ମଧ୍ୟସ୍ଥ ସାଜି କରୁଛନ୍ତି ଟଙ୍କା ଚଳୁ

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା କାର୍ଯ୍ୟାଳୟ ହେଉ କି ମୁଖ୍ୟ ଚିକିତ୍ସାଳୟ, ସବୁଠି ଦଲାଲ୍‌ ସକ୍ରିୟ ରହିଛନ୍ତି। ଜିଲା କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ କାର୍ଯ୍ୟ କରାଇଦେବାର ବିଶ୍ୱାସ ଦେଖାଇ ସେମାନଙ୍କ ଠାରୁ ଶତାଧିକ ଟଙ୍କା ଚଳୁ କରୁଛନ୍ତି। ସେହିପରି ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭୂତାଇ ଟଙ୍କା ଠକି ନେଉଥିବା ସାଧାରଣରେ ଅଭିଯୋଗ ହେଉଛି। କିଛିଦିନ ହେଲା ଏସବୁ ସ୍ଥାନରେ ଜଣେ ଦଲାଲ ଏପରି ଡେରା ପକାଇ ଲୋକଙ୍କଠାରୁ ଟଙ୍କା ନେଉଥିବା ଦେଖିବାକୁ ମିଳୁଛି।
ସହର ଉପକଣ୍ଠର ଏହି ଦଲାଲ ଜଣକ ସୋମବାର ହେଲେ ସକାଳୁ ଜିଲା କାର୍ଯ୍ୟାଳୟ ବାହାରେ ଆସି ପହଞ୍ଚିଯାଉଛନ୍ତି। କୌଣସି କାର୍ଯ୍ୟ ପାଇଁ ଜିଲାରୁ କେହି ସାଧାରଣ ଲୋକ ଏଠାକୁ ଆସିଲେ ତାଙ୍କୁ କୌଣସି ଉପାୟରେ କରାୟତ୍ତ କରୁଛନ୍ତି। ହେଉ ନ ଥିବା କାମ କରିଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଦାବି କରୁଛନ୍ତି। କାହାକୁ ଲେବର କାର୍ଡ ତ ଆଉ କାହାକୁ ଭତ୍ତା ମିଳିବ କହି ଟଙ୍କା ଚଳୁ କରୁଛନ୍ତି। ଗାଁ ଗଣ୍ଡାରୁ ଆସୁଥିବା ଲୋକମାନେ ମଧ୍ୟ ଦଲାଲ୍‌ ହାବୁଡ଼ରେ ପଡ଼ି ଠକେଇର ଶିକାର ହେଉଛନ୍ତି। ସେହିପରି ଅନ୍ୟବାରରେ ଦଲାଲ ଜଣକ ମେଡିକାଲ ପରିସର ବିଭିନ୍ନ ପିଣ୍ଡିରେ ବସି ଲୋକଙ୍କୁ ଟାଗେର୍ଟ କରୁଛନ୍ତି। କାହାକୁ ରକ୍ତ ଯୋଗାଇ ଦେବାକୁ ତ ପୁଣି କାହାକୁ ନିଃଶୁଳ୍କ ଚିକିତ୍ସା କରାଇଦେବାକୁ କହି ଟଙ୍କା ନେଉଛନ୍ତି। ଏପରି କି ଜିଲା କାର୍ଯ୍ୟାଳୟ ପରିସରରେ ଥିଲେ କାର୍ଯ୍ୟାଳୟ ଭିତରକୁ ଯାଇ ପୁଣି ଫେରି ଆସୁଛନ୍ତି। ମେଡିକାଲ ପରିସରରେ ଥିଲେ ଭିତରକୁ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇଯାଉଛନ୍ତି। ଆଉ କାର୍ଯ୍ୟ ହୋଇଯିବ କହି ଟଙ୍କା ନେଇ ପଳାଇ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏକ ଲେବର କାର୍ଡ ରିନୁଆଲ୍‌ କରିବାକୁ ଆସିଥିବା ଜଣେ ମହିଳାଙ୍କ ନିକଟରୁ ୨ ହଜାର ଟଙ୍କା ନେଇଥିଲେ। କିନ୍ତୁ କାମ ନ ହେବାରୁ ମହିଳା ଜଣକ ଟଙ୍କା ମାଗିବାରୁ ସମ୍ପୃକ୍ତ ଦଲାଲ ଲେବର କାର୍ଯ୍ୟାଳୟରେ ବାବୁଙ୍କୁ ଟଙ୍କା ଦେଇଥିବା କହି ଖସି ଯାଇଥିଲେ। ସେହିପରି ସୋମବାର ବଅଁରପାଳ ବ୍ଲକ ଅଞ୍ଚଳରୁ ଆସିଥିବା ଜଣେ ଭିନ୍ନକ୍ଷମଙ୍କ ଠାରୁ ଟଙ୍କା ନେଉଥିବା ଦୃଶ୍ୟ ନଜରକୁ ଆସିଥିଲା। ଏ ନେଇ ଜିଲା ପ୍ରଶାସନ ଜାଣିବା ପରେ ଘଟଣାର ଅନୁଧ୍ୟାନ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri