ୍ଧ କରିବାର ଆବଶ୍ୟକତା ରହେନି। ଏକଥା ମଇନା ଅବଶ୍ୟ ଚେତେଇଦେଇଛି।

ଡ.ଦ୍ବିତୀ ଚନ୍ଦ୍ର ସାହୁ

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?