“ରନୱେ ୩୪”ରେ କମାଲ କରିବେ ଅଜୟ ଦେବଗନ

ମୁମ୍ବାଇ: କିଛିଦିନ ପରେ ପୁଣିଥରେ ବଡ ପରଦାରେ ଦେଖିବାକୁ ମିଳିବ ଅଜୟ ଦେବଗନଙ୍କୁ । ତାଙ୍କ ଅଭିନୀତ ଫିଲ୍ମ “ରନୱେ ୩୪”ର ପୋଷ୍ଟର ରିଲିଜ ହୋଇଛି । ପ୍ରଥମେ ଏହି ଫିଲ୍ମର ନାଁ ‘ମେ ଡେ’ ଥିବା ବେଳେ ଏବେ ଏହା ପରିବର୍ତ୍ତନ ହୋଇ “ରନୱେ ୩୪” ହୋଇଛି । ଏଥିରେ ବିଗ ବିଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କୁହାଯାଉଛି । ହେଲେ ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷ ଏପ୍ରିଲରେ ଅର୍ଥାତ ୨୦୨୨ ଏପ୍ରିଲ ୨୯, ଇଦରେ ଏହା ରିଲିଜ ହେବ ବୋଲି ଜଣାପଡିଛି । ଅମିତାଭ ବଚ୍ଚନ ଏହାର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରି ଦର୍ଶକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତ, ସମସ୍ତେ ସମସ୍ତଙ୍କ ଚେୟାରରେ ବେଲ୍ଡ ବାନ୍ଧି ବସି ପଡନ୍ତୁ । ଏପ୍ରିଲରେ ଲ୍ୟାଣ୍ଡ କରିବ “ରନୱେ ୩୪” । ଏଥିରେ ଅଜୟ ଦେବଗନ ଓ ବିଗ ବିଙ୍କ ବ୍ୟତୀତ କୈରିମିନାଟି, ବୋମନ ଇରାନୀ ଓ ରକୁଲ ପ୍ରିତ ସିଂଙ୍କୁ ଦେଖିବାକୁ ମିଳିବ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ । ୨୦୧୫ରେ ଦୋହା-କୋଚିନ ବିମାନ ଉଡାଣ ଘଟଣା ଉପରେ ଆଧାରିତ । ମଙ୍ଗଳବାର ୧୮ ଅଗଷ୍ଟ ୨୦୧୫ ସକାଳ: ଫ୍ଲାଇଟ ୯ଡବ୍ଲୁ୫୫୫, ପ୍ରାୟ୧୪୧ ଯାତ୍ରୀ ଓ ୮ କ୍ରିୟୁ ମେମ୍ବରଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା । ହେଲେ କୋଚିରେ କମ୍ ଭିଜିବିଲିଟି ଯୋଗୁ ବିମାନଟି ଲ୍ୟାଣ୍ଡ କରିପାରି ନ ଥିଲା । ବିମାନକୁ ପୁଣି ତ୍ରିଭେନ୍ଦ୍ରମ ଫେରାଇ ନେବାକୁ ପଡିଥିଲା । ମାତ୍ର ୨୫୦ କିଲୋ ଇନ୍ଧନ ସହ ବିମାନଟି ତ୍ରିଭେନ୍ଦ୍ରମ ବିମାନ ବନ୍ଦରରେ ଅବତରଣ କରିଥିଲା । ଏଥିରେ ପାଇଲଟଙ୍କ ସାହସକୁ ପ୍ରଶଂସା କରାଯାଇଥିଲା ।
ମୁଭି “ରନୱେ ୩୪” ଏହି କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଅଜୟ ଦେବଗନ ପାଇଲଟ ଭୂମିକାରେ ଅଭିନୟ କରିଛନ୍ତି । ରକୁଲପ୍ରିତ ସିଂ ବି ଲେଡି ପାଇଲଟ ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ାଇବେ ୟାମି

କି କଥା, ୟାମି ପାଠ ପଢ଼ାଇବେ ! ତା’ ଅର୍ଥ କ’ଣ ଯେ ସେ ଅଭିନୟ ଛାଡି ଶିକ୍ଷକତା ଲାଇନ୍‌କୁ ଆପଣେଇବାକୁ ଯାଉଛନ୍ତି ? ହେଲେ...

ବିଗ୍‌ ବି’ଙ୍କୁ ଏମିତି କହିଲେ ଫିଲ୍ମ ‘ପୁଷ୍ପା’ର ହିରୋଇନ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ। ତେବେ ରଶ୍ମିକାଙ୍କ ଦୁଇଟି ବଲିଉଡ୍‌ ‘ଫିଲ୍ମ ମିଶନ ମଜ୍ନୁ’ ଏବଂ ‘ଗୁଡ୍‌ ବାଏ’...

ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ର ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ସାଗରଙ୍କ ଅନେକ...

ସାଙ୍ଗମାନଙ୍କ ସହ ଭାଇରାଲ ହେଉଛି ସାମନ୍ଥାଙ୍କ ଫଟୋ

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ଶେୟାର...

କେବଳ ଏହି କାରଣ ପାଇଁ ଭାଇଜାନ୍‌ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …

ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ...

ଏକ୍ସ ବୟଫ୍ରେଣ୍ଡଙ୍କୁ ବିବାହ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହ ଚଳିତମାସ ୯ ତାରିଖରେ ଜୟପୁରରେ ହେବ। ବିବାହ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି।...

୩ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ବିବାହ ପୂର୍ବରୁ ମା’ ହୋଇଥିଲେ ଗର୍ଲଫ୍ରେଣ୍ଡ

ସାଉଥ ସିନେମାର ପାୱାର ଷ୍ଟାର ଚିରଞ୍ଜୀବୀଙ୍କ ଭାଇ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ୫୦ ବର୍ଷ ବୟସ ହୋଇଛି। ସେ ସେପ୍ଟେମ୍ବର ୨, ୧୯୭୧ ରେ...

ମୁହଁ ଖୋଲିଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ସମ୍ପର୍କକୁ ନେଇ ବେଶ୍‌ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି।...

Advertisement
Archives

Model This Week