ମନ୍ତ୍ରୀ-ଅଧିକାରୀଙ୍କ କଥାରେ ନାହିଁ ତାଳମେଳ: ସରଳୀକରଣ ହୋଇନି ପଞ୍ଜୀକରଣ, ମିଳିନି କ୍ଷତିପୂରଣ

ବରଗଡ଼, ୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପୁଣି ଚାଷୀ ଅସନ୍ତୋଷ ତେଜି ଉଠିଛି। ଖରିଫ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାରେ ଜଟିଳତା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି ନ ମିଳିବା, ବୀମା କ୍ଷତିପୂରଣ ଅପହଞ୍ଚ ଆଦି ସମସ୍ୟାକୁ ନେଇ ଜିଲାର ଚାଷୀମାନେ ତାତି ଉଠିଛନ୍ତି। ସୋମବାର ଜିଲାର ଭେଡେନ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ଉପରୋକ୍ତ ସମସ୍ୟା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ କଥାରେ ତାଳମେଳ ରହୁ ନାହିଁ ଏବଂ ଅଯଥାରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)କୁ ଧାଁ ଧପଡ଼ ହୋଇ ହଇରାଣ ହରକତ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
କୃଷକ ସଙ୍ଗଠନ ନେତୃବୃନ୍ଦ ଅଭିଯୋଗ କରି ପ୍ରକାଶ କରିଛନ୍ତି, ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମ ସମ୍ମୁଖରେ କହି ଚାଲିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ଜମି ରେକର୍ଡଧାରୀଙ୍କ ମୃତ୍ୟୁ କ୍ଷେତ୍ରରେ କେବଳ ସ୍ବ ଘୋଷଣାନାମା ଦେଇ ଧାନବିକ୍ରି ପଞ୍ଜୀକରଣ କରି ହେବ। କିନ୍ତୁ କୌଣସି ପାକ୍ସ କର୍ତ୍ତୃପକ୍ଷ ତାକୁ କାର୍ଯ୍ୟକାରୀ କରୁନାହାନ୍ତି ଏବଂ ପୂର୍ବ ଘୋଷିତ ବଂଶାବଳୀ ଏବଂ ସହମତିପତ୍ର ନ ଦେଲେ ଧାନବିକ୍ରି ପଞ୍ଜୀକରଣ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ମନ୍ତ୍ରୀ ମିଛ କହୁଛନ୍ତି ନା ଅଧିକାରୀ ମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି।
ସେହିପରି ରବି ଧାନ ଅମଳ ଓ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଜିଲାରେ ଅଦିନିଆ ବର୍ଷା ହୋଇଥିଲା। ଏଥିରେ ଜିଲାର ଅନେକ ଚାଷୀଙ୍କ ଅମଳ ଏବଂ ଅମଳ ଅପେକ୍ଷାରେ ରହିଥିବା ଧାନ ନଷ୍ଟ ହୋଇଥିଲା। ତେବେ ଚାଷୀଙ୍କ ଦୃଢ଼ ଦାବି ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଦିନିଆ ବର୍ଷାଜନିତ ଇନ୍‌ପୁଟ ସବ୍‌ସିଡି ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ବରଗଡ଼ ଜିଲାକୁ ୭କୋଟି ୫୫ଲକ୍ଷ ୪୪ହଜାର ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିଥିବା ନେଇ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିଲେ। କିନ୍ତୁ ଘୋଷଣାକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି ମିଳି ନାହିଁ ଏବଂ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ସୀମିତ ରହି ଯାଇଛି ବୋଲି କୃଷକ ସଂଗଠନ ଅଭିଯୋଗ କରିଛି। ଫସଲ ବୀମା କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ରହିଛି। ଧାନପେଟା କୁହା କ୍ଷତିପୂରଣ ପାଇଁ ଆବେଦନର ୧୦ଦିନ ମଧ୍ୟରେ ସର୍ଭେ ହେବ ଏବଂ ୧୫ଦିନରେ କ୍ଷତିପୂରଣ ଦେବା ନିୟମ ରହିଛି, କିନ୍ତୁ ଏପର୍ଯ୍ୟନ୍ତ କାହିଁକି ବୀମା କ୍ଷତିପୂରଣ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଇ ନାହିଁ ବୋଲି କୃଷକ ସଙ୍ଗଠନର ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି।
ତେବେ ଉକ୍ତ ସମସ୍ୟା ସମୂହର ସମାଧାନ ଶୀଘ୍ର କରା ନ ଗଲେ ଯେକୌଣସି ମୁହୂର୍ତ୍ତରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ କୃଷକ ସଙ୍ଗଠନ ଚେତାବନୀ ଦେଇଛି। ସଂଗଠନର ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର, ବିକାଶ ମାଝୀ, ମୋତିଲାଲ ମହାକୁଡ଼, ଭିଜନ ପାଢ଼ୀ, ସୁଧାଂଶୁ ଦୀପ, ଚୂଡ଼ାମଣି ଛନ୍ଦ, ଦଶମାଇଲ କୃଷକ ସଙ୍ଗଠନର ରବିଶଙ୍କର ପଧାନ, ଡୋଳାମଣି ମେହେର, ରମେଶ ମହାପାତ୍ର ଏବଂ ନିମାଇଁ ପଧାନ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଧାନବିକ୍ରି ପଞ୍ଜୀକରଣରେ ଜଟିଳତା ପ୍ରସଙ୍ଗ ସମାଧାନ ପାଇଁ କୃଷକ ସଙ୍ଗଠନ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହିତ ଜିଲାର ୪୫ପାକ୍ସ ସମ୍ପାଦକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରି କୃଷକ ସଙ୍ଗଠନ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?