ଶେଷ ହେଲା ମାସାନ୍ତମେରୁ

ବ୍ରହ୍ମପୁର ଅଫିସ,୧୪।୪: ଗଞ୍ଜାମ ପାରମ୍ପାରିକ ଦଣ୍ଡଯାତ୍ରାର ଶେଷଦିନ ବୁଧବାର ହୋଇଥିବା ବେଳେ ଗୁରୁବାର ମହାବିଷୁବ ସଂକ୍ରାନ୍ତି ଅବସରରେ ଦଣ୍ଡଯାତ୍ରା ଉଦ୍‌ଯାପିତ ହେବ। ଏହି ଦିନ ମହାବୀର ହନୁମାନଙ୍କ ଜୟନ୍ତୀ, ଓଡିଆ ନବବର୍ଷ ବା ପଣାସଂକ୍ରାନ୍ତି ସହ ଦଣ୍ଡ ଯାତ୍ରା ଉଦ୍‌ଯାପନୀ ଦିବସ ବା ମେରୁ ସଂକ୍ରାନ୍ତି ଭାବେ ପାଳିତ ହୁଏ। ମେରୁ ସଂକ୍ରାନ୍ତି ଅବସରରେ ଜିଲାରେ ଥିବା ସମସ୍ତ ଦେବୀ ପୀଠ ତଥା ଜିଲାର ସମସ୍ତ ଦଣ୍ଡ ଦଳର ଉପତ୍ତ୍ତି ସ୍ଥଳରେ ମନ୍ଦିର ବାହାରେ ଏକ ସ୍ବତନ୍ତ୍ର ମଣ୍ଡପରେ ପ୍ରତିବର୍ଷ ମେରୁ ସଂକ୍ରନ୍ତି ପାଳିତ ହୁଏ। ଦୁଇ ବର୍ଷ ପରେ ଚଳିତ ବର୍ଷ ସାମୁହିକ ଭାବେ ଭକ୍ତଙ୍କ ଉପସ୍ଥିତିରେ ମେରୁ ପାଳିତ ହେଉଥିବାରୁ ରେଶମ ସହର ବାସୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି। ମେରୁ ସଂକ୍ରାନ୍ତି ପୂର୍ବଦିନ ଦଣ୍ଡନାଚ ପରିବେଷର କରୁଥିବା ଦଳ ମଧ୍ୟ ନିଜ ଅଞ୍ଚଳ ଆଖ ପାଖରେ ପହଞ୍ଚି ଯାଅନ୍ତି। ୨୧ ଦିନିଆ, ୧୩ ଦିନିଆ ଓ ୧୮ ଦିନିଆ ବିଭିନ୍ନ ଦଣ୍ଡ ପରିବେଷଣ ଦଳ ପକ୍ଷରୁ ଦଣ୍ଡ ନାଚ ସମୟରେ ବିଶେଷ ଭାବେ ଦୈବୀ କୃପା ଲାଭ କରିଥିବା ବ୍ୟକ୍ତିଙ୍କ ଦ୍ୱାରା ଅଗ୍ନିଦଣ୍ଡ ପରିବେଷଣ କରାଯାଏ। ମେରୁ ମଣ୍ଡପରେ ଜ୍ୱଳନ୍ତ ଅଗ୍ନିକୁଣ୍ଡ ଉପରେ ଦଣ୍ଡକ୍ରୀଡ଼ା ପରିବେଷଣ କରାଯାଏ। ଶ୍ରଦ୍ଧାଳୁ ଏହାକୁ ଦେଖିବା ସହ ଦୁରରୁ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ଆଶୀର୍ବାଦ କରିଥାନ୍ତି। ମେରୁ ପାଳନ କରୁଥିବା ଭକ୍ତ ମାନେ ଏହି ଦିନ ବିଶେଷ ଭାବେ ଉପବାସ ଓ ବ୍ରତ ପାଳନ କରିଥାନ୍ତି। ମେରୁମଣ୍ଡପରେ ମେରୁ ଝୁଲା ବା ପରେ ସେଠାରେ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଚଢ଼ାଇ ଦିନ ତମାମ କେବଳ ନବାତ ପଣା ଓ ଫଳା ଆହାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri