ଗଞ୍ଜାମରେ ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୧୪।୪: ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ସରକାରୀ ବିଗୁଲ ବାଜିଛି। ଫଳରେ ଅଧିକ ସଂଖ୍ୟକ ସମବାୟ ସଂସ୍ଥା ଥିବା ଗଞ୍ଜାମ ଜିଲାରେ ସମବାୟ ରାଜନୀତି ଚଳଚଞ୍ଚଳ ହୋଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ଲଢ଼ିବା ନିମନ୍ତେ ଆଶାୟୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଅପରପକ୍ଷରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ସମର୍ଥିତ ପ୍ରାର୍ଥୀ ଦିଆଯିବାର ଆଭାସ ମିଳିଛି। ସୂଚନାଯୋଗ୍ୟ, ୨୦୧୫ରେ ଜିଲାରେ ସମବାୟ ନିର୍ବାଚନ ହୋଇଥିଲା ଏବଂ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦ରେ ସରିଥିଲା। ତେଣୁ ପର୍ଯ୍ୟାୟକ୍ରମେ ସେହି ବର୍ଷ ମେ’ରୁ ପ୍ରାଥମିକଠାରୁ ଆରମ୍ଭ କରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପରିଚାଳନା ସରକାରଙ୍କ ନିୟନ୍ତ୍ରଣକୁ ଯାଇଥିଲା। ଦୁଇ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ଜୁନରେ ଦୁଇ ପର୍ଯ୍ୟାୟରେ ପ୍ରାଥମିକ ସୋସାଇଟିଗୁଡ଼ିକରେ ନିର୍ବାଚନ ହେବା ସମବାୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଅତୀତରେ ସମବାୟ ଆନ୍ଦୋଳନ କ୍ଷେତ୍ରରେ ଏହି ଜିଲା ଅଗ୍ରଣୀ ଥିଲା। ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଥିବାରୁ ଆସିକାକୁ ସମବାୟ ନଗରୀ କୁହାଯାଉଥିଲା। ସେଠାର ସମବାୟ ଚିନି ଶିଳ୍ପ ଏବଂ ଏମ୍‌ପିସିଏସ୍‌ (ବହୁମୁଖୀ ସମବାୟ ସଂସ୍ଥା) ସର୍ବତ୍ର ପରିଚିତ ଥିଲା। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଶହ ଶହ ଚାଷୀଙ୍କୁ କୃଷି ଋଣ ଯୋଗାଇବାରେ ପ୍ରମୁଖ ଭୂମିକା ନେଉଛି। ୨୦୨୧-୨୨ ବର୍ଷରେ ରବି ଫସଲ ନିମନ୍ତେ ୨୩୭ କୋଟିରୁ ଅଧିକ ଟଙ୍କା କୃଷି ଋଣ ଦେଇଥିବା ଜଣାପଡ଼ିଛି। ଏମ୍‌ପିସିଏସ୍‌ ପୂର୍ବଭଳି ବ୍ୟବସାୟ କରୁ ନ ଥିଲେ ବହୁ କୋଟିର ସମ୍ପତ୍ତି ଥିବାରୁ ସଂସ୍ଥା ବଞ୍ଚତ୍ ରହିଛି। ସମବାୟ ଚିନି ଶିଳ୍ପର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯାଇଛି।
ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ଗଞ୍ଜାମ ଓ ଗଜପତି ଜିଲାରେ ୨୫୭ ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି। ଶତାଧିକ ବର୍ଷର ଏହି ଅନୁଷ୍ଠାନର ଉନ୍ନତମାନର ସେବା ପାଇଁ ଏକାଧିକ ଜାତୀୟ ପୁରସ୍କାର ପାଇଥିବା ନଜିର ଅଛି। ଆସିକା ଓ ବ୍ରହ୍ମପୁର ସମବାୟ ବ୍ୟାଙ୍କ ଅଧୀନ ୪୪୮ ଏଗ୍ରିକଲଚର ପ୍ରାଇମେରୀ ସୋସାଇଟିର ନିର୍ବାଚନ ଜୁନରେ ହେବ ଏବଂ ପର୍ଯ୍ୟାୟକ୍ରମେ ବ୍ୟାଙ୍କ, ଚିନିଶିଳ୍ପ ଓ ଅନ୍ୟ ସଂସ୍ଥାରେ ନିର୍ବାଚନ ହେବ। ଗତବର୍ଷ ମେ’ରୁ ସରକାରୀ ପରିଚାଳନାଧୀନ ହେବାର ୨ ବର୍ଷରେ ବ୍ରହ୍ମପୁର ଅର୍ବାନ ବ୍ୟାଙ୍କର ବ୍ୟବସାୟ ହ୍ରାସ ପାଇଛି। ବିସିସି ବ୍ୟାଙ୍କରେ ଶତାଧିକ କର୍ମଚାରୀ ପଦ ଖାଲି ପଡ଼ିଛି। ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସଂସ୍ଥା ରୁଗ୍‌ଣ ହୋଇଯାଇଛି। ସମବାୟ ପାଇକାରୀ ଭଣ୍ଡାରକୁ ବନ୍ଦ କରି ଦିଆଯାଇଛି। ଏଭଳି ଅନେକ ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ସମବାୟ ନିର୍ବାଚନ କରାଯିବାର ସରକାରୀ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri