Odisha Elections 2024
Posted inଜାତୀୟ

ଭାରତ ଛାଡ଼ୁଛନ୍ତି ମିଲିଅନେୟାର

ନୂଆଦିଲ୍ଲୀ,୧୫ା୬: ଚଳିତବର୍ଷ ଭାରତରୁ ମିଲିଅନେୟାର ମାନଙ୍କ ଗଣପଳାୟନ ହେବ। ୨୦୨୩ରେ ଦେଶ ୬,୫୦୦ ହାଇ-ନେଟ୍‌-ଓର୍ଥ ଇଣ୍ଡିଭିଜୁଆଲ (ଏଚ୍‌ଏନ୍‌ଡବ୍ଲ୍ୟୁଆଇ)ଙ୍କୁ ହରାଇବ ବୋଲି ହେନ୍‌ଲେ ପ୍ରାଇଭେଟ୍‌ ଓ୍ବେଲ୍‌ଥ ମାଇଗ୍ରେଶନ୍‌ ରିପୋର୍ଟରେ ପ୍ରକାଶ ପାଇଛି।
ସମ୍ପତ୍ତି ଓ ନିବେଶ ମାଇଗ୍ରେଶନ୍‌ ଟ୍ରେଣ୍ଡ ଉପରେ ନଜର ରଖୁଥିବା ନ୍ୟୁ ଓ୍ବାଲର୍‌ଡ ଓ୍ବେଲ୍‌ଥ ପକ୍ଷରୁ କୁହାଯାଇଛି ଯେ, ୨୦୨୩ରେ ଚାଇନା ସର୍ବାଧିକ ୧୩,୫୦୦ ମିଲିଅନେୟାରଙ୍କୁ ହରାଇବ। ସେହିପରି ଭାରତ ୬,୫୦୦ ଏଚ୍‌ଏନ୍‌ଡବ୍ଲ୍ୟୁଆଇଙ୍କୁ ହରାଇ ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିବ। ଏହାସତ୍ତ୍ୱେ ଭାରତର ସ୍ଥାନରେ କିଛି ମାତ୍ରାରେ ଉନ୍ନତି ଆସିପାରେ। କାରଣ ଗତବର୍ଷ ଭାରତରୁ ୭,୫୦୦ ମିଲିଅନେୟାର ବିଦେଶକୁ ଚାଲିଯାଇଥିଲେ। ନ୍ୟୁ ଓ୍ବାଲର୍‌ଡ ଓ୍ବେଲ୍‌ଥ ଗବେଷଣା ମୁଖ୍ୟ ଆଣ୍ଡ୍ର୍ୟୁ ଆମୋଇଲ୍ସ କହିଛନ୍ତି, ଭାରତରୁ ପଳାୟନ କରୁଥିବା ମିଲିଅନେୟାରଙ୍କ ତୁଳନାରେ ନୂଆ ସୃଷ୍ଟି ହେଉଥିବା ମିଲିଅନେୟାରଙ୍କ ସଂଖ୍ୟା ଅଧିକ ଥିବାରୁ ଏହା ବିଶେଷ ଚିନ୍ତାର କାରଣ ନୁହେଁ। ହେନ୍‌ଲି ଆଣ୍ଡ୍‌ ପାଟନର୍ସ ଅନୁସାରେ ଯେଉଁ ଧନୀ ବ୍ୟକ୍ତିଙ୍କ ନିବେଶଯୋଗ୍ୟ ସମ୍ପତ୍ତିର ମୂଲ୍ୟ ୧ ନିୟୁତ ଡଲାର କିମ୍ବା ତଦୂର୍ଦ୍ଧ୍ୱ ତାଙ୍କୁ ଏଚ୍‌ଏନ୍‌ଡବ୍ଲ୍ୟୁଆଇ କୁହାଯାଏ। ହେନ୍‌ଲି ଆଣ୍ଡ୍‌ ପାଟନର୍ସ ସିଇଓ ଜୁଏର୍ଗ ଷ୍ଟିଫେନ୍‌ କହିଛନ୍ତି, ଗତ ୧ ଦଶନ୍ଧି ମଧ୍ୟରେ ଦେଶାନ୍ତରୀ ହୋଇଥିବା ମିଲିଅନେୟାରଙ୍କ ସଂଖ୍ୟା ବଢ଼ିଛି। ସାରା ବିଶ୍ୱରେ ୨୦୨୩ରେ ୧,୨୨,୦୦୦ ଓ ୨୦୨୪ରେ ୧,୨୮,୦୦୦ ମିଲିଅନେୟାର ଦେଶାନ୍ତରୀ ହୋଇପାରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମାରିବା ଘଟଣା: ବୈଭବ କୁମାରଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଏଏପି ଦଳର...

ରାଜ ଠାକରେ ମୋଦିଙ୍କ ଚରଣରେ ବିଲିନ ହୋଇଯାଇଛନ୍ତି: ସଞ୍ଜୟ ରାଉତ

ମୁମ୍ବାଇ,୧୮।୫: ସଞ୍ଜୟ ରାଉତ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’କୁ ସମାଲୋଚନା କରିଛନ୍ତି। ରାଉତ ଅଭିଯୋଗ କରିଛନ୍ତି ଯେ ଭାଜପାର ରୋଡ ଶୋ’ର ଖର୍ଚ୍ଚ ମୁମ୍ବାଇ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ମହାରାଷ୍ଟ୍ରରେ ନିର୍ବାଚନ ମଧ୍ୟରେ ଚର୍ଚ୍ଚାରେ ରାଜ ଠାକରେଙ୍କ ଭାଷଣ

ମୁମ୍ବାଇ,୧୮।୫: ରାଜ ଠାକରେ ପ୍ରଥମ ଥର ପାଇଁ ଶିବାଜୀ ପାର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ଶେୟାର କରିଛନ୍ତି। ଏହି ସମୟରେ ସେ ଅନେକ ପ୍ରସଙ୍ଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri