ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ, ୨୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଏହା ୯ ହଜାର ୯୨୩ ରହିଛି। ଗୋଟିଏ ଦିନ ତଳେ ଏହା ୧୨ ହଜାର ୭୮୧ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୭ ରେ ପହଞ୍ଚିଛି।

ଗୋଟିଏ ଦିନ ତଳେ ଏହା ୧୮ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ୭୯ ହଜାର ଟପିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ୮୦ ହଜାର ଟପିବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ ଏହା ୭୯ ହଜାର ୩୧୩ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୭ ହଜାର ୨୯୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହି ସଂଖ୍ୟା ୮ ହଜାର ୫୩୭ ଥିଲା। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୩୫୪ ଜଣ, କେରଳରେ ୨,୭୮୬ ଜଣ, ଦିଲ୍ଲୀରେ ୧,୦୬୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ତାମିଲନାଡୁରେ ୬୮୬ ଜଣ, କର୍ନାଟକରେ ୫୩୦ ଜଣ, ଉତ୍ତରପ୍ରଦେଶରେ ୪୬୬ ଜଣ, ହରିୟାଣାରେ ୬୮୪ ଜଣ, ପଶ୍ଚିମବଙ୍ଗରେ ୨୨୪, ଗୁଜରାଟରେ ୨୧୭, ତେଲେଙ୍ଗାନାରେ ୨୪୬, ପଞ୍ଜାବ ୧୦୩, ଗୋଆରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୮୭୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୩ ଲକ୍ଷ ୯ ହଜାର ୪୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୭ ଲକ୍ଷ ୭ ହଜାର ୯୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୬ କୋଟି ୩୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୯୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ଜିଲାକୁ ବ୍ୟାପିଛି କରୋନା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ଏବେ ୯ ଜିଲାକୁ କରୋନା ଭୂତାଣୁ ‘କୋଭିଡ୍‌-୧୯’ ଡେଇଁଲାଣି। ରବିବାର ସନ୍ଧ୍ୟାସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖା ୫୪ଜଣ ରହିଥିବାବେଳେ ଏମାନଙ୍କ ଘର ଖୋର୍ଦ୍ଧା,...

କଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ଯୋଜନା

ଶ୍ରୀନଗର, ୨୨ା୫: ଜମ୍ମୁ-କଶ୍ମୀରରେ ସୋମବାର ଜି୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍‌ ସମ୍ମିଳନୀ ଅନୁଷ୍ଠିିତ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଜି୨୦ ପ୍ରତିନିଧିମାନେ ରହିବାକୁ...

ବି.ଆର୍‌. ଆମ୍ବଡେକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବଡେକରଙ୍କ ଶୁକ୍ରବାର ୬୩ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ...

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫...

ଡନ୍‌ଙ୍କୁ ଏନ୍‌କାଉଣ୍ଟର ଭୟ: ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ମୁକ୍ତାର ଅନସାରି

ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶର ଡନ୍‌ ତଥା ବହୁଜନ ସମାଜବାଦୀ ପାର୍ଟି ବିଧାୟକ ମୁକ୍ତାର ଅନସାରି ଏବେ ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ହେଉଛନ୍ତି। ରାଜ୍ୟରେ ଏନ୍‌କାଉଣ୍ଟର...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିର ଚାର୍ଜସିଟରେ ରାଘବ ଚଡ୍ଡାଙ୍କ ନାଁ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ସମସ୍ୟା ଥମିବାର ନାଁ ନେଉନାହିଁ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ...

ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ

ଗାଜିପୁର,୨୯।୪: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଛି। ଶନିବାର ଏହି ସଜା ଶୁଣାଇଛନ୍ତି କୋର୍ଟ। ଗାଜିପୁରର ଏମପି-ଏମଏଲଏ କୋର୍ଟ...

ଅସହିଷ୍ଣୁତା ଏବଂ ଭିଡ଼ହିଂସା ସମାଜ ଓ ରାଜନୀତି ପାଇଁ ଘାତକ ସାଜିଛି: ମନମୋହନ ସିଂ

ନୂଆଦିଲ୍ଲୀ,୨୦।୮: ଦେଶରେ ସମ୍ପ୍ରତି ଅସହିଷ୍ଣୁତା, ସାମ୍ପ୍ରଦାୟିକ ଭେଦଭାବ ଏବଂ ଭିଡ଼ହିଂସା ଭଳି ଘଟଣା ବଢ଼ିଚାଲିଛି। ଏହା ସମାଜ ଓ ରାଜନୀତି ଉଭୟ ପାଇଁ ଘାତକ ସାଜିଛି।...

Advertisement
Archives

Model This Week