ଶେଷ ହେଲା ମାସାନ୍ତମେରୁ

ବ୍ରହ୍ମପୁର ଅଫିସ,୧୪।୪: ଗଞ୍ଜାମ ପାରମ୍ପାରିକ ଦଣ୍ଡଯାତ୍ରାର ଶେଷଦିନ ବୁଧବାର ହୋଇଥିବା ବେଳେ ଗୁରୁବାର ମହାବିଷୁବ ସଂକ୍ରାନ୍ତି ଅବସରରେ ଦଣ୍ଡଯାତ୍ରା ଉଦ୍‌ଯାପିତ ହେବ। ଏହି ଦିନ ମହାବୀର ହନୁମାନଙ୍କ ଜୟନ୍ତୀ, ଓଡିଆ ନବବର୍ଷ ବା ପଣାସଂକ୍ରାନ୍ତି ସହ ଦଣ୍ଡ ଯାତ୍ରା ଉଦ୍‌ଯାପନୀ ଦିବସ ବା ମେରୁ ସଂକ୍ରାନ୍ତି ଭାବେ ପାଳିତ ହୁଏ। ମେରୁ ସଂକ୍ରାନ୍ତି ଅବସରରେ ଜିଲାରେ ଥିବା ସମସ୍ତ ଦେବୀ ପୀଠ ତଥା ଜିଲାର ସମସ୍ତ ଦଣ୍ଡ ଦଳର ଉପତ୍ତ୍ତି ସ୍ଥଳରେ ମନ୍ଦିର ବାହାରେ ଏକ ସ୍ବତନ୍ତ୍ର ମଣ୍ଡପରେ ପ୍ରତିବର୍ଷ ମେରୁ ସଂକ୍ରନ୍ତି ପାଳିତ ହୁଏ। ଦୁଇ ବର୍ଷ ପରେ ଚଳିତ ବର୍ଷ ସାମୁହିକ ଭାବେ ଭକ୍ତଙ୍କ ଉପସ୍ଥିତିରେ ମେରୁ ପାଳିତ ହେଉଥିବାରୁ ରେଶମ ସହର ବାସୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି। ମେରୁ ସଂକ୍ରାନ୍ତି ପୂର୍ବଦିନ ଦଣ୍ଡନାଚ ପରିବେଷର କରୁଥିବା ଦଳ ମଧ୍ୟ ନିଜ ଅଞ୍ଚଳ ଆଖ ପାଖରେ ପହଞ୍ଚି ଯାଅନ୍ତି। ୨୧ ଦିନିଆ, ୧୩ ଦିନିଆ ଓ ୧୮ ଦିନିଆ ବିଭିନ୍ନ ଦଣ୍ଡ ପରିବେଷଣ ଦଳ ପକ୍ଷରୁ ଦଣ୍ଡ ନାଚ ସମୟରେ ବିଶେଷ ଭାବେ ଦୈବୀ କୃପା ଲାଭ କରିଥିବା ବ୍ୟକ୍ତିଙ୍କ ଦ୍ୱାରା ଅଗ୍ନିଦଣ୍ଡ ପରିବେଷଣ କରାଯାଏ। ମେରୁ ମଣ୍ଡପରେ ଜ୍ୱଳନ୍ତ ଅଗ୍ନିକୁଣ୍ଡ ଉପରେ ଦଣ୍ଡକ୍ରୀଡ଼ା ପରିବେଷଣ କରାଯାଏ। ଶ୍ରଦ୍ଧାଳୁ ଏହାକୁ ଦେଖିବା ସହ ଦୁରରୁ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ଆଶୀର୍ବାଦ କରିଥାନ୍ତି। ମେରୁ ପାଳନ କରୁଥିବା ଭକ୍ତ ମାନେ ଏହି ଦିନ ବିଶେଷ ଭାବେ ଉପବାସ ଓ ବ୍ରତ ପାଳନ କରିଥାନ୍ତି। ମେରୁମଣ୍ଡପରେ ମେରୁ ଝୁଲା ବା ପରେ ସେଠାରେ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଚଢ଼ାଇ ଦିନ ତମାମ କେବଳ ନବାତ ପଣା ଓ ଫଳା ଆହାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri