Posted inଜାତୀୟ

ବନ୍ୟା ବୈଠକରେ ଶୋଇପଡ଼ିଲେ ମନ୍ତ୍ରୀ, କଂଗ୍ରେସ କଲା କଟାକ୍ଷ…

ବେଙ୍ଗାଲୁରୁ, ୬।୯ : ପ୍ରବଳ ବର୍ଷା ଯୋଗୁ କର୍ନାଟକରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏଥି ସହିତ ରାଜଧାନୀ ବେଙ୍ଗାଲୁରୁର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଏଠାରେ ଲୋକେ ଯାତାୟାତ ପାଇଁ ଟ୍ରାକ୍ଟର ବ୍ୟବହାର କରିବାକୁ ପଡୁଛି। ସେଥିପାଇଁ ଟ୍ରାକ୍ଟର ଡ୍ରାଇଭରଙ୍କୁ ଭଡ଼ା ଦେବାକୁ ପଡୁଛି। ବନ୍ୟାକୁ ନେଇ ଶାସକ ଭାଜପା ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ତୀବ୍ର ହୋଇଛି। ଏହି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବୋମ୍ମାଇ କଂଗ୍ରେସକୁ ଦାୟୀ କରିଥିବାବେଳେ କର୍ନାଟକ କଂଗ୍ରେସର ଟୁଇଟର ହ୍ୟାଣ୍ଡେଲରେ ମନ୍ତ୍ରୀ ଆର ଅଶୋକାଙ୍କ ଫଟୋ ଶେୟାର କରି ଭାଜପା ସରକାରଙ୍କୁ କଟାକ୍ଷ କରାଯାଇଛି। କଂଗ୍ରେସ କହିଛି ଯେ ବନ୍ୟା ସଙ୍କଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବାବେଳେ ଆର ଅଶୋକା ନିଦରେ ଶୋଇ ପଡ଼ିଛନ୍ତି।

କଂଗ୍ରେସ ପକ୍ଷରୁ ଶେୟାର କରାଯାଇଥିବା ଦୁଇଟି ଫଟୋରେ ଆର ଅଶୋକା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ଚେୟାରରେ ବସିଛନ୍ତି ଏବଂ ତାଙ୍କ ଆଖି ବନ୍ଦ ରହିଛି। ସେ ଶୋଇଥିବା ପରି ଦେଖାଯାଉଛନ୍ତି। ତଥାପି ଏହାର କୌଣସି ନିଶ୍ଚିତତା ନାହିଁ। ଫଟୋ ଶେୟାର କରିବାବେଳେ କଂଗ୍ରେସ କନ୍ନଡରେ ଲେଖିଛି ଯେ ବୁଡ଼ିଯିବା ଅନେକ ପ୍ରକାରର। ରାଜ୍ୟବାସୀ ବର୍ଷାରେ ବୁଡ଼ି ଯାଉଛନ୍ତି ଏବଂ ମନ୍ତ୍ରୀ ଶୋଇପଡିଛନ୍ତି। ବନ୍ୟାରେ ରାଜ୍ୟ ବୁଡୁଛି, ମନ୍ତ୍ରୀ ନିଦର ଆନନ୍ଦ ନେଉଛନ୍ତି। ସୋମବାର ଆର ଅଶୋକା ମଧ୍ୟ ଏହି ବୈଠକର ଫଟୋ ଟୁଇଟରରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ସାର-ବିହନ ବିକ୍ରି ଅନିୟମିତତା: ୯ ଡିଲରଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ…

ଆଜି ୮ ଜିଲାରେ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ନିଷ୍ପତ୍ତି

ଭୁବନେଶ୍ୱର,୨୯।୭: ଆଜି ୮ ଜିଲାରେ ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି ବନ୍ଦ।ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ୮ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ । ଭଦ୍ରକ, କେନ୍ଦୁଝର, ଯାଜପୁର,…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri