ପୋଲିସ-ମଦବେପାରୀ ଛକାପଞ୍ଝା ବେଳେ ଅଘଟଣ: ଭାଇ ମୃତ, ଭଉଣୀ ସଙ୍କଟାପନ୍ନ

କାମାକ୍ଷାନଗର, ୧୮।୯(ଡି.ଏନ୍‌.ଏ.): ମଦ ବ୍ୟବସାୟୀ ଏବଂ ପୋଲିସ ମଧ୍ୟରେ ଛକାପଞ୍ଝା ବେଳେ ଘଟିଛି ଅଘଟଣ। ପୋଲିସକୁ ଚକ୍‌ମା ଦେଇ ଦ୍ରୁତଗତିରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ଏକ ଚୋରା ମଦ ବୋଝେଇ କାର୍‌ ଧକ୍କାରେ ଭାଇଙ୍କ ମୃତ୍ୟୁ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ସମ୍ପର୍କୀୟ ଭଉଣୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ଗ୍ରାମ ନିକଟରେ ଶନିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦୁର୍ଘଟଣା ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ କାର୍‌ ଜବତ କରି ତଦନ୍ତ ଚଳାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, କାମାକ୍ଷାନଗର ପାର୍ଶ୍ୱରୁ ଏକ କାର୍‌ (ନଂ. ଓଆର୍‌ ୦୨ ଏଏକ୍ସ ୬୨୬୮)ରେ ଚୋରା ମଦ ଚାଲାଣ ହେଉଥିବା ସୂଚନା ପାଇ କାମାକ୍ଷାନଗର ପୋଲିସ ପିଛା କରୁଥିଲା। ପୋଲିସ ହାତରେ ଧରାପଡ଼ିବା ଭୟରେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ବାଇକ୍‌ରେ ମାର୍କେିଟିଂ ସାରି ଘରକୁ ଫେରୁଥିବା ବାଲିପଡ଼ା ଡିମିରିଆ ଗ୍ରାମର ବିଦ୍ୟାଧର ରାଉତ (୪୦) ଏବଂ ତାଙ୍କର ସମ୍ପର୍କୀୟ ଭଉଣୀ ଊର୍ମିଳା ପ୍ରଧାନ ଓରଫ ରୁମିଲା (୩୨)ଙ୍କ ସହ କାର୍‌ ମୁହଁାମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟାଧରଙ୍କ ଡାହାଣ ଗୋଡ ଛିଣ୍ଡି ଦୁଇ ଖଣ୍ଡ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଊର୍ମିଳାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଜିରାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା କାର୍‌ ଡ୍ରାଇଭର ଓ ସହଯୋଗୀ ଗାଡ଼ି ଛାଡ଼ି ଚମ୍ପଟ ମାରିଛନ୍ତି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ପୋଲିସ ମଦ ବୋଝେଇ ଗାଡ଼ିକୁ ଗୋଡ଼ାଇବା କଥାକୁ ଥାନାଧିକାରୀ ଶରତ କୁମାର ମହାଲିକ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଆମ ଥାନା ଗାଡ଼ି କୌଣସି ମଦ ବୋଝେଇ କାର୍‌ର ପିଛା କରୁ ନ ଥିଲା। ଦୁର୍ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗାଡ଼ିରେ କେତେଜଣ ଥିଲେ ତାହା ଜଣାପଡ଼ିନାହିଁ। ତଦନ୍ତ ପରେ ଚୋରା ମଦ ପରିମାଣର ସ୍ପଷ୍ଟ ହେବ। ତେବେ ଥାନାଧିକାରୀଙ୍କ ଏଭଳି ମତକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ କାମାକ୍ଷାନଗରରୁ ଜିରାଳର ଦୂରତା ପ୍ରାୟ ୩୦ କିଲୋମିଟର। ତେବେ ଦୁର୍ଘଟଣା ଘଟିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ପୋଲିସ ଗାଡ଼ି ଘଟଣାସ୍ଥଳରେ ପହଞ୍ଚତ୍ଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଏଥିରୁ ପୋଲିସ ଗାଡ଼ି ମଦ ଚାଲାଣକାରୀଙ୍କ ପିଛା କରୁଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ତେବେ କେଉଁ କାରଣରୁ ପୋଲିସ ଏହାକୁ ଅସ୍ବୀକାର କରୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri