କୁଶେଇ ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ଗଛ ଚାରା: ତଦନ୍ତ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

କେନ୍ଦୁଝର, ୨୫।୮(ସ୍ବ.ପ୍ର.): ସରକାର ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଚାରା ସୃଷ୍ଟି କରିବା ପାଇଁ ନର୍ସରି ତିଆରି କରିଛନ୍ତି। ମାତ୍ର ଜଙ୍ଗଲ ବିଭାଗର ଅବହେଳା ଓ ବ୍ୟାପକ ଦୁର୍ନୀତି ଯୋଗୁ ଉକ୍ତ ଯୋଜନାଗୁଡିକର ସଫଳ ରୂପାୟନ ହୋଇ ପାରୁ ନାହିଁ ବୋଲି ଅଭିଯୋଗ ହୋଇଆସୁଛି। ଅନେକ ସମୟରେ ଚାରା ନଷ୍ଟ ହେଉଛି। କେନ୍ଦୁଝର ଜିଲା ଦୈତାରି ରେଞ୍ଜର ରେବଣାପଳାଶପାଳ ନିକଟସ୍ଥ କୁଶେଇ ନଦୀରେ ବହୁ ସଂଖ୍ୟାରେ ଚାରା ଭାସୁଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ଅଧିକାଂଶ ଚାରା ପାଣିର ସ୍ରୋତରେ ଭାସି ଯାଇଥିବା ବେଳେ ଆଉକିଛି ଚାରା ନଦୀ କୂଳରେ ଭାସୁଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ଚାରା ରୋପଣ ନିମନ୍ତେ ଅନେକ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ମୂଲ୍ୟବାନ ଗଛର ଚାରାଗୁଡିକୁ ୩ଦିନ ପୂର୍ବେ କୁଶେଇ ସେତୁ ନିକଟସ୍ଥ ନଦୀରେ ପକାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମୂଲ୍ୟବାନ ଗଛ ଯେପରି ପିଆଶାଳ, ଶାଗୁଆନ, ଚାଖୁଣ୍ଡା, ଶିଶୁ, ଅଁଳା, ଲିମ୍ବ, ବରଡ଼ା, କାଜୁ ଭଳି ବିଭିନ୍ନ ପ୍ରକାରର ଲକ୍ଷାଧିକ ଟଙ୍କାର ହଜାର ହଜାର ଚାରା ବ୍ୟବହାର ନ କରି ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହେଉଛି। ଏଣୁ ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଲୋକମାନଙ୍କୁ ଚାରା ଦେବା ପାଇଁ ବିଭାଗ ଏତେ ନିୟମ ପାଳନ କରୁଥିବା ବେଳେ ରାଜସ୍ବ ପାଣ୍ଠିରୁ ଲକ୍ଷାଧିକ ଟଙ୍କାର ଚାରା କେଉଁ କାରଣରୁ ରୋପଣ ବଦଳରେ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟିଦେଇ ଯଥାଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ନିୟମ ଭାଙ୍ଗିଲେ ନାବାଳକ: ୬ହଜାର ଜରିମାନା ଦେଲେ ବାପା

କଟକ ଅଫିସ,୨।୧୨:  ପୁଣି ଥରେ ଆରମ୍ଭ ହୋଇଛି ସଂଶୋଧିତ ମୋଟର ଯାନ ଆଇନର ୧୦ଟି ନିୟମ। ଏ ନେଇ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି।...

୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ

ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍‌ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୪ଜଣ...

ଅକ୍ଟୋବର ୨ରୁ ପ୍ଲାଷ୍ଟିକ ବ୍ୟାନ୍‌: ମନ୍ତ୍ରୀ

ଭୁବନେଶ୍ୱର, ୧୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍‌ ହେବ। ସହରାଞ୍ଚଳ ସମେତ ରାଜ୍ୟରେ ବ୍ୟାନ୍‌ ହେବ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌। ମଙ୍ଗଳବାର...

ଅଟୋ, ଟ୍ରକ୍‌ ଚାଳକଙ୍କ ପରିବାରରେ ଭାଳେଣି

ଭୁବନେଶ୍ୱର,୨।୪ (ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି। ଗାଡିମୋଟର ଚଳାଚଳ...

କଣ୍ଟ୍ରାକ୍ଟର ରନ୍ଥା ଅପହରଣ ମାମଲା: ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଇ ଗିରଫ

କେନ୍ଦ୍ରାପଡା ଅଫିସ, ୨୦।୬: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଲାଗିଛି ଆଉ ଏକ ଝଟକା। କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ...

ବାଇଗଣ ବୋଝେଇ ଗାଡିରୁ ୩ କୁଇଣ୍ଟାଲ ଗଞ୍ଜେଇ ମିଳିଲା

ଗୁଡଭେଲା,୧।୫(ଡି.ଏନ.ଏ.):କରୋନା ସମୟରେ ଖାଉଟି ସାମଗ୍ରୀ ପରିବହନ ପାଇଁ ଗାଡିମୋଟର ଉପରେ ରାଜ୍ୟ ସରକାର କଟକଣା କରି ନାହାନ୍ତି। ଏଣୁ ଖାଉଟି ସାମଗ୍ରୀ ବୋଝେଇ ଗାଡିର ଅପବ୍ୟବହାର...

ପଞ୍ଜୀକରଣ ପରେ ବି ପ୍ରବାସୀଙ୍କ ଫେରିବା ବାଟ ଫିଟୁନି: ଭୋକ ଉପାସରେ ପଡ଼ିରହିଛନ୍ତି ଆନ୍ଧ୍ରରେ

ବାଲିଗୁଡ଼ା,୨୧ା୫(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି...

ପୂଜାରେ ଭାଙ୍ଗିବ ପରମ୍ପରା

ଭୁବନ, ୧୯।୧୦ (ବିପିନ ବିହାରୀ ସେଠୀ) : ସ୍ଥିତି ସ୍ବାଭାବିକ ଥିଲେ ଏତେବେଳକୁ ଆରମ୍ଭ ହୋଇସାରନ୍ତାଣି ଗହଳଚହଳ। ମେଢ଼, ମୂର୍ତ୍ତି, ସାଜସଜ୍ଜା ପାଇଁ ଚାଲିଥାନ୍ତା ପ୍ରତିଯୋଗିତା। ବଳଦଙ୍କୁ...


Coronavirus Update

Archives

Model This Week

Why Dharitri