ଅନୁପ୍ରବେଶକାରୀଙ୍କୁ ବଳ ଯୋଗାଇଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଦେଶାନ୍ତର ନୋଟିସ ପାଇଥିବା ଲୋକ ଏବେ…

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ୨୦୧୯ ଡିସେମ୍ବର ୧୨ରେ ନାଗରିକତ୍ୱ ସଂଶୋଧନ ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ଭାବେ ପରିଚିତ ହିନ୍ଦୁ, ପାର୍ସୀ, ବୌଦ୍ଧ, ଜୈନ, ଶିଖ ଓ ଖ୍ରୀଷ୍ଟିଆନ ଧର୍ମର ନିର୍ଯାତିତ ଓ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରାଯିବ ବୋଲି ଏହି ଆଇନରେ ଉଲ୍ଲେଖ ଅଛି। ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମଙ୍ଗଳବାର ପ୍ରକାଶିତ ନିର୍ଦ୍ଦେଶନାମାରେ ଏହାକୁ ସମର୍ଥନ କରିବା ସହିତ ସମୟ ସୀମା ୨୦୧୪ରୁ ୨୦୨୪କୁ ବୃଦ୍ଧି କରାଯାଇଛି। ଯାହା ଏବେ ବହୁଳ ଭାବେ ଅନୁପ୍ରବେଶକାରୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାରେ ରହିଥିବା ଆଲୋଚନା ହେଉଛି। ଏପରି କି ଜିଲାର ଅନୁପ୍ରବେଶକାରୀଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶନାମା ବଳ ଯୋଗାଇଲା ବୋଲି ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ ଚାଲିଛି।
୧୯୭୧ ବଙ୍ଗ ବିଭାଜନ ସମୟରେ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୨୩୭ ବାଂଲାଦେଶୀ ଶରଣାର୍ଥୀଙ୍କୁ ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳରେ ଥଇଥାନ କରାଯାଇଥିଲା। ୨୦୧୧ ଜନଗଣନାରେ ବଙ୍ଗଭାଷୀଙ୍କ ସଂଖ୍ୟା ୭୬ ହଜାରରୁ ଊର୍ଦ୍ଧ୍ୱ ବୋଲି ତଥ୍ୟରେ ଅଛି। ମାତ୍ର ୪୦ ବର୍ଷ ମଧ୍ୟରେ ବଙ୍ଗଭାଷୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବାର କାରଣ ଅନୁପ୍ରବେଶ ବୋଲି ଆଲୋଚନା ହେଉଛି। ୨୦୦୩ ମସିହାରେ ଜିଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶ ସମ୍ପର୍କରେ ଏକ ସର୍ଭେ ହୋଇଥିଲା। ଏହି ସର୍ଭେ ମୁତାବକ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୫୫୧, ରାଜନଗରରେ ୩୦ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ୬୮ ଜଣ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ। ୨୦୦୫ ମସିହାରେ ମହାକାଳପଡ଼ା ବ୍ଲକ ଅଞ୍ଚଳର ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ନୋଟିସ ହୋଇଥିଲା।
ଏହି ଦେଶାନ୍ତର ନୋଟିସରେ ସମସ୍ତେ ହିନ୍ଦୁ ହୋଇଥିବାରୁ ସ୍ବରାଷ୍ଟ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶନାମା ପରେ ସେମାନଙ୍କୁ ଭାରତର ନାଗରିକ ପରିଚୟ ପତ୍ର ମିଳିବା ସହଜ ହୋଇଛି। ଏହାକୁ ସହଜ ଭାବେ ଅନୁପ୍ରବେଶକାରୀ ଉପଯୋଗ କରିବେ ବୋଲି ଆଲୋଚନା ଜାରି ରହିଛି। ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପ୍ରଭେଦ ଏହି ଜିଲାରେ ଚିହ୍ନଟ ଏବେ ନୁହେଁ। କାରଣ ସମୁଦ୍ର ପଥ, ରାଜ୍ୟର ମାଲକାନଗିରି ଜିଲା, ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ବାଟ ଦେଇ କେନ୍ଦ୍ରାପଡ଼ା ଜିଲାକୁ ଅନୁପ୍ରବେଶକାରୀ ଅନାୟାସରେ ପଶି ଆସୁଛନ୍ତି। ଏହାର ଉଦାହରଣ ଭାବେ ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ବରକୋଳିଖଳା ଗ୍ରାମର ଅମିତ ରାୟଙ୍କୁ ନିଆଯାଇପାରେ। ଅମିତଙ୍କ ଘର ବାଂଲାଦେଶର ବଜରହାଟ ଜିଲା ଚତଲମାରି ଥାନା ଆତୁଲିୟେ ଗ୍ରାମରେ। ଅମିତ ହେଉଛନ୍ତି ଆତୁଲିୟେ ଗ୍ରାମର ବିଧାନ ରାୟ ଓ ଆଶାଲତା ରାୟଙ୍କ ପୁଅ। ୧୯୯୩ ଡିସେମ୍ବର ୨୫ରେ ଜନ୍ମିତ ଅମିତଙ୍କ ଢାକାର ବାଂଲାଦେଶ ଟେକ୍ନିକାଲ ଏଡୁକେଶନ ବୋର୍ଡର ସାର୍ଟିଫିକେର୍ଟ, ବରିସାଲର ପିଙ୍କି କମ୍ପ୍ୟୁଟର ଟ୍ରେନିଂ ସାର୍ଟିଫିକେର୍ଟ ସହିତ ବାଂଲାଦେଶର ବିଭିନ୍ନ ପ୍ରମାଣପତ୍ର ରହିଛି। ଅପରପକ୍ଷରେ ସେ ବରକୋଳିଖଳା ଗ୍ରାମର ବିକାଶ ରାୟଙ୍କ ପୁଅ ଭାବେ ଏଠାରେ ରହୁଛନ୍ତି। ଏପରିକି ସ୍ଥାନୀୟ ରାମନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ୨୦୧୦ରେ ଅଷ୍ଟମ ଶ୍ରେଣୀ ପଢ଼ିଥିବା ସାର୍ଟିଫିକେଟ ପାଇ ରହୁଛନ୍ତି। ଅମିତ ଅନୁପ୍ରବଶକାରୀ ହୋଇଥିଲେ ମଧ୍ୟ ଶରଣାର୍ଥୀ ଭାବେ ନାଗରିକତା ହାତେଇବା ସହଜ ହୋଇଛି। କେବଳ ଅମିତ ନୁହନ୍ତି, ଏପରି ବହୁ ଅନୁପ୍ରବେଶକାରୀଙ୍କ ନିକଟରେ ଭାରତୀୟ ବୋଲି ପ୍ରମାଣପତ୍ର ଅଛି। ଜଙ୍ଗଲ ଜମି ଉପରେ ଏହି ଅନୁପ୍ରବେଶକାରୀ ଜବରଦଖଲରେ ରହିବା ପରେ ଭୂମିହୀନ ଦର୍ଶାଇ ଜମି ହଡପରେ ଲାଗି ପଡିଛନ୍ତି। ଏପରି କି ଜିଲାର ୨୦ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଜମି ଅନୁପ୍ରବେଶକାରୀଙ୍କ ହାତରେ ରହିଥିବା ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri