Posted inଜାତୀୟ

ଭାରତ ଛାଡ଼ୁଛନ୍ତି ମିଲିଅନେୟାର

ନୂଆଦିଲ୍ଲୀ,୧୫ା୬: ଚଳିତବର୍ଷ ଭାରତରୁ ମିଲିଅନେୟାର ମାନଙ୍କ ଗଣପଳାୟନ ହେବ। ୨୦୨୩ରେ ଦେଶ ୬,୫୦୦ ହାଇ-ନେଟ୍‌-ଓର୍ଥ ଇଣ୍ଡିଭିଜୁଆଲ (ଏଚ୍‌ଏନ୍‌ଡବ୍ଲ୍ୟୁଆଇ)ଙ୍କୁ ହରାଇବ ବୋଲି ହେନ୍‌ଲେ ପ୍ରାଇଭେଟ୍‌ ଓ୍ବେଲ୍‌ଥ ମାଇଗ୍ରେଶନ୍‌ ରିପୋର୍ଟରେ ପ୍ରକାଶ ପାଇଛି।
ସମ୍ପତ୍ତି ଓ ନିବେଶ ମାଇଗ୍ରେଶନ୍‌ ଟ୍ରେଣ୍ଡ ଉପରେ ନଜର ରଖୁଥିବା ନ୍ୟୁ ଓ୍ବାଲର୍‌ଡ ଓ୍ବେଲ୍‌ଥ ପକ୍ଷରୁ କୁହାଯାଇଛି ଯେ, ୨୦୨୩ରେ ଚାଇନା ସର୍ବାଧିକ ୧୩,୫୦୦ ମିଲିଅନେୟାରଙ୍କୁ ହରାଇବ। ସେହିପରି ଭାରତ ୬,୫୦୦ ଏଚ୍‌ଏନ୍‌ଡବ୍ଲ୍ୟୁଆଇଙ୍କୁ ହରାଇ ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିବ। ଏହାସତ୍ତ୍ୱେ ଭାରତର ସ୍ଥାନରେ କିଛି ମାତ୍ରାରେ ଉନ୍ନତି ଆସିପାରେ। କାରଣ ଗତବର୍ଷ ଭାରତରୁ ୭,୫୦୦ ମିଲିଅନେୟାର ବିଦେଶକୁ ଚାଲିଯାଇଥିଲେ। ନ୍ୟୁ ଓ୍ବାଲର୍‌ଡ ଓ୍ବେଲ୍‌ଥ ଗବେଷଣା ମୁଖ୍ୟ ଆଣ୍ଡ୍ର୍ୟୁ ଆମୋଇଲ୍ସ କହିଛନ୍ତି, ଭାରତରୁ ପଳାୟନ କରୁଥିବା ମିଲିଅନେୟାରଙ୍କ ତୁଳନାରେ ନୂଆ ସୃଷ୍ଟି ହେଉଥିବା ମିଲିଅନେୟାରଙ୍କ ସଂଖ୍ୟା ଅଧିକ ଥିବାରୁ ଏହା ବିଶେଷ ଚିନ୍ତାର କାରଣ ନୁହେଁ। ହେନ୍‌ଲି ଆଣ୍ଡ୍‌ ପାଟନର୍ସ ଅନୁସାରେ ଯେଉଁ ଧନୀ ବ୍ୟକ୍ତିଙ୍କ ନିବେଶଯୋଗ୍ୟ ସମ୍ପତ୍ତିର ମୂଲ୍ୟ ୧ ନିୟୁତ ଡଲାର କିମ୍ବା ତଦୂର୍ଦ୍ଧ୍ୱ ତାଙ୍କୁ ଏଚ୍‌ଏନ୍‌ଡବ୍ଲ୍ୟୁଆଇ କୁହାଯାଏ। ହେନ୍‌ଲି ଆଣ୍ଡ୍‌ ପାଟନର୍ସ ସିଇଓ ଜୁଏର୍ଗ ଷ୍ଟିଫେନ୍‌ କହିଛନ୍ତି, ଗତ ୧ ଦଶନ୍ଧି ମଧ୍ୟରେ ଦେଶାନ୍ତରୀ ହୋଇଥିବା ମିଲିଅନେୟାରଙ୍କ ସଂଖ୍ୟା ବଢ଼ିଛି। ସାରା ବିଶ୍ୱରେ ୨୦୨୩ରେ ୧,୨୨,୦୦୦ ଓ ୨୦୨୪ରେ ୧,୨୮,୦୦୦ ମିଲିଅନେୟାର ଦେଶାନ୍ତରୀ ହୋଇପାରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଆଉ ୫ ଦିନ ଜଳାଇବ,ଏଲ୍‌ ନିନୋକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, କହିଲେ ଏଥର…

ଭୁବନେଶ୍ୱର,୨୪ା୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri