ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି ଜେନା ଶନିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଗ୍ରୀନ ଷ୍ଟିକର ଲାଗିବ । ଏହି ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ। ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ।
ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି। ୨୦୧୯ ରେ ଯେଉଁ ଫାଇନ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ ବୋଲି କହିଛନ୍ତି। ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି।

ସମୟ ସୀମା ୧ ମାସ ବୃଦ୍ଧି କରାଯାଇଛି। ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବୃଆରି ୨୦୨୬ ରୁ ଆରମ୍ଭ ହେବ।

ପୂର୍ବରୁ ଜାନୁଆରୀ ୧ ତାରିଖରୁ ଯାଞ୍ଚ ହେବା ନେଇ ଘୋଷଣା କରାଯାଇଥିବା ବେଳେ ପଲ୍ୟୁଶନ ସାର୍ଟିଫିକେଟ କରିବା ନେଇ ଲୋକଙ୍କ ଗହଳି ଦେଖାଯାଇଥିଲା । ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ପରିବହନ ମନ୍ତ୍ରୀ ଏକ ମାସର ମହଲତ ଘୋଷଣା କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

ସଙ୍କଟ ମଧ୍ୟରେ ଭାରତ ପାଇଁ ଆସିଲା ଖୁସି ଖବର: ହର୍ମୁଜରେ…

ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି। LPG ଟ୍ୟାଙ୍କର୍‌ MV ସନ୍‌ସାଇନ ହର୍ମୁଜ ପ୍ରଣାଳୀ ପାର କରି…

ଇତିହାସ ରଚିଲେ ବିରାଟ କୋହଲି: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ହାସଲ କଲେ ଏମିତି କାରନାମା

ରାୟପୁର,୧୪।୫: ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ କରାଇଥିଲେ। ଏହି ଶତକ ସହିତ କୋହଲି…

ସଙ୍କଟ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ବିଶ୍ୱକୁ ଚିନି ଯୋଗାଣ ବନ୍ଦ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ସରକାର ଦେଶର ଚିନି ଯୋଗାଣ ବଜାୟ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏକ ବିଜ୍ଞପ୍ତି ଜାରି କରି ସରକାର ତୁରନ୍ତ ଚିନି…

ପୁରୁଷବନ୍ଧୁଙ୍କ ରୁମ୍‌କୁ ଯାଇଥିଲେ ଇଞ୍ଜିନିୟରିଂ ଛାତ୍ରୀ: ୪ ଜଣ ମିଶି କଲେ ଗଣବଳାତ୍କାର, ତା’ପରେ ଯାହା ଘଟିଲା…

ଭୁବନେଶ୍ବର/ ଯାଁଳା,୧୪।୫, (ପ୍ରସନଜିତ୍‌ ସାହୁ/ବୁଲା ବାରିକ):ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ କଲେଜରେ ପଢ଼ୁଥିବା…

ଏହି ଦେଶକୁ ଆମେରିକାର ୫୧ତମ ରାଜ୍ୟ ଦର୍ଶାଇଲେ ଟ୍ରମ୍ପ୍‌: ସାରା ବିଶ୍ୱରେ ହଲଚଲ

ୱାଶିଂଟନ, ୧୪ା୫:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଚାଇନା ଗସ୍ତରେ ଥିବା ସମୟରେ…

ସ୍କଟ୍‌ଲାଣ୍ଡରେ ୫,୦୦୦ ବର୍ଷର କୃତ୍ରିମ ଦ୍ୱୀପ ଆବିଷ୍କୃତ

ଏଡିନବର୍ଗ, ୧୪ା୫:ସ୍କଟ୍‌ଲାଣ୍ଡରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ରହସ୍ୟମୟ କୃତ୍ରିମ ଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ପ୍ରାଗୈତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri