ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ ସଦ୍ୟ ପ୍ରକାଶିତ ୩ ନିୟୁତରୁ ଊର୍ଦ୍ଧ୍ୱ ପୃଷ୍ଠାର ଫାଇଲ୍‌ରେ ଭାରତୀୟ ବଂଶୋଦ୍ଭବ ଚଳଚ୍ଚିତ୍ର ନିର୍ମାତା ତଥା ନ୍ୟୁୟର୍କ ସିଟି ମେୟର ଜୋହରାନ ମମଦାନିଙ୍କ ମାଆ ମୀରା ନାୟାରଙ୍କ ନାଁ ରହିଛି। ଏପ୍‌ଷ୍ଟିନ୍‌ଙ୍କ ସହଯୋଗୀ ଘିସ୍‌ଲେଇନ୍‌ ମାକ୍ସଓ୍ବେଲଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ମୀରା ନାୟାର ଜଣେ ଅତିଥି ଭାବେ ଯୋଗଦେଇଥିଲେ ବୋଲି ଉକ୍ତ ଫାଇଲ୍‌ରେ ଉଲ୍ଲେଖ ରହିଛି। ୨୦୦୯ ଅକ୍ଟୋବର ୨୧ରେ ଏପ୍‌ଷ୍ଟିନ୍‌୍‌ଙ୍କୁ ପ୍ରକାଶକ ପେଗି ସିଏଗାଲ ପଠାଇଥିବା ଇମେଲ୍‌ରେ ମୀରାଙ୍କ ନାମ ରହିଛି।
ଏପ୍‌ଷ୍ଟିନ୍‌ଙ୍କ ବହୁଚର୍ଚ୍ଚିତ ଫାଇଲ୍‌ରୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପଦାକୁ ଆସିଛି। ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଏବଂ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ନାମ ଅନ୍ୟତମ। ଟ୍ରମ୍ପ୍‌ ଇସ୍ରାଏଲ୍‌ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ଫାଇଲ୍‌ରେ ଉଲ୍ଲେଖ ରହିଛି। ଟ୍ରମ୍ପ୍‌ଙ୍କ ପ୍ରଥମ ପାଳି ରାଷ୍ଟ୍ରପତିତ୍ୱ କାଳରେ ତାଙ୍କ ଜ୍ୱାଇଁ ଜାରେଦ୍‌ କୁଶ୍‌ନେର ଉଭୟ ସଂଗଠନ ଏବଂ ସରକାର ଉପରେ ଅତ୍ୟଧିକ ପ୍ରଭାବ ବିସ୍ତାର କରିଥିଲେ।
ଉକ୍ତ ବିସ୍ଫୋରକ ଦସ୍ତାବିଜ୍‌ରେ ଆହୁରି ଉଲ୍ଲେଖ ରହିଛି କୁଶ୍‌ନେରଙ୍କ ପରିବାର ଦୁର୍ନୀତି, ରୁଷିଆରେ ଅର୍ଥ ନିବେଶ ଏବଂ ଅଲ୍ଟା-ଜିଓନିଷ୍ଟ ଚାବାଦ ନେଟ୍‌ଓ୍ବର୍କ ସହ ସମ୍ପୃକ୍ତ ଥିଲେ। କୁଶ୍‌ନରଙ୍କ ବାପା ପୂର୍ବରୁ ଏକ ଆର୍ଥତ୍କ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବାବେଳେ ଟ୍ରମ୍ପ୍‌ଙ୍କଠାରୁ ରାଷ୍ଟ୍ରପତୀୟ କ୍ଷମା ପାଇଥିଲେ। ରିପୋର୍ଟରେ ଆହୁରି ଦର୍ଶାଯାଇଛି, କୁଶ୍‌ନେର ବହୁପରିମାଣରେ ରୁଷୀୟ ନିବେଶ ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ଏବଂ ରୁଷିଆ ସରକାରଙ୍କ ସହ ଜଡ଼ିତ ସଂସ୍ଥାଗୁଡ଼ିକରେ ତାଙ୍କର ଥିବା ସ୍ବାର୍ଥ ବିଷୟରେ ଠିକ୍‌ ସୂଚନା ଦେଇ ନ ଥିଲେ। ଟ୍ରମ୍ପ୍‌ଙ୍କ ରିଅଲ ଇଷ୍ଟେଟ୍‌ କାରବାରରେ ବିବାଦୀୟ ବେଭେର୍ଲି ହିଲ୍ସଙ୍କ କାରବାର ଉଲ୍ଲେଖ ରହିଛି। ଟ୍ରମ୍ପ୍‌ ୪୧ ନିୟୁତ ଡଲାରରେ ଏକ ସମ୍ପତ୍ତି କିଣି ପରେ ଏହାକୁ ବିଦେଶ ସହ ସମ୍ପୃକ୍ତ ଥିବା ଏକ ସେଲ୍‌ କମ୍ପାନୀକୁ ୯୫ ନିୟୁତ ଡଲାରରେ ବିକ୍ରି କରିଥିଲେ।
ଏପ୍‌ଷ୍ଟିନ୍‌ ଫାଇଲ୍‌ରୁ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଷୀୟ ଝିଅମାନଙ୍କ ସହ ଯୌନ ସମ୍ପର୍କ ଅଭିଯୋଗ ରହିଛି। ଗେଟ୍ସ ତାଙ୍କର ତତ୍କାଳୀନ ସ୍ତ୍ରୀ ମେଲିଣ୍ଡା ଫ୍ରେଞ୍ଚ୍‌ ଗେଟ୍ସଙ୍କଠାରୁ ଏକ ଏସ୍‌ଟିଡି ଲୁଚାଇବାକୁ ଉଦ୍ୟମ କରୁଥିଲେ ବୋଲି ଏଥିରୁ ଜଣାପଡ଼ିଛି। ଏପ୍‌ଷ୍ଟିନ୍‌୍‌ଙ୍କ ଫାଇଲ୍‌ରେ ବ୍ରିଟେନ୍‌ ପ୍ରିନ୍ସ ଆଣ୍ଡ୍ର୍ୟୁ ଭୂମିରେ ଶୋଇଥିବା ଜଣେ ମହିଳାଙ୍କ ଉପରେ ଆଣ୍ଠେଇଥିବା ଫଟୋଗୁଡ଼ିକରୁ ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri