ମନ୍ତ୍ରୀଙ୍କ ବଡ଼ ସୂଚନା: ୫ ସୁଦ୍ଧା ଶେଷ ହେବ ସହରର ରାସ୍ତା ମରାମତି

ଭୁବନେଶ୍ୱର,୧୪।୯(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଏବଂ କଟକର ଅନେକ ସ୍ଥାନରେ ରାସ୍ତା ମରାମତିର ଆବଶ୍ୟକତା ରହିଛି। ଜଳବନ୍ଦୀ ସମସ୍ୟାର ମଧ୍ୟ ସମାଧାନ ନିତାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଦ୍ୱୈତନଗରୀ ସମେତ ରାଜ୍ୟର ସବୁ ସହରରେ ରାସ୍ତା ମରାମତି କାମ ଆସନ୍ତା ଅକ୍ଟୋବର ୫ ସୁଦ୍ଧା ଶେଷହେବ। ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଶୁକ୍ରବାର ଦ୍ୱୈତନଗରୀ ପାଇଁ ବସିଥିବା ସ୍ବତନ୍ତ୍ର ବୈଠକ ପରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଏହାସହ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ୱର-କଟକ ରାସ୍ତା ମରାମତି ନେଇ ସମନ୍ବୟ ବୈଠକ ବସି ନ ଥିଲା। ଭାଜପା ସରକାର ଆସିବା ପରେ ପ୍ରଥମ ଥର ପାଇଁ ସମନ୍ବୟ ବୈଠକ ବସିଛି। ଆଗକୁ ଏ ଧାରା ଜାରି ରହିବ ଓ ରାସ୍ତା ସ୍ଥିତି ନେଇ ସମୀକ୍ଷା କରାଯିବ। ପାର୍ବଣ ପରେ ଟ୍ରାଫିକ୍‌ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବୈଠକ ହେବ। କଟକ-ଭୁବନେଶ୍ୱରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ପାଇଁ ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ବୈଠକରେ ଯୋଗଦେଇ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ କହିଛନ୍ତି, ଆମେ ଗଣେଶପୂଜା ବୁଲିବା ବେଳେ ଅନେକ ରାସ୍ତା ସମସ୍ୟା ଦେଖିଛୁ। ସେ ସବୁର ତାଲିକା କଟକ ମହାନଗର ନିଗମ(ସିଏମ୍‌ସି)କୁ ଦେଇଛୁ। ନିର୍ଦ୍ଧାରିତ ସମୟ ଭିତରେ ରାସ୍ତା ଓ ଡ୍ରେନ୍‌ କାମ ସାରିବାକୁ ଦାବି କରିଛୁ ବୋଲି ସେ କହିଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ୍‌ କାମ ବେଳେ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରହୁନାହିଁ। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଭଳି ସେମାନଙ୍କ ମଧ୍ୟରେ ସମନ୍ବୟ ରହିବ, ସେନେଇ ଗୁରୁତ୍ୱ ଦିଆଯାଉ। ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ନୂଆ ଦୀର୍ଘମିଆଦୀ ରାସ୍ତା ତିଆରି କରନ୍ତୁ। ନଚେତ୍‌ ୧୯୮୦ରୁ ତିଆରି ହୋଇଥିବା ଘର ଏବେ ରାସ୍ତାଠାରୁ ତଳେ ରହିଲାଣି। ସେଥିପାଇଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ବୋଲି ଅନନ୍ତ କହିଛନ୍ତି।
ସୂଚନା ଅନୁସାରେ ଭୁବନେଶ୍ୱରର ମୋଟ୍‌ ୭୯୮ କି.ମି. ବିଶିଷ୍ଟ ୮୧୮ଟି ରାସ୍ତା ରହିଥିବା ବେଳେ ୨୨୨ କି.ମି. ବିଶିଷ୍ଟ ୩୫୧ଟି ରାସ୍ତାରେ ମରାମତି ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୧୫୦.୭୬ କି.ମି. ବିଶିଷ୍ଟ ୨୮୯ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୭୧ କି.ମି. ବିଶିଷ୍ଟ ୬୨ଟି ରାସ୍ତାରେ ବ୍ୟାପକ ମରାମତି ଦରକାର। ସେହିପରି କଟକରେ ମୋଟ ୧୯୭ କି.ମି. ବିଶିଷ୍ଟ ୯୫ଟି ରାସ୍ତା ରହିଥିବା ବେଳେ ୮୦ କି.ମି. ବିଶିଷ୍ଟ ୩୪ଟି ରାସ୍ତାରେ ମରାମତି ଆବଶ୍ୟକ। ସେଥିମଧ୍ୟରୁ ୭୦ କି.ମି.ର ୨୭ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବାବେଳେ ୭ଟି ରାସ୍ତାର ୯.୫୯ କି.ମି. ବ୍ୟାପକ ମରାମତି ଦରକାର। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂ, ଭାଜପା ନେତା ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ନୟନ କିଶୋର ମହାନ୍ତି, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?