Posted inଜାତୀୟ

ଆମେରିକା-ଇଟାଲୀ-ପାକିସ୍ତାନ-ଭାରତରେ ବାଦଲଫଟା ବର୍ଷା ଯୋଗୁ କୋଟିକୋଟି ଲୋକ ବେଘର…

ଓ୍ବାଶିଂଟନ/ରୋମ୍‌/ଇସଲାମାବାଦ/ନୂଆଦିଲ୍ଲୀ, ୧୮।୯ : ସମ୍ପ୍ରତି ବନ୍ୟା ପରିସ୍ଥିତିକୁ ନେଇ ପୃଥିବୀର କେତେକ ଦେଶରେ ସଙ୍କଟ ଜାରି ରହିଛି। ଆମେରିକା ଠାରୁ ଇଟାଲୀ, ପାକିସ୍ଥାନ ପର୍ଯ୍ୟନ୍ତ ତଥା ଭାରତରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବାଦଲ ଫଟା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କୋଟି କୋଟି ଲୋକ ବେଘର ହୋଇଯାଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ବହୁ ଲୋକ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି।

ଇଟାଲୀରେ ବନ୍ୟା ଯୋଗୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ଶୁକ୍ରବାର, ଇଟାଲୀର ମାର୍ଚେ ଅଞ୍ଚଳରେ ପ୍ରବଳ ବଜ୍ରପାତ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହାପରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଉଦ୍ଧାର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ନିଖୋଜଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ଏଥିସହିତ ବନ୍ୟା ଯୋଗ ଲୋକେ ଘର ଛାତ, ଗଛରେ ଚଢ଼ି ରହିଥିବାର ଦେଖିବାକୁ ମିଳିଛି। ରାଷ୍ଟ୍ରପତି ସର୍ଜିଓ ମଟରେଲା ଏବଂ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ବିବୃତ୍ତି ଜାରି କରି କହିଛନ୍ତି ଯେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା କରାଯିବା ସମେତ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ଲୋକଙ୍କ ପାଇଁ ଅସ୍ଥାୟୀ ଗୃହ ନର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏଥିସହିତ ସ୍ଥାନୀୟ ଲୋକ କହିଛନ୍ତି ଯେ ପ୍ରଶାସନ ଏବଂ ପାଣିପାଗ ବିଭାଗ ପକ୍ଷରୁ ବନ୍ୟା ନେଇ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ। ଏହି ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। ପ୍ରାୟ ୩୦୦ ଅଗ୍ନିଶମ କର୍ମଚାରୀ ବର୍ତ୍ତମାନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କୁହାଯାଉଛି ଯେ ଛଅ ମାସ ମଧ୍ୟରେ ଯେତିକି ବର୍ଷା ହେବା କଥା, ଦୁଇରୁ ତିନି ଘଣ୍ଟା ମଧ୍ୟରେ ସେତିକି ପରିମାଣର ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ସେହିପରି ବନ୍ୟା ଯୋଗୁ ଆମେରିକାର କେତେକ ସହରରେ ସ୍ଥିତି ସଙ୍କଟ ଜନକ ରହିଛି। ଆମେରିକାର କାଲିଫର୍ନିଆର ଅନେକ ସ୍ଥାନରେ ବନ୍ୟା ଜଳ ଯୋଗୁ ଲୋକେ ବାସହରା ହୋଇଛନ୍ତି। ଫଟୋରେ ଦେଖାଯାଇଥିବା ବନ୍ୟା ଜଳରେ ଏହି କଳା ଆବର୍ଜନା ଭାସୁଛି। ପ୍ରକୃତରେ କଳା ଆବର୍ଜନା ଦୁଇ ବର୍ଷ ପୂର୍ବେ ନିଆଁ ଲାଗିଥିବା ଅଞ୍ଚଳରେ ଦେଇ ପ୍ରବାହିତ ହୋଇଥିବା ବନ୍ୟା ଜଳ ଯୋଗୁ ସହର ଭିତରେ ପ୍ରବେଶ କରିଛି। ବହୁ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି।

ଗତ କିଛି ମାସ ହେବ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ବିଗିଡିବାରେ ଲାଗିଛି। ଏଠାରେ ବନ୍ୟା ଯୋଗୁଁ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଦେଶରେ ଏହି ବିନାଶ ଯୋଗୁଁ ଏପର୍ଯ୍ୟନ୍ତ ୧୫୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୩ କୋଟି ୩୦ ଲକ୍ଷ ଲୋକ ବେଘର ହୋଇପଡିଛନ୍ତି। ବନ୍ୟାରେ ପାକିସ୍ତାନର ସିନ୍ଧ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି।

ଭାରତର କେତେକ ରାଜ୍ୟରେ ବନ୍ୟା ପରି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଝାଡଖଣ୍ଡରୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପର୍ଯ୍ୟନ୍ତ ହଜାର ହଜାର ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ରାଜସ୍ଥାନରେ ୨୦୦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ସେହିପରି ମଧ୍ୟପ୍ରଦେଶରେ ୬୦ରୁ ଅଧିକ ଜଳଭଣ୍ଡାରରୁ ଅତ୍ୟଧିକ ଜଳ ବାହାରକୁ ଛଡ଼ାଯାଇଛି। ଆବାସିକ ଅଞ୍ଚଳରେ ଏହି ଜଳ ପ୍ରବେଶ କରିବାରୁୁ ବହୁ ଲୋକଙ୍କ ଘରେ ପାଣି ପଶିଛି। ଫଳରେ ଲୋକେ ବେଘର ହୋଇଯାଇଛନ୍ତି। ସେସବୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri