ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧିନ: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୭: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଏହା ପଛରେ ଦିଲ୍ଲୀବାସୀଙ୍କ ଉଦ୍ୟମ ରହିଛି ବୋଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ମାସେ ପୂର୍ବରୁ ପଜିଟିଭ୍‌ ମାମଲା ଦେଖି ଆକଳନ କରାଯାଇଥିଲା ଯେ, ଜୁନ ଶେଷ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁବ ଏବଂ ହସ୍ପିଟାଲରେ ବେଡ୍‌ ସଂଖ୍ୟା କମିଯିବ। କିନ୍ତୁ ରାଜ୍ୟରେ ଏବେ ୬୦ହଜାର ଆକ୍ଟିଭ୍‌ କେସ୍‌ ରହିଛି। ଏଥିସହ ୧୫ହଜାର ବେଡ୍‌ ଖାଲି ରହିଛି। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବଢ଼ୁଛି। ପୂର୍ବରୁ ୧୦୦ଜଣଙ୍କ ପରୀକ୍ଷା କରାଯାଉଥିବା ବେଳେ ୩୧ଜଣଙ୍କ ରିପୋର୍ଟ ପଜିଟିଭ୍‌ ବାହାରୁଥିଲା। କିନ୍ତୁ ବୁଧବାର ୧୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୬୭ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ତେବେ ଏହାକୁ ଦେଖି ଖୁସି ହେବାର ସମୟ ନୁହେଁ, ଆହୁରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଫଳରେ ଏହି କରୋନା ମହାମାରୀକୁ ହରାଇ ପାରିବା ବୋଲି ଦିଲ୍ଲୀବାସୀଙ୍କୁ କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?