Posted inଜାତୀୟ

ଆମେରିକା-ଇଟାଲୀ-ପାକିସ୍ତାନ-ଭାରତରେ ବାଦଲଫଟା ବର୍ଷା ଯୋଗୁ କୋଟିକୋଟି ଲୋକ ବେଘର…

ଓ୍ବାଶିଂଟନ/ରୋମ୍‌/ଇସଲାମାବାଦ/ନୂଆଦିଲ୍ଲୀ, ୧୮।୯ : ସମ୍ପ୍ରତି ବନ୍ୟା ପରିସ୍ଥିତିକୁ ନେଇ ପୃଥିବୀର କେତେକ ଦେଶରେ ସଙ୍କଟ ଜାରି ରହିଛି। ଆମେରିକା ଠାରୁ ଇଟାଲୀ, ପାକିସ୍ଥାନ ପର୍ଯ୍ୟନ୍ତ ତଥା ଭାରତରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବାଦଲ ଫଟା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କୋଟି କୋଟି ଲୋକ ବେଘର ହୋଇଯାଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ବହୁ ଲୋକ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି।

ଇଟାଲୀରେ ବନ୍ୟା ଯୋଗୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ଶୁକ୍ରବାର, ଇଟାଲୀର ମାର୍ଚେ ଅଞ୍ଚଳରେ ପ୍ରବଳ ବଜ୍ରପାତ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହାପରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଉଦ୍ଧାର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ନିଖୋଜଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ଏଥିସହିତ ବନ୍ୟା ଯୋଗ ଲୋକେ ଘର ଛାତ, ଗଛରେ ଚଢ଼ି ରହିଥିବାର ଦେଖିବାକୁ ମିଳିଛି। ରାଷ୍ଟ୍ରପତି ସର୍ଜିଓ ମଟରେଲା ଏବଂ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ବିବୃତ୍ତି ଜାରି କରି କହିଛନ୍ତି ଯେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା କରାଯିବା ସମେତ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ଲୋକଙ୍କ ପାଇଁ ଅସ୍ଥାୟୀ ଗୃହ ନର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏଥିସହିତ ସ୍ଥାନୀୟ ଲୋକ କହିଛନ୍ତି ଯେ ପ୍ରଶାସନ ଏବଂ ପାଣିପାଗ ବିଭାଗ ପକ୍ଷରୁ ବନ୍ୟା ନେଇ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ। ଏହି ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। ପ୍ରାୟ ୩୦୦ ଅଗ୍ନିଶମ କର୍ମଚାରୀ ବର୍ତ୍ତମାନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କୁହାଯାଉଛି ଯେ ଛଅ ମାସ ମଧ୍ୟରେ ଯେତିକି ବର୍ଷା ହେବା କଥା, ଦୁଇରୁ ତିନି ଘଣ୍ଟା ମଧ୍ୟରେ ସେତିକି ପରିମାଣର ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ସେହିପରି ବନ୍ୟା ଯୋଗୁ ଆମେରିକାର କେତେକ ସହରରେ ସ୍ଥିତି ସଙ୍କଟ ଜନକ ରହିଛି। ଆମେରିକାର କାଲିଫର୍ନିଆର ଅନେକ ସ୍ଥାନରେ ବନ୍ୟା ଜଳ ଯୋଗୁ ଲୋକେ ବାସହରା ହୋଇଛନ୍ତି। ଫଟୋରେ ଦେଖାଯାଇଥିବା ବନ୍ୟା ଜଳରେ ଏହି କଳା ଆବର୍ଜନା ଭାସୁଛି। ପ୍ରକୃତରେ କଳା ଆବର୍ଜନା ଦୁଇ ବର୍ଷ ପୂର୍ବେ ନିଆଁ ଲାଗିଥିବା ଅଞ୍ଚଳରେ ଦେଇ ପ୍ରବାହିତ ହୋଇଥିବା ବନ୍ୟା ଜଳ ଯୋଗୁ ସହର ଭିତରେ ପ୍ରବେଶ କରିଛି। ବହୁ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି।

ଗତ କିଛି ମାସ ହେବ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ବିଗିଡିବାରେ ଲାଗିଛି। ଏଠାରେ ବନ୍ୟା ଯୋଗୁଁ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଦେଶରେ ଏହି ବିନାଶ ଯୋଗୁଁ ଏପର୍ଯ୍ୟନ୍ତ ୧୫୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୩ କୋଟି ୩୦ ଲକ୍ଷ ଲୋକ ବେଘର ହୋଇପଡିଛନ୍ତି। ବନ୍ୟାରେ ପାକିସ୍ତାନର ସିନ୍ଧ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି।

ଭାରତର କେତେକ ରାଜ୍ୟରେ ବନ୍ୟା ପରି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଝାଡଖଣ୍ଡରୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପର୍ଯ୍ୟନ୍ତ ହଜାର ହଜାର ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ରାଜସ୍ଥାନରେ ୨୦୦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ସେହିପରି ମଧ୍ୟପ୍ରଦେଶରେ ୬୦ରୁ ଅଧିକ ଜଳଭଣ୍ଡାରରୁ ଅତ୍ୟଧିକ ଜଳ ବାହାରକୁ ଛଡ଼ାଯାଇଛି। ଆବାସିକ ଅଞ୍ଚଳରେ ଏହି ଜଳ ପ୍ରବେଶ କରିବାରୁୁ ବହୁ ଲୋକଙ୍କ ଘରେ ପାଣି ପଶିଛି। ଫଳରେ ଲୋକେ ବେଘର ହୋଇଯାଇଛନ୍ତି। ସେସବୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri