ନିଶାସକ୍ତ ଅବସ୍ଥାରେ ରକ୍ତଭଣ୍ଡାର କର୍ମଚାରୀ

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ବଡ ମେଡିକାଲ ରକ୍ତ ଭଣ୍ଡାରରେ ଜଣେ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହୋଇଥିଲା। କର୍ମଚାରୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ଦାୟିତ୍ୱ ତୁଲାଉଥିବାରୁ ଶହଶହ ରୋଗୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଏହି କର୍ମଚାରୀ ଜଣଙ୍କ ଲେବ୍ରୋରେଟୋରୀ ଟେକ୍‌ନିସିଆନ ଭାବେ ରକ୍ତଭଣ୍ଡାରରେ କାମ କରୁଛନ୍ତି। ବୁଧବାର ସେ ରକ୍ତଭଣ୍ଡାର ଭିତରେ ଥିବା ଏକ କୋଠରୀରେ ଜଣେ ସେବିକାଙ୍କ ନିକଟରେ ବସିଥିବା ବେଳେ କିଛି ଜଣ ତାଙ୍କ ହାବଭାବ ଦେଖି ସେ ନିଶାସକ୍ତ ଥିବା ଜାଣିପାରିଥିଲେ। ଏ ନେଇ ସେଠାରେ ଥିବା କେତେକ ରୋଗୀ ସମ୍ପର୍କୀୟ ଉକ୍ତ କର୍ମଚାରୀଙ୍କୁ ପଚାରିିବାରେ ସେ ହଠାତ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ମୁଁ କୌଣସି ଭୂଲ କରିନାହିଁ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଏହାପରେ ସେ ସେହି ସ୍ଥାନରୁ ଉଠି ବାହାରକୁ ଚାଲିଯାଇଥିଲେ।
ଏନେଇ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି, ସମ୍ପୃକ୍ତ କର୍ମଚାରୀ ଜଣଙ୍କ ରକ୍ତଭଣ୍ଡାରରେ ଠିକାରେ ଲେବୋରେଟୋରୀ ଟେକ୍ନିସିଆନ ଭାବେ କାମ କରୁଛନ୍ତି। ୬ ମାସ ତଳେ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ରକ୍ତଭଣ୍ଡାରରେ ଏଭଳି କାରନାମା କରିଥିବାରୁ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ କିଛି ଦିନ ପାଇଁ ନିଲମ୍ବିତ କରିଥିଲେ। ସେ ସୁଧୁରିଯିବେ ବୋଲି ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ପୁଣି କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ବର୍ତ୍ତମାନ ପୁଣିଥରେ ସେ ନିଶାସକ୍ତ ହୋଇ କାର୍ଯ୍ୟ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ରକ୍ତଭଣ୍ଡାର ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ଏକ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀ ଜଣଙ୍କ ବିରୋଧରେ ରିପୋର୍ଟ ମିଳିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି ଅଧୀକ୍ଷକ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri