Posted inଜାତୀୟ

ବନ୍ୟା ବୈଠକରେ ଶୋଇପଡ଼ିଲେ ମନ୍ତ୍ରୀ, କଂଗ୍ରେସ କଲା କଟାକ୍ଷ…

ବେଙ୍ଗାଲୁରୁ, ୬।୯ : ପ୍ରବଳ ବର୍ଷା ଯୋଗୁ କର୍ନାଟକରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏଥି ସହିତ ରାଜଧାନୀ ବେଙ୍ଗାଲୁରୁର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଏଠାରେ ଲୋକେ ଯାତାୟାତ ପାଇଁ ଟ୍ରାକ୍ଟର ବ୍ୟବହାର କରିବାକୁ ପଡୁଛି। ସେଥିପାଇଁ ଟ୍ରାକ୍ଟର ଡ୍ରାଇଭରଙ୍କୁ ଭଡ଼ା ଦେବାକୁ ପଡୁଛି। ବନ୍ୟାକୁ ନେଇ ଶାସକ ଭାଜପା ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ତୀବ୍ର ହୋଇଛି। ଏହି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବୋମ୍ମାଇ କଂଗ୍ରେସକୁ ଦାୟୀ କରିଥିବାବେଳେ କର୍ନାଟକ କଂଗ୍ରେସର ଟୁଇଟର ହ୍ୟାଣ୍ଡେଲରେ ମନ୍ତ୍ରୀ ଆର ଅଶୋକାଙ୍କ ଫଟୋ ଶେୟାର କରି ଭାଜପା ସରକାରଙ୍କୁ କଟାକ୍ଷ କରାଯାଇଛି। କଂଗ୍ରେସ କହିଛି ଯେ ବନ୍ୟା ସଙ୍କଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବାବେଳେ ଆର ଅଶୋକା ନିଦରେ ଶୋଇ ପଡ଼ିଛନ୍ତି।

କଂଗ୍ରେସ ପକ୍ଷରୁ ଶେୟାର କରାଯାଇଥିବା ଦୁଇଟି ଫଟୋରେ ଆର ଅଶୋକା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ଚେୟାରରେ ବସିଛନ୍ତି ଏବଂ ତାଙ୍କ ଆଖି ବନ୍ଦ ରହିଛି। ସେ ଶୋଇଥିବା ପରି ଦେଖାଯାଉଛନ୍ତି। ତଥାପି ଏହାର କୌଣସି ନିଶ୍ଚିତତା ନାହିଁ। ଫଟୋ ଶେୟାର କରିବାବେଳେ କଂଗ୍ରେସ କନ୍ନଡରେ ଲେଖିଛି ଯେ ବୁଡ଼ିଯିବା ଅନେକ ପ୍ରକାରର। ରାଜ୍ୟବାସୀ ବର୍ଷାରେ ବୁଡ଼ି ଯାଉଛନ୍ତି ଏବଂ ମନ୍ତ୍ରୀ ଶୋଇପଡିଛନ୍ତି। ବନ୍ୟାରେ ରାଜ୍ୟ ବୁଡୁଛି, ମନ୍ତ୍ରୀ ନିଦର ଆନନ୍ଦ ନେଉଛନ୍ତି। ସୋମବାର ଆର ଅଶୋକା ମଧ୍ୟ ଏହି ବୈଠକର ଫଟୋ ଟୁଇଟରରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଏଲଆଇପି ସମର୍ଥକ ମୁହାଁମୁହିଁ

ଚଣ୍ଡିଗଡ଼,୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ଇତିମଧ୍ୟରେ ସୋମବାର ରାତିରେ ଆତ୍ମ ନଗର...

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର...

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ୧୪ ମୃତ

ଜଳପାଇଗୁଡ଼ି, ୨୦।୧: ଘନ କୁହୁଡ଼ି ଯୋଗୁ ରାସ୍ତା ନ ଦେଖା ଯିବାରୁ ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଏକାଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୪...

ଇଚ୍ଛା ବିରୋଧରେ କାହାକୁୁ ଦିଆଯିବନାହିଁ କରୋନା ଟିକା: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କି କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ତାଙ୍କୁ କରୋନା ଟିକା ଦିଆଯାଇ ପାରିବ ନାହିଁ । ଭିନ୍ନକ୍ଷମମାନଙ୍କ...

ସଂସଦ ଭବନର ଶିଳାନ୍ୟାସ କଲେ ମୋଦି: ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି...

ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକ୍‌ା

ପ୍ରୟାଗରାଜ,୩।୮: ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକ୍‌ା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ସର୍ଭେ ପାଇଁ ରୋକିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି,...

Advertisement
Archives

Model This Week