ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ମେଥି; ଏଭଳି କରନ୍ତୁ ସେବନ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ଯୋଗୁ ଏହାକୁ ‘ସାଇଲେଣ୍ଟ କିଲର୍‌’ ବୋଲି କୁହାଯାଇଥାଏ।

ପ୍ରତି ମନୁଷ୍ୟର ରକ୍ତ ଚାପ ୧୨୦/୮୦ ରହିବା ଉଚିତ। ହେଲେ ଦୀର୍ଘ ସମୟ ଧରି ଏଥିରୁ ଅଧିକ ରହିଲେ ହୃଦ୍‌ଘାତ ହେବାର ସମ୍ଭାବନା ଥାଏ। ଏଥିରୁ ରକ୍ଷା ପାଇବା ଲାଗି ଦିନଚର୍ଯ୍ୟା ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଉଚିତ।

ଖାଦ୍ୟ କଥା ଉଠିଲେ ରକ୍ତଚାପ ନିୟନ୍ତ୍ରଣ ଲାଗି ମେଥି ବେଶ ଭଲ। ଆସନ୍ତୁ ଏ ବିଷୟରେ ସବିଶେଷ ଜାଣିବା:

ମୋଟାପଣ କମ୍‌ କରେ: ପ୍ରତ୍ୟେହ ୫୦୦ ମିଲିଗ୍ରାମ ମେଥି ସେବନ କରିବା ଦ୍ୱାରା ଶରୀରର ଚର୍ବି ଅଂଶ କମ୍‌ ହୋଇଥାଏ। କାରଣ ମେଥିରେ ପ୍ରଚୁର ଫାଇବର ଥାଏ। ଏହା ଭୋକ ହେବାକୁ ଦେଇ ନ ଥାଏ। ଫଳରେ ଲୋକମାନେ ଅଧିକ ଖାଇବାରୁ ନିବୃତ୍ତ ରୁହନ୍ତି। ଏହାଛଡ଼ା ମେଥିର ଚା’ ପିଉଥିବା ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଅପେକ୍ଷା କମ୍‌ ଭୋକ ଲାଗିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି।

ରକ୍ତଚାପ ନିୟନ୍ତ୍ରଣ: ମେଥିରେ କେରୋଟିନ୍‌, ଫୋଲିକ ଏସିଡ୍‌, ମ୍ୟାଗ୍ନେସିୟମ, ଜିଙ୍କ, କପର ଏବଂ ସୋଡିୟମ ଭଳି ପୋଷକ ତତ୍ତ୍ୱ ଥାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣକୁ ଆଣିଥାଏ। ଏଥିସହ ଖରାପ କୋଲେଷ୍ଟରଲ ସ୍ତରକୁ କମ୍‌ କରିବାରେ ସହାୟକ ହୋଇଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା କମ୍‌ ହୋଇଥାଏ।

କିଭଳି କରିବେ ବ୍ୟବହାର: ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଗ୍ଲାସକୁ ଢ଼ାଳି ଦିଅନ୍ତୁ। ସ୍ବାଦ ଆଣିବା ପାଇଁ ଏଥିରେ ଆପଣ ଲେମ୍ବୁ ଏବଂ ମହୁ ପକାଇପାରିବେ। ପରେ ଏହି ଚା’କୁ ସେବନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?