ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ ଦିନକ ପାଇଁ ଆସିଛନ୍ତି ଚାଲିଯିବେ ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଆଗରେ ମଞ୍ଚ ପରିଚାଳନା କରୁଥିବା ରାଇଘର ବିଡିଓଙ୍କୁ ରାଗିକି କହିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାଟଭରଣ୍ଡିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ତୃଣମୂଳସ୍ତରରୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ପାଇଁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ରାଇଘର ବ୍ଲକ ଗସ୍ତ କରିଥିଲେ। ରାଇଘର ବ୍ଲକର ୬ଟି ପଞ୍ଚାୟତ ୬ ଗାଁରେ ୧୧୭୦ଜଣଙ୍କୁ ସ୍ମାର୍ଟ ହେଲ୍‌ଥକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଥିଲା। ପ୍ରଥମ କାର୍ଯ୍ୟକ୍ରମ ହାଟଭରଣ୍ଡିରେ ରହିଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଭାଜପା ଜିଲା ପରିଷଦ ଜୋନ୍‌ -୧ ସଭ୍ୟ ଦେଓ କୁମାରୀ ଗଣ୍ଡ, ହାଟଭରଣ୍ଡି ସରପଞ୍ଚ ମନସୁରାମ ଗଣ୍ଡଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଡିଓ ଦେବେନ୍ଦ୍ର କୁମାର ବଳ ପରିଚାଳନା କରୁଥିଲେ। କିନ୍ତୁ ହିତାଧିକାରୀଙ୍କୁ ମନ୍ତ୍ରୀ ହିଁ ହେଲ୍‌ଥ କାର୍ଡ ବଣ୍ଟନ କରୁଥିବା ନେଇ ବିଧାୟକ ଅଭିଯୋଗ କରି ବିଡିଓଙ୍କ ଉପରେ ବର୍ଷିଥିଲେ। ଜିଲାରେ ଡାକ୍ତର ମରୁଡି ଥିବା ବେଳେ ଭିତ୍ତିଭୂମୀର ଅଭାବ ରହିଛି। ଡାକ୍ତର ପଦବୀ ପୂରଣ ନ କରି ବିନା ଟଙ୍କାର କାର୍ଡ ବାଣ୍ଟି ପ୍ରହସନ କରୁଥିବା ନେଇ ବିଜେଡି ସରକାରଙ୍କ ବିଜୁ କଲ୍ୟାଣ ଯୋଜନାକୁ ଟାର୍ଗେଟ କରି କହିଥିଲେ। ଏହି କାର୍ଯ୍ୟକ୍ରମ ପରେ ଅନ୍ୟ ୫ଟି ସ୍ଥାନରେ ମନ୍ତ୍ରୀ, ବିଧାୟକଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯାଇ କାର୍ଡ ବାଣ୍ଟିବା ପାଇଁ ସୁଯୋଗ ମିଳିବା ପରେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଥଣ୍ଡା ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ନଜରବନ୍ଦୀ ମହିଳା ଶ୍ରମିକ

ଓଡ଼ାପଡ଼ା, ୮।୫(ଡି.ଏନ.ଏ.) – କେରଳ ରାଜ୍ୟ ଏର୍ନାକୁଲମ୍‌ ଜିଲାର କିଝାକମ୍ବଲମ୍‌ସ୍ଥିତ ‘କାଇଟେକ୍ସ କମ୍ପାନୀରେ କାର୍ଯ୍ୟରତ ଢେଙ୍କାନାଳ ଜିଲାର ୧୫ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ନଜରବନ୍ଦୀ କରି...

ମୋବାଇଲ ପଡିଯିବାରୁ ଡ୍ୟାମ୍‌କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ

ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା...

ରାଜ୍ୟରେ ୯୨ ହଜାର ପଞ୍ଜୀକୃତ କୃଷି ଶ୍ରମିକ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ୯୨ ହଜାର ୭୦୯ କୃଷି ଶ୍ରମିକ ଚିହ୍ନଟ ହୋଇ ପଞ୍ଜୀକୃତ ହୋଇଛନ୍ତି। ଅନୁଗୋଳ ଶ୍ରମ ଜିଲାରେ ୬୭୦ ଜଣ କୃଷି ଶ୍ରମିକ ପଞ୍ଜୀକୃତ...

ହାତୀ ଘଉଡ଼ାଇବା ବେଳେ ଦୁଇ ରାଜ୍ୟବାସୀ ମୁହାଁମୁହିଁ

ଜଳେଶ୍ୱର,୧୯।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସୀମାନ୍ତରେ ଦୀର୍ଘ ୧ମାସ ଧରି ୧୮ଟି ହାତୀ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଆସୁଥିବାବେଳେ ସୋମବାର ବାଲେଶ୍ୱର ବନବିଭାଗର ୭ଟି...

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ...

ବାପାଙ୍କ ଟାଙ୍ଗିଆ ଚୋଟରେ ୧୩ ବର୍ଷ ଝିଅର ମୃତ୍ୟୁ

ବୌଦ୍ଧ/ବାଉଁଶୁଣୀ,୧।୩(ସ୍ବ.ପ୍ର./ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ଗୋଛାପଡା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଆକ୍ରମଣରେ ତାଙ୍କର...

ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲେ ମହାଦେବ:ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର, ୮ା୬ (ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ବରାତିରେ ନଗର ପରିକ୍ରମା କରି କନ୍ୟାଘରେ ପହଞ୍ଚିଥିଲେ। ଏଥିସହ ଷଷ୍ଠୀ...

କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ସୋମବାରଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ଲକଡାଉନ ୪.୦। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୪ର୍ଥ ପର୍ଯ୍ୟାୟର ଲକଡାଉନକୁ ଚଳିତ ମାସ ୩୧ ତାରିଖ...

Advertisement
Archives

Model This Week