ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ

ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିଲା। ଫଳରେ ନୂତନ ଜଙ୍ଗଲ ସୃଷ୍ଟି ହେବା ସହ ଗ୍ରୀଷ୍ମଋତୁରେ ତାପମାତ୍ରା କମ୍‌ ରହୁଥିଲା। ବର୍ତ୍ତମାନ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ଖରାମାସରେ ତାପମାତ୍ରା ବଢିବାରେ ଲାଗିଛି। ଇସ୍ପାତ ସହର ଚତୁଃପାର୍ଶ୍ୱରେ ଥିବା ପାହାଡ଼ ତଳି ଅଞ୍ଚଳରେ ପ୍ରବଳ ଗଛ କଟାଯାଇ ଜବରଦଖଲ ହେଉଛି। ସେହିପରି ବୃକ୍ଷରୋପଣ ଯୋଜନା ମଧ୍ୟ ବିଫଳ ହେଉଛି। ଶୀତଳପଡ଼ା ଓ ଗୁରିଆଟୋଲି ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଛି। ଗତବର୍ଷ ଲଗାଯାଇଥିବା ଚାରା ଓ ବାଡ଼ ସେଠାରେ ନାହିଁ। ଏଭଳି ଭାବେ ପ୍ରତିବର୍ଷ ଲକ୍ଷ ଲକ୍ଷ ବୃକ୍ଷଚାରା ରୋପଣ କରାଯାଉଥିଲେ ମଧ୍ୟ ଜବରଦଖଲ ଯୋଗୁ ସେଗୁଡିକୁ ନଷ୍ଟ କରିଦିଆଯାଉଛି।
ସାମାଜିକ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି। ହେଲେ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ସେହି ଗଛଗୁଡିକ ନଷ୍ଟ ହୋଇଯାଉଛି। ସହରରେ ଜବରଦଖଲ ଯୋଗୁ ବୃକ୍ଷରାଜି ଓ ଛୋଟ ଛୋଟ ଗଛ ଗୁଡ଼ିକ ପଦା କରିଦିଆଯାଉଛି। ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କରାଯାଉଥିବା ସ୍ଥାନ ଗୁଡ଼ିକରେ ଗାଈଗୋରୁଙ୍କଠାରୁ ରକ୍ଷା ପାଇଁ ତାରବାଡ଼ ଓ ପାଚେରି ମଧ୍ୟ ଗାଏବ ହୋଇଯାଉଛି। ଗୁରିଆଟୋଲିର ତେଜରାତି ଦୋକାନୀ ରମେଶ ସାହୁ କହିଛନ୍ତି, ଗତବର୍ଷ ପ୍ରଶାସନ ଓ ଆର୍‌ଏସ୍‌ପି ପକ୍ଷରୁ ବ୍ୟାପକ ଚାରାରୋପଣ କରାଯାଇଥିଲା। ହେଲେ କିଛି ଲୋକ ଏହାକୁ ନଷ୍ଟ କରିବା ସହ ପାଚେରି ଓ ତାରବାଡ଼କୁ ମଧ୍ୟ ଚୋରି କରିନେଲେ। ଏ ସମ୍ପର୍କରେ ରାଉରକେଲା ବନଖଣ୍ଡ ଡିଏଫ୍‌ଓ ଯଶୋବନ୍ତ ସେଠୀ କୁହନ୍ତି, ପୂର୍ବବର୍ଷ ୯,୯୦,୦୦୦ ଚାରା ରୋପଣ କରାଯାଇଥିବା ବେଳେ ଚଳିତବର୍ଷ ଏହା ପ୍ରାୟ ୪,୧୭,୦୦୦କୁ ଖସି ଆସିଛି। ଶୀତଳପଡ଼ା ବସ୍ତି ନିକଟରେ ପ୍ରାୟ ୫୦ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଥିଲା। ହେଲେ ତାହା ପଦା ହୋଇଯାଇଛି। ସେହିପରି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ପୂର୍ବବର୍ଷ ୪୦,୦୦୦ ଚାରା ଲଗାଇବାକୁ ବରାଦ କରିଥିଲେ। ଚଳିତ ବର୍ଷ ଜାଗା ଅଭାବରୁ ୧୦ ହଜାରରେ ସୀମିତ ରହିଛି। ଜବରଦଖଲ ଯୋଗୁ ଗଛଗୁଡିକୁ ସୁରକ୍ଷିତ ରଖିବା କଷ୍ଟକର ହୋଇପଡ଼ୁଛି। ଜୁଲାଇ ୧ରୁ ବନ ମହୋତ୍ସବ ଆରମ୍ଭ ହୋଇଛି। ସାମାଜିକ ଅନୁଷ୍ଠାନ ଓ ସ୍କୁଲ କଲେଜ ଆଦିଙ୍କୁ ବହୁଳ ଗଛ ଲଗାଇ ଏହାର ଯତ୍ନ ନେବାକୁ ଆମେ କହୁଛୁ। ଲୋକଙ୍କୁ ସୁବିଧାରେ ଚାରା ପ୍ରଦାନ ପାଇଁ ବିଶ୍ରା ଓ ଡିଏଭି ଛକରେ ଚାରା ପ୍ରଦାନ କେନ୍ଦ୍ର ଖୋଲାଯାଇଛି। ଏହାସହ ଅତ୍ୟାଧୁନିକ କୌଶଳରେ ଚାରାକୁ ବନ ବିଭାଗ ଦ୍ୱାରା ତିଆରି ‘ଆପ୍‌’ ସାହାଯ୍ୟରେ ବରାଦ କରିବା ବ୍ୟବସ୍ଥା କରାଯାଉଛି ବୋଲି ସେଠୀ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ ରେଞ୍ଜ୍‌ ଅନ୍ତର୍ଗତ ମୁଣ୍ଡାଜୋର, ସେକ୍ଟର-୮ ଗ୍ରୀନ୍‌ପାର୍କ, କୁଦରବାହାଲ, ଲାଠିକଟା, ହାତୀବନ୍ଧା ନର୍ସରୀ ସମେତ ଛେଣ୍ଡ ନିକଟ ବାଗବୁଡ଼ି ରେଞ୍ଜ୍‌ ଅଫିସ କ୍ୟାମ୍ପସରେ ଚଳିତ ବର୍ଷ ୩,୬୪୦୦୦ ବିଭିନ୍ନ ଫଳ ଫୁଲ, ଔଷଧୀୟ ଚାରା ଉପଲବ୍ଧ ରହିଛି। ସେହିପରି କୁଆଁରମୁଣ୍ଡା ରେଞ୍ଜ୍‌ରେ ୩,୪୨,୦୦୦, ବିରମିତ୍ରପୁର ୨,୮୨୦୦୦, ରାଜଗାଙ୍ଗପୁର ୨,୯୦୦୦୦, ବିଶ୍ରା ୨,୫୨,୦୦୦ ଓ ବାଙ୍କି ରେଞ୍ଜ୍‌ରେ ୧,୮୦,୦୦୦ ଚାରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?