୧୧ ହଜାର ଜାଲ୍‌ ନୋଟ ଜବତ

ଆନନ୍ଦପୁର,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବିରିଡିହା ବଦାରରୁ ମଙ୍ଗଳବାର ଜାଲ ନୋଟ ଜବତ ହୋଇଛି । ଜଣେ ବୃଦ୍ଧଙ୍କ ଠାରୁ ୨୦୦ ଓ ୧୦୦ ଟଙ୍କିଆର ମୋଟ ୧୧ ହଜାର ଜାଲ ନୋଟ ଜବତ କରାଯାଇଛି।
ଆନନ୍ଦପୁର ବଜାରରେ ଥିବା କ୍ଷୀରୋଦ ଭେରାଇଟି ଷ୍ଟୋରରୁ ଉକ୍ତ ବୃଦ୍ଧ ଜଣକ ଥଣ୍ଡା ପାନୀୟ ସହ କିଛି ସାମଗ୍ରୀ କିଣିଥିଲେ । ଦୋକାନ ମାଲିକ ଅନୁପସ୍ଥିତିରେ ଦେକାନ କର୍ମଚାରୀ ସାମଗ୍ରୀ ଦେବାପରେ ବୃଦ୍ଧ ଜଣକ ଏକ ୧୦୦ ଟଙ୍କିଆ ନୋଟ ଦେଇଥିଲେ। ଏହି ସମୟରେ ଦୋକାନ ମାଲିକ ପହଁଞ୍ଚି ୧୦୦ ଟଙ୍କିଆଟି ଏକ ଜାଲ ନୋଟ ଜାଣିପାରି ସମ୍ପୃକ୍ତ ବୃଦ୍ଧଙ୍କୁ ଅଟକାଇଥିଲେ । ଜାଲ ନେଟ ବାବଦରେ ପଚାରିବାରୁ ସେ ଓଲଟା ଯୁକ୍ତି ତର୍କ କରିଥିଲେ। ଏହି ସମୟରେ ବଜାରରେ ଉପସ୍ଥିତ ଲୋକେ ଏକାଠି ହୋଇ ତଲାସି କରିବାରୁ ତାଙ୍କ ନିକଟରୁ ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ଜାଲ ନୋଟର ବଣ୍ଡଲ ମିଳିଥିଲା । ଯାହାର ପରିମାଣ ମୋଟ ୧୧ହହଜାର ଟଙ୍କା ବେଲି ଜଣାପଡିଛି । ସମ୍ପୃକ୍ତ ବୃଦ୍ଧ ସ୍ଥାନିୟ କଣ୍ଟିପାଳ ଗ୍ରାମର ବୋଲି ଜଣାପଡିଛି । ସ୍ଥାନିୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଦିବ୍ୟାଙ୍ଗ ସାର୍ଟିଫିକେଟ୍ ନାଁରେ ଚାଲିଛି ମୋଟା ଅଙ୍କର ଠକେଇ! ଶିବିରରେ ଉତ୍ତେଜନା

ହାଟଡ଼ିହୀ/ଛେନାପଦୀ,୧୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ ଦେଖାଯାଇଥିଲା। ଅଧିକ ପ୍ରତିଶତର…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?