ମେଗା ବଦଳରେ ମିନି ଷ୍ଟିଲ୍‌ ପ୍ଲାଣ୍ଟ

କେନ୍ଦୁଝର, ୧୧।୭(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲାର ବଡବିଲ ତହସିଲ ଅନ୍ତର୍ଗତ କାରାଖେଣ୍ଡରାଠାରେ ଥିବା ରୁଙ୍ଗ୍‌ଟା ମାଇନ୍ସର ପୁର୍ବରୁ ଅବସ୍ଥିତ ଏକ ସ୍ପଞ୍ଜ ଆଇରନ କାରଖାନାକୁ ଷ୍ଟିଲ୍‌ ପ୍ଲାଣ୍ଟରେ ପରିଣତ କରିବା ପାଇଁ ଗତ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜିଲାରେ ଏକ ମେଗା ଇସ୍ପାତ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ଦୀର୍ଘ ବହୁ ବର୍ଷ ଧରି ବିଭିନ୍ନ ସଂସ୍ଥା ଓ ଦଳ ପକ୍ଷରୁ ଆନ୍ଦୋଳନ ହୋଇ ଆସୁଥିଲା। ଜିଲାର ଖଣିଜ ସମ୍ପଦର ସୁବିନିଯୋଗ ପାଇଁ ମେଗା ଷ୍ଟିଲ୍‌ପ୍ଲାଣ୍ଟର ଆବଶ୍ୟକତା ରହିଥିବାବେଳେ ଏଠାରେ କାରଖାନା ନ କରି ଅନ୍ୟ ଜିଲା ଓ ରାଜ୍ୟରେ ଖଣି ସଂସ୍ଥାଗୁଡ଼ିକ ଇସ୍ପାତ କାରଖାନା କରିଛନ୍ତି। ଧୂଳିଧୂଆଁ ପ୍ରଦୂଷିତ ଛୋଟ ଛୋଟ ସ୍ପଞ୍ଜ କାରଖାନା ସ୍ଥାପନା ହେବା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିନାହିଁ ବରଂ ପ୍ରଦୂଷଣର ମାତ୍ରା ବଢିଛି।
ଏ ନେଇ ଆନ୍ଦୋଳନ ପରେ ଜିଲାରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୧୦ ମିଲିୟନ ଟନ୍‌ରୁ ଉର୍ଦ୍ଧ୍ୱ ଆର୍ସେଲର ମିତ୍ତଲ, ଉତ୍ତମ ଗାଲ୍‌ଭା ଓ ଷ୍ଟେରଲାଇଟ ସହ ଏମ୍‌ଓୟୁ ଦସ୍ତଖତ କରିଥିଲେ। କିନ୍ତୁ ସେ ସବୁ ସଂସ୍ଥା ମେଗା ଇସ୍ପାତ କାରଖାନା ନ କରି ଫେରିଗଲେ। ଏବେ ମିତ୍ତଲ,ଜେଏସ୍‌ଡ୍ଲ୍ୟୁ ଭଳି ବଡ଼ ବଡ଼ ସଂସ୍ଥା ଏକାଧିକ ଖଣି ପାଇଥିବାବେଳେ ସେମାନଙ୍କୁ ମେଗା ଷ୍ଟିଲ୍‌ ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ କୁହା ନ ଯିବା ଏବଂ ରୁଙ୍ଗ୍‌ଟା ଭଳି କମ୍ପାନୀ ସହିତ ଏମ୍‌ଓୟୁ କରି ଏକ ୩ ମିଲିୟନ ଟନ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିବା ମେଗା ଇସ୍ପାତ କାରଖାନା ଦାବି ଅପୂରଣୀୟ ହୋଇ ରହିବ।
କେନ୍ଦୁଝର ଜିଲାର ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା ରୁଙ୍ଗ୍‌ଟା ମାଇନ୍ସ ଏହି କାରାଖେଣ୍ଡରାରେ ୭୯୨୦କୋଟି ଟଙ୍କା ବ୍ୟୟରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଯେଉଁଥିରେ ୫,୨୩୪ ଜଣ ନିଯୁକ୍ତି ପାଇପାରିବେ ବୋଲି କୁହାଯାଉଛି ା ମାତ୍ର ଏହି କମ୍ପାନୀ ଢେଙ୍କାନାଳଠାରେ ୧୧ହଜାର କୋଟି ଟଙ୍କାରେ ଏକ ବଡ କାରଖାନା, କେନ୍ଦୁଝର ଜିଲାରୁ ଉନ୍ନତମାନର ଲୁହାପଥର ନେଉଥିବା ଟାଟା କମ୍ପାନୀ ଯାଜପୁରରେ ୪୭,୫୯୯ କୋଟି ଟଙ୍କାରେ ଓ ଏଠାରୁ ଲୁହାପଥର ନେଉଥିବା ଜିନ୍ଦଲ ଅନୁଗୋଳ ଜିଲାରେ ୨୪,୬୫୨କୋଟି ଟଙ୍କା ବ୍ୟୟରେ, ସମ୍ବଲପୁରଠାରେ ଭୂଷଣ ୫୫ହଜାର କୋଟି ଟଙ୍କାର କାରଖାନା କରୁଥବା ଜଣାପଡିଛି। ମାତ୍ର କେନ୍ଦୁଝର ଜିଲା ପାଇଁ ଷ୍ଟିଲ ପ୍ଲାଣ୍ଟ ଘୋଷଣା ଉପହାସ ବୋଲି ଆଲୋଚନା ହେଉଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ ପଚାରିବାରୁ ରୁଙ୍ଗ୍‌ଟା କମ୍ପାନୀ ବର୍ତ୍ତମାନ ଛୋଟ କରି ପ୍ଲାଣ୍ଟ କରୁଛି ପରବର୍ତ୍ତୀ ସମୟରେ ଏହି କମ୍ପାନୀ ବଡ଼ ଆକାରରେ ହେବ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ମଧ୍ୟ ଛୋଟରୁ ବଡ଼ ହୋଇଛି। ଏହି ସମୟରେ କାରଖାନା ହେବା ଜିଲାବାସୀଙ୍କ ପାଇଁ ଶୁଭସଙ୍କେତ ବୋଲି ସେ କହିଛନ୍ତି। ତେବେ ରୁଙ୍ଗ୍‌ଟା ଭଳି ସଂସ୍ଥା ଦ୍ୱାରା ପ୍ଲାଣ୍ଟ କରାଯିବା କେତେଦୂର ଯୁକ୍ତି ସଙ୍ଗତ ବୋଲି ଜିଲା ପ୍ରେସ୍‌ କ୍ଲବର ଉପସଭାପତି ପ୍ରଦୀପ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?