Posted inଖେଳ

ସ୍ବର୍ଣ୍ଣ ଜିତିବା ସହ ରେକର୍ଡ କଲେ ସୁନାଝିଅ ମୀରାବାଈ: ପ୍ରଧାନମନ୍ତ୍ରୀ କହିଲେ ‘ଅସାଧାରଣ’

ବର୍ମିଂହାମ, ୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ନିଜ ନାମରେ କରୁଛି। ବିଶେଷକରି ଭାରତ୍ତୋଳନରେ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ୪୯ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରିଥିବା ଚାନୁ ରେକର୍ଡ ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ତୃତୀୟ ପଦକ ଜିତିଛନ୍ତି। ଏହାପୂର୍ବରୁ ସେ ୨୦୧୪ରେ ରୋପ୍ୟ ଏବଂ ୨୦୧୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତେବେ ମୀରାବାଇ ମୋଟ ୨୦୧ କିଗ୍ରା ଓଜନ ଉଠାଇ ରେକର୍ଡ କରିଥିଲେ।

ମୀରାବାଈଙ୍କ ଏହି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଟୁଇଟ୍‌ କରି କହିଛନ୍ତି, ଅସାଧାରଣ। ମୀରାବାଈ ଚାନୁ ଭାରତକୁ ପୁଣି ଥରେ ଗୌରବାନ୍ବିତ କରିଛନ୍ତି। ସେ ବର୍ମିଂହାମରେ ସ୍ବର୍ଣ୍ଣ ଜିତିବା ସହ ଏକ ନୂତନ କମନଓ୍ବେଲ୍‌ଥ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ପ୍ରତିଟି ଭାରତୀୟ ଆଥଲେଟ୍ସଙ୍କୁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରକୃଷ୍ଟ ସମୟ

ବିଶ୍ୱ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିଛି। ସମ୍ପ୍ରତି ଏଆଇଏଫ୍‌ଏଫ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅଫ୍‌...

ସୁଶୀଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୬ା୫: ଦୁଇଥର ଅଲିମ୍ପିକ ପଦକ ବିଜୟୀ ରେସ୍‌ଲର ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି। କେବଳ...

ଆର ସପ୍ତାହରେ ସେଫିଫାଇନାଲରୁ ଭାରତ ଫେରିବ: ଶୋଏବ

ଲାହୋର,୨୮।୧୦: ଟି୨୦ ବିଶ୍ୱକପ୍‌ର ସୁପର-୧୨ଚରଣରେ ପାକିସ୍ତାନ ଟିମ୍‌ ଲଗାତାର ଖରାପ ପ୍ରଦର୍ଶନ କରୁଛି। ଗୁରୁବାର ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେଠାରୁ ୧ ରନ୍‌ରେ ପରାଜିତ ହୋଇଛି।...

ମାଞ୍ଚେଷ୍ଟର ଟେଷ୍ଟ ହେବ ନା ନାହିଁ

ମାଞ୍ଚେଷ୍ଟର,୯।୯: ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସଆର ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟ ଅନିଶ୍ଚିତତାରେ ଘେରି ହୋଇଯାଇଛି। ଏହା...

ଶୋକ ପ୍ରକାଶ କଲେ ରୋନାଲ୍ଡୋ, କୋହଲି

କାଲିଫର୍ନିଆ,୨୭।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥି ଯୋଗୁ କ୍ରୀଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା। ଫୁଟବଲ ଷ୍ଟାର...

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ବାତିଲ

ଧର୍ମଶାଳା, ୧୫ା୯ (ପି.ଟି.)-ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ...

ଟସ୍‌ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍‌ର ୧୦ମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଅଦେନ ମାର୍‌କ୍ରମ ଟସ୍‌...

ଇଞ୍ଜେକସନ୍‌ ନେଇ ବ୍ୟାଟିଂ କରିବେ ଜାଡେଜା!

ସିଡନୀ,୧୦।୧: ଭାରତୀୟ ଦଳ ପାଇଁ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବେ।...

Advertisement
Archives

Model This Week