ଖଣି କାର୍ଯ୍ୟାଳୟ ପଛ ପଟୁ ଖଣିଜ ଚୋରି

ଯୋଡ଼ା,୧୬।୫ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ପଛ ପଟୁ ଯୋଡ଼ା ପୋଲିସ ମାଙ୍ଗାନିଜ ଖଣିଜ ସହିତ ବୋଝେଇ ହୋଇଥିବା ଏକ ବୋଲେରୋକୁ ଜବତ କରିଛି।
ସୂଚନା ଅନୁଯାୟୀ, ଯୋଡ଼ା ଖଣି ଉପନିଦ୍ଦେର୍ର୍ଶାଳୟ କାର୍ଯାଳୟଠାରୁ ୧୦୦ ମିଟର ଦୂରରେ ଥିବା ନେପାଳୀ ବସ୍ତିରେ ରବିବାର ଭୋର ୩ ଟାବେଳେ ଏକ ବୋଲେରୋ ଠିଆ ହେଉଥିବା ଦେଖି ବସ୍ତୀବାସୀନ୍ଦା ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ପହଞ୍ଚି ମାଙ୍ଗାନିଜ ବୋଝେଇ ଏକ ବୋଲେରୋକୁ ଜବତ କରିଥିଲା। ବିଭାଗ ପକ୍ଷରୁ ଖଣି ଅଧିକାରୀ ଦେବେନ୍ଦ୍ର ନାଥ ଦଳେଇ ସନ୍ଧ୍ୟା ସମୟରେ ଥାନାକୁ ଆସି ଖଣିଜର ଯାଞ୍ଚ କରିଥିଲେ। ଉକ୍ତ ଗାଡ଼ିରେ ପ୍ରାୟ ୫୦ କୁଇଣ୍ଟାଲ ଉନ୍ନତ ଧରଣର ମାଙ୍ଗାନିଜ ଥିବା କହିଛନ୍ତି। ଏନେଇ ଏକ ମାମଲା(ନଂ.୮୪/୨୦୨୨) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଯୋଡ଼ା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ତେଣେ ଖଣି କାର୍ଯ୍ୟାଳୟ ପଛପଟୁ ବିପୁଳ ପରିମାଣର ମାଙ୍ଗାନିଜ ଚାଲାଣ ହେବା ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣି ବିଭାଗ ପାଖରେ ଷ୍ଟେଟ ଲେବଲ ଏନଫୋର୍ସମେଣ୍ଟ ସ୍କ୍ବାଡ, ଡିିଷ୍ଟ୍ରିକ୍ଟ ଲେବଲ ଟାସ୍କ ଫୋର୍ସ, ଯୋଡ଼ା ଖଣି ବିଭାଗ ଟିମ୍‌ ଥାଇ ମଧ୍ୟ ସରକାରୀ କାର୍ଯ୍ୟାଳୟ ପଛ ପଟୁ କିପରି ଚୋରି ସମ୍ଭବ ତାହା ଚର୍ଚ୍ଚାର ବିଷୟ। ତେବେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଖଣି ଉପ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଜବତ ହୋଇ ପଡ଼ିଥିବା ମାଙ୍ଗାନିଜ ପଥରକୁ ଅଖାରେ ଭର୍ତ୍ତି କରି ସେଠାରୁ ଚୋରି କରି ନିଆଯାଉଛି। ଏହାର ଅଧିକ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri