୨୦ ବର୍ଷରେ ଲକ୍ଷେ ଗଛ ବଳି

ଭଦ୍ରକ ଅଫିସ,୨୭।୮-ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଛି। ଏଣୁ ଚାରାରୋପଣ ଉପରେ ସମସ୍ତେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ସମୁଦ୍ର କୂଳଠାରୁ ରାସ୍ତାଘାଟ, ନଦୀ ନାଳ ପର୍ଯ୍ୟନ୍ତ ସବୁଠି ପରିବେଶ ସବୁଜିମା ହରାଇବାକୁ ବସିଛି। ଜିଲାରେ ୨୦୦୦ ପରଠାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନାମରେ ୨୦ ବର୍ଷ ମଧ୍ୟରେ ଲକ୍ଷାଧିକ ଗଛ ବଳି ପଡ଼ିଛି।
ପ୍ରଥମେ ଜିଲା ମଧ୍ୟ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥକୁ ୪ଲାଇନ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଗଛ କଟା ଆରମ୍ଭ ହୋଇଥିଲା। ସରକାରୀ ସୂଚନା ମୁତାବକ ଆଖୁଆପଦାଠାରୁ ରାଣୀତାଲ ପର୍ଯ୍ୟନ୍ତ ୪୦ କିଲୋମିଟର ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ପାର୍ଶ୍ୱରେ ଥିବା ଛୋଟ ଗଛ କଟାକୁ ବାଦ୍‌ ଦେଇ ୧୧,୨୪୦ଟି ବଡ଼ ଗଛ କଟାଯାଇଛି। କିନ୍ତୁ ୫୦ହଜାରରୁ ଅଧିକ ଗଛ କଟାଯାଇଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛି। ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ସଂସ୍କାର ଯୋଜନା ଅଧୀନରେ ଦୀର୍ଘ ୪୫ କି.ମି. ନଦୀକୁ ସଂସ୍କାର କରାଯାଇଥିଲା। ଫଳରେ ଉଭୟ ସାଳନ୍ଦୀ ଓ ନାଳିଆ ନଦୀ ପାର୍ଶ୍ୱ ବନ୍ଧରେ ଥିବା ୭,୪୧୧ଟି ବଡ଼ ଗଛକୁ ବେଆଇନ ଭାବେ କଟାଯାଇଥିଲା। ତେବେ ଏହି ଯୋଜନାରେ କେବଳ ବ୍ୟକ୍ତିଗତ ମାଲିକାନାରେ ଥିବା ଗଛଗୁଡ଼ିକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନ ହିସାବକୁ ବାଧ୍ୟ ହୋଇ ନେଇଥିଲା। ପ୍ରକୃତରେ ନଦୀ କୂଳରେ ଥିବା ୧ ଲକ୍ଷରୁ ଅଧିକ ଛୋଟ ବଡ଼ ଗଛ ସଫା କରି ଦିଆଯାଇଛି। ୨୦୦୯ରେ ରେବ ଓ କପାଳି ନଦୀର ସଂସ୍କାର ଯୋଜନା କାର୍ଯ୍ୟକାରୀ ସମୟରେ ମାତ୍ର ୧୬୯ ଗଛ କଟାଯାଇଥିବା ଭୂ-ଅର୍ଜନ କାର୍ଯ୍ୟାଳୟ ସୂଚନା ଦେଇଥିଲେ ମଧ୍ୟ ବାସ୍ତବରେ ଲକ୍ଷାଧିକ ଗଛ କଟାଯାଇଥିବା ଏକ ବେସରକାରୀ ସଂସ୍ଥାର ଆକଳନରୁ ଜଣାପଡ଼ିଛି। ସେହିପରି ୭ ବ୍ଲକ ଅଞ୍ଚଳରେ ଥିବା ୧୫୨ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଛୋଟ ବଡ଼ ମିଶାଇ ୬୦ ହଜାର, ଚାନ୍ଦବାଲି- ଭଦ୍ରକ ୫୨ କି.ମି. ଓ ଭଦ୍ରକ-ଆନନ୍ଦପୁର ୪୦ କି.ମି. ରାଜ୍ୟ ରାଜପଥ ସମ୍ପ୍ରସାରଣ ବେଳେ ୧୫,୬୪୦, ବୃହତ୍‌ ଧାମରା ବନ୍ଦର ପ୍ରତିଷ୍ଠା ପାଇଁ ସମୁଦ୍ର କୂଳରେ ଥିବା ହେନ୍ତାଳ ବଣଠାରୁ ଆରମ୍ଭ କରି ବ୍ୟକ୍ତିଗତ ମାଲିକାନାରେ ଥିବା ଶତାଧିକ ଗଛ କାଟି ସଫା କରାଯାଇଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ଧାମରା ଅଞ୍ଚଳରେ ମାତ୍ର ୨୨୩୦ ଗଛ କଟାଯାଇଥିବା ସ୍ବତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। କିନ୍ତୁ ପ୍ରକୃତରେ ଏଠାରେ ୫୦ ହଜାରରୁ ଅଧିକ ଛୋଟ ବଡ଼ ଗଛ କଟାଯାଇଛି। ୨୦୨୦ରେ ଭଦ୍ରକ ସହରରେ ରାସ୍ତା ସୌନ୍ଦର୍ଯ୍ୟକରଣ ନାମରେ ବେଆଇନ ଭାବେ ଛୋଟ ବଡ଼ ଗଛ କଟାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଜିଲାରେ ଉନ୍ନୟନ କାର୍ଯ୍ୟ ନିମନ୍ତେ ହଜାର ହଜାର ପୁରୁଣା ବୃକ୍ଷକୁ କାଟି ଦିଆଯାଇଛି। କିନ୍ତୁ ତାହାର ଭରଣା ଲାଗି ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆଯାଇପାରି ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜିଲା ବନ ବିଭାଗ ଅଧିକାରୀ ସାଧନା ବେହେରାଙ୍କୁ ପଚାରିବାରୁ କହିଛନ୍ତି, ୨୦୨୧ରେ ୧୦୪ କିଲୋମିଟର ବ୍ୟାସାର୍ଦ୍ଧରେ ଚାରାରୋପଣ କରାଯାଇଛି। ବ୍ଲକ ପ୍ରଶାସନ ମାଧ୍ୟମରେ ୨୬ ହେକ୍ଟର ଜାଗାରେ ଗଛ ଲଗାଯାଇଛି। କିନ୍ତୁ ଉନ୍ନୟନ କାର୍ଯ୍ୟ ପାଇଁ କଟାଯାଇଥିବା ସ୍ଥାନରେ ନୂଆ ଗଛ ଲଗାଯାଇ ପାରି ନ ଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟରେ ଆସିବେ ଆନ୍ନାକୋଣ୍ଡା, ନାଇହର୍ନ କୁମ୍ଭୀର, ଜିରାଫ

ନରାଜ,୨୩।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଅନେକ ନୂଆ ଅତିଥି ଆସିବେ। ସେଥିରୁ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କସ ଟ୍ରଷ୍ଟ ଚେନ୍ନାଇରୁ ଏକ...

ଖୋଲିପାରେ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ଷଷ୍ଠରୁ ଅଷ୍ଟମ...

ପ୍ରବାସୀଙ୍କୁ ଫେରିବାକୁ ଦିଅ: ନଚେତ୍‌ ସୃଷ୍ଟି ହୋଇପାରେ ମାନବୀୟ ସଙ୍କଟ

ଭୁବନେଶ୍ୱର,୧୦।୫(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶନିବାର ଏହି ଲକ୍‌ଡାଉନ୍‌କୁ ୪୬ ଦିନ ପୂରିଛି। ବିଭିନ୍ନ...

ଇଟାଲି ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୧୬।୩: କରୋନା ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ଘର କଟକରେ ହୋଇଥିବା ବେଳେ ସେ...

କୁମ୍ଭୀର ଉଦ୍ଧାର ଘଟଣା: ଡେପୁଟି ରେଞ୍ଜରଙ୍କ ସମେତ ୩ ନିଲମ୍ବିତ

ଦିଗପହଣ୍ଡି,୧୪ା୯(ଡି.ଏନ.ଏ)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗ୍ରାମ ଚାଷଜମିରୁ ଶନିବାର ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ...

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର ହେବ: ଗଜପତି

ରଥଯାତ୍ରା ବନ୍ଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ବିଶ୍ୱର କୋଣ ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଙ୍କ ହୃଦୟକୁ ବାଧିଥିବ, ଏହା ନିଶ୍ଚିତ ଦୁଃଖଦାୟକ। କିନ୍ତୁ...

ତତଲା ତାଓ୍ବାରେ ଓଡିଶା: ଆହୁରି ତତେଇବ, ୧୧ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ବାତ୍ୟା ପରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା...

ଭଦ୍ରକ କାଳୀ ପୂଜା: ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶ

ଭଦ୍ରକ ଅଫିସ, ୨ା୧୧- ଭଦ୍ରକର ଐତିହାସିକ କାଳୀପୂଜା ଗୁୁରୁବାର ଆରମ୍ଭ ହେବ। ଭଦ୍ରକ କାଳୀ ପୀଠରେ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବାକୁ ଥିବା...

Advertisement


Archives

Model This Week