ଅଜାଙ୍କ ଘରେ ନାତୁଣୀର ଆତ୍ମହତ୍ୟା

ଲଙ୍ଗଳେଶ୍ୱର,୧୮।୧୦(ଡି.ଏନ.ଏ.): ମା’ଙ୍କ ସହ ଅଜା ଘରେ ରହୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା କରିଛନ୍ତି। ହେଲେ ନାବାଳିକାଙ୍କ ଆତ୍ମହତ୍ୟାକୁ ବାପ ଘର ଲୋକେ ଗ୍ରହଣ ନ କରି ହତ୍ୟା ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ରେଣୁପଦା ଗ୍ରାମରେ ଏହି ଘଟଣା ଘଟିଛି।

ପୋଲିସ ସୂଚନା ଅନୁଯାୟୀ, ବାଲିଆପାଳ ଥାନା ବାଲିକୁଟି ଗ୍ରାମର କାର୍ତ୍ତିକ ପଟ୍ଟାୟତଙ୍କ ସ୍ତ୍ରୀ ପୁଷ୍ପଲତା ଏବଂ ଦୁଇ ଝିଅ ୪ ବର୍ଷ ହେଲା ବସ୍ତା ଥାନା ରେଣୁପଦା ଗ୍ରାମ ସ୍ଥିତ ବାପ ଘରେ ରହି ଆସୁଛନ୍ତି। ସୋମବାର ସକାଳେ ପୁଷ୍ପଲତାଙ୍କ ଝିଅ ପୂଜାରାଣୀ (୧୫) ଘରେ କେହି ନ ଥିବା ବେଳେ କୌଣସି କାରଣରୁ ବେକରେ ଓଢ଼ଣୀ ଲଗାଇ ଓହଳି ପଡିଥିଲେ। ଅଜା ରାମଚନ୍ଦ୍ର ମାଝି ପୂଜାରାଣୀଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୂଜାରାଣୀଙ୍କୁ ଅଜାଘର ଲୋକେ ହତ୍ୟା କରିଥିବା ନେଇ ବାଲିକୁଟି ଗ୍ରାମର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି କଥାକୁ ନେଇ ଉଭୟ ପରିବାର ମଧ୍ୟରେ ବସ୍ତା ଡାକ୍ତରଖାନା ପରିସରରେ ପାଟିତୁଣ୍ଡ ହୋଇଥିଲା। ଖବରପାଇ ବସ୍ତା ଥାନା ଅଧିକାରୀ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୧ ରେ ପହଞ୍ଚିଥିବା...

ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତଙ୍କୁ ଜାତୀୟସ୍ତରୀୟ କୋଚ୍‌ ମାନ୍ୟତା

ଢେଙ୍କାନାଳ ଅଫିସ, ୨।୭ ଜାତୀୟସ୍ତରରେ କୋଚ୍‌ ମାନ୍ୟତା ପାଇଛନ୍ତି ଢେଙ୍କାନାଳର ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତ ସାହୁ। କେରଳ ଥିରୁଭାନନ୍ତପୁରମ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ...

ସୁସ୍ଥ ହେଲେ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୩ : ଓଡ଼ିଶାରେ ବୁଧବାର ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୪,୭୬୭ରେ ପହଞ୍ଚିଛି।...

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପ୍ରତୀକ ଧାରଣା

ଭଦ୍ରକ ଅଫିସ,୧୧।୨: ଗୁରୁବାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଗୃହ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ...

କୋଭିଡ୍‌ ମୃତକଙ୍କ ପରିବାର ପାଇଁ ଖୁସି ଖବର

ଝାରସୁଗୁଡ଼ା ଅଫିସ,୧୧ା୧୦: ଝାରସୁଗୁଡ଼ା ଜିଲାରେ କୋଭିଡ୍‌ରେ ଦୁଇ କରୋନା ଯୋଦ୍ଧା ଖବରଦାତା ଅମଜଦ୍‌ ବାଦଶାହା ଓ ଆଦିତ୍ୟ ସାହୁଙ୍କ ମୃତ୍ୟୁ ଘଟିଥିଲା। ସରକାରଙ୍କ ଘୋଷଣା ଅନୁଯାୟୀ...

ଖାରବେଳ ଭବନରେ ଖୋଲିବ ଏଜି ଅଫିସ

ଭୁବନେଶ୍ୱର,୩।୯(ବ୍ୟୁରୋ): ନିକଟରେ ଉଦ୍‌ଘାଟନ ହୋଇଥିବା ଖାରବେଳ ଭବନରେ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ହାଇକୋର୍ଟ ଠାରୁ ଆରମ୍ଭ କରି...

ଡିଜିପିଙ୍କୁ ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା

କଟକ ଅଫିସ, ୨୦।୭: ପୋଡ଼ି ହୋଇ ମୋ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଫରେଷ୍ଟ ଅଫିସ୍‌ ଆଗରେ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ ଅଟକାଯାଇଥିଲା। କିଛି...

ସାଡ଼ିଙ୍ଗିଆରେ ମାଓବାଦୀ ବ୍ୟାନର

ଫିରିଙ୍ଗିଆ,୨୭ା୬-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ପାଖ ଘାଟି ରାସ୍ତାରେ ମାଓବାଦୀମାନେ ବ୍ୟାନର ଲଗାଇଛନ୍ତି। ଦୁର୍ଗମ ଅଞ୍ଚଳରେ ଏହି ବ୍ୟାନର ଦେଖାଯାଇଥିବାରୁ ଲୋକେ...

Advertisement
Archives

Model This Week