ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା

ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ପରିଦର୍ଶନ କରି ନ ଥିଲେ। ସୋମବାର ମନ୍ତ୍ରୀ ଦିବ୍ୟଶଙ୍କର ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟରେ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ସୋମବାର କେଗାଁଠାରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ଗସ୍ତକୁ ବିରୋଧ କରିଥିଲେ।

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିବା ପାଇଁ କେଗାଁଠାରେ ପ୍ରସ୍ତୁତ ହୋଇ ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସ ସେମାନଙ୍କୁ ଆଗୁଆ କେଗାଁ ଥାନାକୁ ଆଣି ଅଟକ ରଖିଥିଲା । ତଥାପି କେଗାଁ ଥାନା ମୁଖ୍ୟ ରାସ୍ତା କଡରେ ଥିବାରୁ ଥାନା ଗେଟ ସମ୍ମୁଖକୁ ଚାଳିଆସି ଅଟକ ରହିଥିବା କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡ଼ି ଅତିକ୍ରମ କଲାବେଳେ କଳାପତାକା ଦେଖାଇଥିଲେ । କଳାପତାକା ପ୍ରଦର୍ଶନରେ କଂଗ୍ରେସ ଜିଲା ଯୁବ ସଭାପତି ସାଉଲ ମଙ୍ଗରାଜ, ବ୍ଲକ କାର୍ଯ୍ୟକାରୀ ସଭାପତି ନଉକେଶ୍ବର ପୁଟେଲ, ମଣ୍ଟୁ ସାହୁ, ଡାକେ ଲହଜଲ, ଶରତ ଭୋଇ, ଲମ୍ବୁ ଜାଲଙ୍କ ସହ ଅନ୍ୟ କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଠରନଳା ପୁରୁଣା ବ୍ରିଜ୍‌ରେ ବାଇକ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୨୨।୧୨:ଅଠରନଳା ପୁରୁଣା ବ୍ରିଜ୍‌ ଉପରେ ଦୁଇଚକିଆ ଯାନ ଚଳାଚଳ ବନ୍ଦ ରହିବ। ଏ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର...

ମୟୂରଭଞ୍ଜର ୭ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଲା ପ୍ରଶାସନ

ବୌଦ୍ଧ,୧୬।୫ (ସ୍ବ.ପ୍ର.): ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରହି କାମଧନ୍ଦା...

୧୦୨୬ ହୋମ୍‌ ଆଇସୋଲେଶନରେ, ୯୫ ଜଣଙ୍କ ୧୪ଦିନ ପୂରିଲା

ଶେରଗଡ଼,୨୯ା୩(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ୨୨ ପଞ୍ଚୟତରେ ୧୧୧୬ ଜଣ ବାହାରୁ ଗଁାକୁ ଫେରିଥିଲେ। ସେମାନଙ୍କୁ ନିଜନିଜ ଘରେ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କ ଘର ଆଗରେ କରୋନା...

ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଅଗ୍ନିକାଣ୍ଡ: ଜଳିଗଲା ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ

ମାଲକାନଗିରି, ୨୮।୬(ସ୍ବ.ପ୍ର.): ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସ...

ଜଙ୍ଗଲରୁ କାଠ ଆସିଲେ ଚୁଲି ଉପରେ ହାଣ୍ଡି ବସେ

ମହାକାଳପଡ଼ା,୩୦ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତ ଆଦିବାସୀ ଶବରପଡ଼ା ଗ୍ରାମବାସୀଙ୍କ ଜୀବନ ଅଧିକାଂଶ ସମୟ ଜଙ୍ଗଲ ଭିତରେ ହିଁ କଟେ।...

ଷ୍ଟେଶନରୁ ପିଲା ଚୋରି ଘଟଣା:  ଉଦ୍ଧାର ଶିଶୁ ମା’ଙ୍କୁ ହସ୍ତାନ୍ତର

ବାଲେଶ୍ୱର ଅଫିସ, ୧୨।୧୦- ବାଲେଶ୍ୱର ରେଳଷ୍ଟେଶନର ୧ ନଂ. ପ୍ଲାଟଫର୍ମରୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ମା’ କୋଳରେ ଶୋଇଥିବା ଏକ...

ସମ୍ବଲପୁରରେ ବନ୍ଦ ପାଳନ

ସମ୍ବଲପୁର,୫।୨(ବ୍ୟୁରୋ): ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଓକିଲ ସଂଘ ସମୁହ କେନ୍ଦ୍ରୀୟ...

ମାଲକାନଗିରି ଜିଲାରେ ପୁଷ୍ଟିହୀନତା ସମସ୍ୟା:ପ୍ରତି ଜିଲାରେ ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ

କଟକ ଅଫିସ,୧୭।୧୨: ଅପପୁଷ୍ଟିକୁ ରୋକିବା ପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି। ମାତ୍ର ଏହାର ପ୍ରଭାବ ମାଲକାନଗିରି ଜିଲାରେ ପଡୁନାହିଁ। ଉକ୍ତ ଜିଲାରେ ବହୁ ସଂଖ୍ୟକ...

Advertisement
Archives

Model This Week