ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨ ମି.ମି ବର୍ଷା ରେକର୍ଡ।ବିଭିନ୍ନ ଅଂଚଳ ଜଳମଗ୍ନ, ଘରେ ପାଣି ପଶିଥିବା ସୂଚନା ମିଳିଛି।ମଧ୍ୟରାତିରୁ କଟକରେ ମଧ୍ୟ ବର୍ଷା ଜାରି। ସେପଟେ ଆସନ୍ତା ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୧୦ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ସେହି ଜିଲାଗୁଡିକ ହେଲା-କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୋଳ, ବୌଦ୍ଧ ଓ ଦେବଗଡ଼ ।

